ମୋଦିଙ୍କୁ ଭୋଟ ଦେଇଛ, ମୋତେ ସାହାଯ୍ୟ ମାଗୁଛ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ମନା କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଭୋଟ ଦେଇଥିବାରୁ, ସେମାନଙ୍କୁ କୌଣସି ପ୍ରକାରର ସାହାଯ୍ୟ ମିଳିବ ନାହିଁ ବୋଲି କୁମାରସ୍ୱାମୀ କହୁଥିବା ଭିଡିଓରେ ସ୍ପଷ୍ଟ ଶୁଣାଯାଉଛି। ଗାଁରେ ରହିବା କାର୍ଯ୍ୟକ୍ରମ ଅବସରରେ ଆଜି କୁମାରସ୍ୱାମୀ ସାଧାରଣ ଲୋକଙ୍କ ଭଳି ବସ୍‌ରେ କେରେଗୁଡ୍ଡା ଯାଉଥିଲେ। ଏହି ସମୟରେ କିଛି ଲୋକ […]

er

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 05:17 PM IST

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ମନା କରୁଥିବା ଦେଖିବାକୁ ମିଳିଛି। ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ଭୋଟ ଦେଇଥିବାରୁ, ସେମାନଙ୍କୁ କୌଣସି ପ୍ରକାରର ସାହାଯ୍ୟ ମିଳିବ ନାହିଁ ବୋଲି କୁମାରସ୍ୱାମୀ କହୁଥିବା ଭିଡିଓରେ ସ୍ପଷ୍ଟ ଶୁଣାଯାଉଛି।

ଗାଁରେ ରହିବା କାର୍ଯ୍ୟକ୍ରମ ଅବସରରେ ଆଜି କୁମାରସ୍ୱାମୀ ସାଧାରଣ ଲୋକଙ୍କ ଭଳି ବସ୍‌ରେ କେରେଗୁଡ୍ଡା ଯାଉଥିଲେ। ଏହି ସମୟରେ କିଛି ଲୋକ ବସ୍‌ ପାଖରେ ତାଙ୍କୁ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଇଥିବା ଜଣାଇଥିଲେ।

ତେବେ କୁମାରସ୍ୱାମୀଙ୍କ ବସ୍‌ ଆଗକୁ ଗଡ଼ିବାରୁ ଲୋକମାନେ ନାରାବାଜି କରିଥିଲେ। ଏହି ସମୟରେ କୁମାରସ୍ୱାମୀ ଲୋକମାନଙ୍କ ଉପରେ ନିଜର ବିରକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ, “ତୁମେମାନେ ନରେନ୍ଦ୍ର ମୋଦିକୁ ଭୋଟ ଦେଇଛ। ଏବେ ମୋତେ ସାହାଯ୍ୟ କରିବାକୁ କହୁଛ? କ’ଣ ମୁଁ ତୁମମାନଙ୍କୁ ସେଥିପାଇଁ ସମ୍ମାନ ଜଣାଇବି? ତୁମେମାନେ କଣ ଚାହୁଁଛ ପୁଲିସ୍‌ ତୁମ ଉପରେ ଲାଠିଚାର୍ଜ କରୁ ?”

ମୁଖ୍ୟମନ୍ତ୍ରୀଙ୍କ ଏଭଳି ଧମକର ପ୍ରତିବାଦ କରି ଲୋକମାନେ ବସ୍‌ ଆଗରେ ବିକ୍ଷୋଭ କରିବାରୁ ପୁଲିସ୍‌ ସେମାନଙ୍କୁ ଜୋରଜବରଦସ୍ତ ହଟାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

Related story