ବାଜୁଭାଇଙ୍କ ପକେଟ୍‌ରେ କର୍ଣ୍ଣାଟକ ବଲ୍‌

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଣତି ଏକପ୍ରକାର ଶେଷ ହୋଇଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ। ବର୍ତ୍ତମାନ ନିର୍ବାଚନ ଫଳ ଅନୁସାରେ ବିଜେପି ୧୦୪, ଗୋଟିଏ ବିଏସ୍‌ପି ସିଟ୍‌ ସହିତ ଜେଡିଏସ୍‌ ୩୮ ଓ କଂଗ୍ରେସ ୭୮ ସିଟ୍‌ ହାସଲ କରିଛି। ନିର୍ବାଚନ ଫଳାଫଳକୁ ଦେଖିଲେ ରାଜ୍ୟରେ ଝୁଲା ସରକାର ସ୍ଥିତି ଉପୁଜିବା ଦେଖା ଦେଇଛି। ଏପରି ସ୍ଥଳେ ସମସ୍ତଙ୍କ ନଜର କର୍ଣ୍ଣାଟକର ରାଜ୍ୟପାଳ ବାଜୁଭାଇ ବଳଙ୍କ ଉପରେ ଅଟକିଛି। ରାଜ୍ୟପାଳ କଂଗ୍ରେସ […]

Baju Bhai

Baju Bhai

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 07:32 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଣତି ଏକପ୍ରକାର ଶେଷ ହୋଇଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ। ବର୍ତ୍ତମାନ ନିର୍ବାଚନ ଫଳ ଅନୁସାରେ ବିଜେପି ୧୦୪, ଗୋଟିଏ ବିଏସ୍‌ପି ସିଟ୍‌ ସହିତ ଜେଡିଏସ୍‌ ୩୮ ଓ କଂଗ୍ରେସ ୭୮ ସିଟ୍‌ ହାସଲ କରିଛି।

ନିର୍ବାଚନ ଫଳାଫଳକୁ ଦେଖିଲେ ରାଜ୍ୟରେ ଝୁଲା ସରକାର ସ୍ଥିତି ଉପୁଜିବା ଦେଖା ଦେଇଛି। ଏପରି ସ୍ଥଳେ ସମସ୍ତଙ୍କ ନଜର କର୍ଣ୍ଣାଟକର ରାଜ୍ୟପାଳ ବାଜୁଭାଇ ବଳଙ୍କ ଉପରେ ଅଟକିଛି। ରାଜ୍ୟପାଳ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ସରକାର ଗଠନ ପାଇଁ ଡାକିବେ ନା ବିଜେପିକୁ ନିମନ୍ତ୍ରଣ କରିବେ ତାହା ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।

ରାଜ୍ୟରେ ବିଜେପି ସଂଖ୍ୟା  ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ମ୍ୟାଜିକ୍‌ ନମ୍ବର ହାସଲ କରିବାରେ ବିଫଳ ହୋଇଛି। ଏପଟେ କଂଗ୍ରେସ ବିଜେପିକୁ  କ୍ଷମତାରୁ ଦୂରେଇ ରଖିବାକୁ କଳେ ବଳେ କୌଶଳେ ଲାଗିପଡ଼ିଛି। ରାଜ୍ୟରେ ଦଳ ଆଶାତୀତ ସଫଳତା ପାଇ ନ ଥିବାରୁ ଜେଡିଏସ୍‌କୁ ନିସର୍ତ୍ତ ସମର୍ଥନ ଦେବାକୁ ଘୋଷଣା କରିଛି କଂଗ୍ରେସ। ସେପଟେ ବିଜେପି କର୍ଣ୍ଣାଟକ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛି। ରାଜ୍ୟରେ ଦଳର ରଣନୀତିକୁ ମଜଭୁତ କରିବା ପାଇଁ ବିଜେପି ୩ଜଣ ଟାଣୁଆ ନେତା ଧର୍ମେନ୍ଦ୍ର ପ୍ରଧାନ, ଜେପି ନଡ୍ଡା ଓ ପ୍ରକାଶ ଜାୱଡେକରଙ୍କୁ କର୍ଣ୍ଣାଟକ ପଠାଇଛି। ସେମାନେ ସେଠାରେ ରହି ବିଜେପି ସରକାର ପାଇଁ ରଣନୀତ ପ୍ରସ୍ତୁତ କରିବେ ବୋଲି ଜଣା ପଡ଼ିଛି। ଏପରି କ୍ଷେତ୍ରରେ କର୍ଣ୍ଣାଟକ ରାଜ୍ୟପାଳ କ'ଣ ନିସ୍ପତ୍ତି ନେଉଛନ୍ତି ତା' ଉପରେ ସମସ୍ତଙ୍କ ନଜର ରହିଛି।

ସାଧାରଣତଃ ରାଜ୍ୟପାଳ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ କିମ୍ବା ନିର୍ବାଚନ ପୂର୍ବରୁ ମେଣ୍ଟ କରି ସଂଖ୍ୟାରେ ଅଧିକ ଥିଲେ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥାନ୍ତି। ଯଦି ଝୁଲା ସରକାର ସ୍ଥିତି ଥାଏ ତେବେ  ଉଭୟ ଦଳକୁ ନିଜର ବହୁମତ ସାବ୍ୟସ୍ତ କରିବାକୁ କହିଥାନ୍ତି। ଯେଉଁ ଦଳ ନିଜର ବହୁମତ ସାବ୍ୟସ୍ତ କଲା ସେହି ଦଳକୁ ସରକାର ଗଠନ କରିବାକୁ ଅନୁମତି ଦେଇଥାନ୍ତି ରାଜ୍ୟପାଳ ।

କିନ୍ତୁ କର୍ଣ୍ଣାଟକରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ହୋଇଛି। କଂଗ୍ରେସ ନିର୍ବାଚନ ପୂର୍ବରୁ ମେଣ୍ଟ କରି ନ ଥିଲା। ଫଳାଫଳ ଆସିବା ପରେ ମ୍ୟାଜିକ ନମ୍ବର ନ ଆସିବାରୁ କଂଗ୍ରେସ ଦେଇଥିବା ସମର୍ଥନକୁ ସମ୍ମତି ଜଣାଇଛି ଜେଡିଏସ୍‌। ଆଉ ମିଳିତ ସରକାର ଗଠନ ଲାଗି ଦାବି କରିଛି।

ଯେହେତୁ ବିଜେପି ସଂଖ୍ୟାରେ ଆଗରେ ରହିଛି, ସେହି ଦୃଷ୍ଟିରୁ ପ୍ରଥମେ ବିଜେପିକୁ ହିଁ ନିଜର ବହୁମତ ସାବ୍ୟସ୍ତ ପାଇଁ ଡାକିପାରନ୍ତି ରାଜ୍ୟପାଳ। ଅବଶ୍ୟ ଏହା ତାଙ୍କର ନିଷ୍ପତି ଉପରେ ନିର୍ଭର କରୁଛି। ସେପଟେ କଂଗ୍ରେସ୍‌ ଓ ଜେଡିଏସ୍‌ ପାଇଥିବା ଆସନ ମିଶିଗଲେ ମ୍ୟାଜିକ୍‌ ନମ୍ବରକୁ ଅତିକ୍ରମ କରିଯାଉଥିବାରୁ ପ୍ରଥମେ କଂଗ୍ରେସକୁ ରାଜ୍ୟପାଳ ଡାକିବେ ବୋଲି ଦଳ ଅଶା ରଖିଛି। ଏଭଳି ସ୍ଥିତିରେ ରାଜ୍ୟପାଳ କ'ଣ ନିର୍ଣ୍ଣୟ ନେଉଛନ୍ତି ତାହା ଦେଖିବା ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story