ରାହୁଲଙ୍କ ଉପରେ ରାଗି ଟ୍ୱିଟ କରିବା ପରେ ଡିଲିଟ କଲେ କପିଲ ଶିବଲ

ନୂଆଦିଲ୍ଲୀ: କଂଗ୍ରେସରେ ଏବେ ଘଡ଼ିକେ ଘୋଡ଼ା ଛୁଟିବାରେ ଲାଗିଛି। ନେତୃତ୍ୱ ପରିବର୍ତ୍ତନକୁ ନେଇ ବରିଷ୍ଠ ନେତାମାନେ ଲେଖିଥିବା ଚିଠିକୁ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ତୀବ୍ର ସମାଲୋଚନା କରିଥିଲେ। ଏପରି କି ବରିଷ୍ଠ ନେତାମାନେ ବିଜେପି ସହ ହାତ ମିଳାଇଥିବା ସେ କହିଥିବା ଖବର ପ୍ରକାଶ ପାଇଥିଲା।

ଏହାପରେ ଦଳର ବରିଷ୍ଠ ନେତା କପିଲ ଶିବଲ ତୀବ୍ର ଅସନ୍ତୋଷ ପ୍ରକାଶ କରି ଟ୍ୱିଟ କରିଥିଲେ। ତେବେ ସେ ବର୍ତ୍ତମାନ ଏହାକୁ ଡିଲିଟ କରିଦେଇଛନ୍ତି। ଡିଲିଟ ସମ୍ପର୍କରେ କପିଲ ଶିବଲ କହିଛନ୍ତି, ରାହୁଲ ଗାନ୍ଧି ବ୍ୟକ୍ତିଗତ ଭାବେ ମୋ ସହ କଥା ହୋଇଛନ୍ତି। ମୋ ପାଖରେ ଯେଉଁ ତଥ୍ୟ ପହଞ୍ଚିଥିଲା ସେଭଳି ଶବ୍ଦ ରାହୁଲ ଗାନ୍ଧି ପ୍ରୟୋଗ କରି ନଥିବା ମଧ୍ୟ ମୋତେ ଜଣାଇଛନ୍ତି। ତେଣୁ ପୂର୍ବରୁ ମୁଁ ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ କରିଥିବା ଟ୍ୱିଟକୁ ପ୍ରତ୍ୟାହାର କରି ନେଉଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ମଧ୍ୟ ଏହା ପୂର୍ବରୁ ରାହୁଲଙ୍କୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ ବୈଠକରେ ରାହୁଲ ଆଦୌ ବରିଷ୍ଠ ନେତାମାନେ ବିଜେପି ସହ ହାତ ମିଳାଇଛନ୍ତି ବା ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା କଥା କହି ନଥିଲେ। କେବଳ କିଛି ଗଣମାଧ୍ୟମ କଂଗ୍ରେସେ ଫାଟ ସୃଷ୍ଟି କରିବା ପାଇଁ ଏପରି ଖବର ପ୍ରକାଶ କରିଛନ୍ତି।

ରାହୁଲ ଗାନ୍ଧି ଚିଠି ଲେଖାଯିବା ଘଟଣାକୁ ନେଇ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ଖବର ପ୍ରକାଶ ପାଇଥିଲେ। ରାହୁଲ କହିଥିଲେ ଯେ ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ଚିଠି କାହିଁକି ଲେଖାଗଲା? ଏଭଳି ସମୟରେ ଚିଠି ଲେଖାଯିବା ଠିକ କି? ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଦଳ ଲଢ଼େଇ କରୁଥିବା ବେଳେ କାହିଁକି ଚିଠି ଲେଖାଗଲା? ଏଭଳି ସମୟରେ ଚିଠି ଲେଖିବା ଘଟଣାରେ ମୁଁ ବେଶ ମର୍ମାହତ। ଦଳର ସହ ମତପାର୍ଥକ୍ୟ ସୃଷ୍ଟି କରିଥିବା ବରିଷ୍ଠ ନେତାମାନେ ବିଜେପି ଷଡ଼ଯନ୍ତ୍ରରେ ସାମିଲ ହୋଇଛନ୍ତି। ବିଜେପି କଥାରେ ସେମାନେ ଏପରି ଚିଠି ଲେଖିଥିବା ମୋର ସନ୍ଦେହ ହେଉଛି ବୋଲି ରାହୁଲ ଅଭିଯୋଗ କରିଥିଲେ।

ବାସ୍‌ ରାହୁଲଙ୍କ ଏହି ବିଜେପି ଷଡ଼ଯନ୍ତ୍ର ଥିଓରୀକୁ ନେଇ ବୈଠକରେ ଝଡ଼ ସୃଷ୍ଟି ହୋଇଥିଲା। ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ଥିବା ଗୁଲାମ ନବୀ ଆଜାଦ ଏଭଳି ସନ୍ଦେହକୁ ତୀବ୍ର ବିରୋଧ କରିଥିଲେ। ସେ କହିଥିଲେ ଯେ ଯଦି ମୁଁ ବିଜେପି ଷଡ଼ଯନ୍ତ୍ରରେ ସାମିଲ ଥିବା ପ୍ରମାଣ ମିଳିବ, ତା’ହେଲେ ମୁଁ ତୁରନ୍ତ ଇସ୍ତଫା ଦେବି।

ଅନ୍ୟତମ ବରିଷ୍ଠ ନେତା କପିଲ ଶିବଲ ମଧ୍ୟ ଟ୍ୱିଟ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ରାହୁଲ ଗାନ୍ଧି କହୁଛନ୍ତି ଆମେ ବିଜେପି ଷଡ଼ଯନ୍ତ୍ରରେ ସାମିଲ ହୋଇଛୁ। କଂଗ୍ରେସକୁ ରକ୍ଷା କରିବା ପାଇଁ ମୁଁ ରାଜସ୍ଥାନ ହାଇକୋର୍ଟରେ ଲଢ଼େଇ କରି ସଫଳତା ପାଇଥିଲି। ବିଜେପି ସରକାରଙ୍କୁ ମଣିପୁରରେ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସକୁ ଡିଫେଣ୍ଡ କରିଥିଲି।

ମୁଁ ରାଜସ୍ଥାନ ଓ ମଣିପୁରରେ କଂଗ୍ରେସ ପାଇଁ ଲଢ଼ିଛି। ଦୀର୍ଘ ୩୦ ବର୍ଷ ମଧ୍ୟରେ ଏମିତି କୌଣସି ପ୍ରସଙ୍ଗ ନାହିଁ, ଯେଉଁଥିରେ ମୁଁ ବିଜେପି ସମର୍ଥନରେ ବୟାନ ଦେଇଥିବି। ଏସବୁ ସତ୍ତ୍ୱେ ମୁଁ ବିଜେପି ସହ ହାତ ମିଳାଇ କଂଗ୍ରେସ ବିରୋଧରେ ଷଡ଼ଯନ୍ତ୍ର କରୁଛି କୁହାଯାଉଛି। ଏହା ନିଶ୍ଚିତ ଅସହ୍ୟ ବୋଲି କପିଲ ଶିବଲ କହିଥିଲେ। କିନ୍ତୁ ଏବେ କପିଲ ଶିବଲ ୟୁ- ଟର୍ଣ୍ଣ ନେଇଛନ୍ତି।

ଆହୁରି ପଢ଼ନ୍ତୁ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଣ୍ଟା ଘାଣ୍ଟିଲା ଏନସିବି, ରିୟାଙ୍କ ସମ୍ପର୍କରେ ରଖିଲେ ବଡ଼ ବୟାନ

୨୦ ହଜାର କୋଟି ଟଙ୍କାର ମାମଲା ଜିତିଲା ଭୋଡାଫୋନ, ହାରିଗଲେ ସରକାର

ଏଥିପାଇଁ ବନ୍ଦ ହେବାକୁ ଯାଉଛି ‘ୟେ ରିସ୍ତେ ପ୍ୟାର୍ କେ’

ମହାମାରୀ ସମୟରେ ନିର୍ବାଚନ: କ’ଣ ରହିଛି ସବୁ ନୂଆ ନିୟମ ପଢ଼ନ୍ତୁ

ସର୍ଭେ କହିଲା-ଖୁସି ନୁହନ୍ତି ଓଡ଼ିଶାବାସୀ, ଦେଶରେ ସବୁଠୁ ପଛୁଆ