ମୁଖ୍ୟମନ୍ତ୍ରୀ ଗୋଟିଏ ଆସନରେ ଜିତିଲେ, ଆଉ ଗୋଟିଏ ଆସନରେ ହାରିଲେ

ବେଙ୍ଗାଲୁରୁ: କଂଗ୍ରେସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ଆଉ ଗୋଟିଏ ଆସନରେ ହାରିଯାଇଛନ୍ତି। ସେ ବାଦାମୀ ଆସନରୁ ବିଜୟୀ ହୋଇଥିବା ବେଳେ ଚାମୁଣ୍ଡେଶ୍ୱରୀ ଆସନରୁ ହାରି ଯାଇଛନ୍ତି। ଚାମୁଣ୍ଡେଶ୍ୱରୀ ଆସନରୁ ୫ ଥର ନିର୍ବାଚିତ ହୋଇଥିବା ସିଦ୍ଧରମେୟା ଏଥର କିନ୍ତୁ ଏଠାରୁ ହାରି ଯାଇଛନ୍ତି। ସେ ଜେଡିଏସ୍ ପ୍ରାର୍ଥୀ ଜି.ଟି ଦେବେଗୌଡ଼ାଙ୍କଠାରୁ ହାରିଯାଇଛନ୍ତି। ସେ ପ୍ରାୟ ୨୮ ହଜାର ଭୋଟ୍‌ରେ ହାରିଥିବା ଜଣାପଡ଼ିଛି। ଏଠାରେ ସେ ଭୋଟ୍ ଗଣତି […]

siddaramaiah

siddaramaiah

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 01:45 PM IST

Sports

Latest News

ବେଙ୍ଗାଲୁରୁ: କଂଗ୍ରେସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ଆଉ ଗୋଟିଏ ଆସନରେ ହାରିଯାଇଛନ୍ତି। ସେ ବାଦାମୀ ଆସନରୁ ବିଜୟୀ ହୋଇଥିବା ବେଳେ ଚାମୁଣ୍ଡେଶ୍ୱରୀ ଆସନରୁ ହାରି ଯାଇଛନ୍ତି।

ଚାମୁଣ୍ଡେଶ୍ୱରୀ ଆସନରୁ ୫ ଥର ନିର୍ବାଚିତ ହୋଇଥିବା ସିଦ୍ଧରମେୟା ଏଥର କିନ୍ତୁ ଏଠାରୁ ହାରି ଯାଇଛନ୍ତି। ସେ ଜେଡିଏସ୍ ପ୍ରାର୍ଥୀ ଜି.ଟି ଦେବେଗୌଡ଼ାଙ୍କଠାରୁ ହାରିଯାଇଛନ୍ତି। ସେ ପ୍ରାୟ ୨୮ ହଜାର ଭୋଟ୍‌ରେ ହାରିଥିବା ଜଣାପଡ଼ିଛି। ଏଠାରେ ସେ ଭୋଟ୍ ଗଣତି ଆରମ୍ଭରୁ ପଛରେ ଚାଲିଥିଲେ।

ବାଦାମୀ ଆସନରେ ସିଦ୍ଧରମେୟା ବିଜେପି ପ୍ରାର୍ଥୀ ବି. ଶ୍ରୀରାମୁଲୁଙ୍କୁ ମାତ୍ର ୪୦୦୦ ଭୋଟ୍‌ରେ ପରାସ୍ତ କରିଛନ୍ତି। ଏଠାରେ ବି ତାଙ୍କୁ କଡ଼ା ଟକ୍କର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସିଦ୍ଧରମେୟା ଦୁଇଟି ଆସନରୁ ପ୍ରାର୍ଥୀ ହୋଇଥିବାରୁ ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos