ରାହୁଲ କିଛି କହିଥିଲେ, ଉତ୍ତରରେ ମୋଦି କହିଲେ ଏମିତି

ବାଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ଅଙ୍କ କଷୁଛନ୍ତି ବିଜେପି ଆଉ କଂଗ୍ରେସ। ରାହୁଲଙ୍କ ପାଇଁ ଏଠି ଦଳୀୟ ଗଡ଼ ସୁରକ୍ଷା କରିବା ଚ୍ୟାଲେଞ୍ଜ ହୋଇ ପଡିଥିବା ବେଳେ ବିଜେପି ମିଶନ୍‌ ୧୯କୁ ଆଖିଆଗରେ ରଖି କଂଗ୍ରେସ ମୁକ୍ତ ଭାରତ ଗଠନ ପାଇଁ ଚଳାଇଛି ଅଭିଯାନ। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରଚାର ପାଇଁ ଏଇଲେ କର୍ଣ୍ଣାଟକରେ ଡେରା ପକାଇଥିବା ବେଳେ ରାହୁଲ ସାଇକେଲରେ ବୁଲି ଆମ୍‌ ଆଦ୍‌ମିଙ୍କ ପାଇଁ କଂଗ୍ରେସ କେତେ ପ୍ରତିଶ୍ରୁତିବଦ୍ଧ […]

sleep.ju

sleep.ju

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 10:32 PM IST

Sports

Latest News

ବାଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏବେ ଅଙ୍କ କଷୁଛନ୍ତି ବିଜେପି ଆଉ କଂଗ୍ରେସ। ରାହୁଲଙ୍କ ପାଇଁ ଏଠି ଦଳୀୟ ଗଡ଼ ସୁରକ୍ଷା କରିବା ଚ୍ୟାଲେଞ୍ଜ ହୋଇ ପଡିଥିବା ବେଳେ ବିଜେପି ମିଶନ୍‌ ୧୯କୁ ଆଖିଆଗରେ ରଖି କଂଗ୍ରେସ ମୁକ୍ତ ଭାରତ ଗଠନ ପାଇଁ ଚଳାଇଛି ଅଭିଯାନ। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରଚାର ପାଇଁ ଏଇଲେ କର୍ଣ୍ଣାଟକରେ ଡେରା ପକାଇଥିବା ବେଳେ ରାହୁଲ ସାଇକେଲରେ ବୁଲି ଆମ୍‌ ଆଦ୍‌ମିଙ୍କ ପାଇଁ କଂଗ୍ରେସ କେତେ ପ୍ରତିଶ୍ରୁତିବଦ୍ଧ ସେ ସମ୍ପର୍କରେ ଜନ ଜାଗରଣ ସୃଷ୍ଟି କରିବାରେ ଲାଗିଛନ୍ତି।

ହେଲେ ମୋଦି ନଛୋଡବନ୍ଦା। ଆଜି କୋପ୍ପଲସ୍ଥିତ ଏକ ଜନସଭାକୁ ସମ୍ୱୋଧିତ କରିଛନ୍ତି ମୋଦି। ଏହି ସଭାରେ ସେ କଂଗ୍ରେସକୁ ତାଚ୍ଛଲ୍ୟ କରିଛନ୍ତି। ରାଜ୍ୟରେ ଜଳସେଚନ ଭିତ୍ତିଭୂମୀ ବିକାଶ କ୍ଷାତ୍ରରେ ସେଭଳି କାମ ହୋଇ ନ ଥିବାରୁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ତୁରନ୍ତ ପ୍ରଶ୍ନ ପଚାରନ୍ତୁ ବୋଲି ସେ କହିଛନ୍ତି। ଏଣେ ରାହୁଲଙ୍କ କଥାକୁ କଟାକ୍ଷ କରି କହିଛନ୍ତି କଂଗ୍ରେସ ଏବେ ସ୍ଲିପ୍‌ ମୋଡ୍‌ରେ । ତେଣୁ ଏଭଳି ପରିବାରବାଦରେ ବିଶ୍ୱାସ କରୁଥିବା ଦଳକୁ ଆଦୌ ଗ୍ରହଣ କରାଯିବା କଥା ନୁହେଁ। ବିଜେପି ରାଷ୍ଟ୍ରଭକ୍ତ ହୋଇଥିବାରୁ ଭୋଟ ଦଳ ସପକ୍ଷରେ ଯିବା ଉଚିତ୍‌ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏକ ନିର୍ବାଚନୀ ସଭାରେ ଭାଜପା ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଥିଲେ। କହିଥିଲେ, “ ପିଏମ୍‌ ମୋଦି କେବେ ବି ୱାର୍କ ମୋଡ୍‌ରେ ରୁହନ୍ତି ନାହିଁ, ସେ ସବୁବେଳେ ଏରୋପ୍ଲେନ୍‌ ମୋଡ଼ରେ ନ ହେଲେ ସ୍ପିକର ଅନ୍‌ ମୋଡ୍‌ରେ।”

ରାହୁଲଙ୍କ ସ୍ଲିପ୍‌ ମୋଡ କଥା କହି ମୋଦି ଆଜି ଏହି କଟାକ୍ଷର ଜବାବ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos