ବଢ଼ିଲା କଙ୍ଗନାଙ୍କ ଅଡ଼ୁଆ, ଏଫଆଇଆର ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ବେଙ୍ଗାଲୁରୁ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ମହଙ୍ଗା ପଡ଼ିଛି। ବିବାଦୀୟ ଟ୍ୱିଟ ପାଇଁ କର୍ଣ୍ଣାଟକାର ଗୋଟିଏ କୋର୍ଟ କଙ୍ଗନାଙ୍କ ନାଁରେ ଏଫଆଇଆର ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଣେ ଆଇନଜୀବୀ ଟୁମାକୁରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି କରି କୟାଥାସାନ୍ଦ୍ର ପୁଲିସ୍‌ ଷ୍ଟେସନର ସର୍କଲ ଇନସପେକ୍ଟରଙ୍କୁ ଏଫଆଇଆର […]

ff

ff

Hemant Lenka
  • Published: Friday, 09 October 2020
  • Updated: 09 October 2020, 10:20 PM IST

Sports

Latest News

ବେଙ୍ଗାଲୁରୁ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କ ବିରୋଧରେ ବିବାଦୀୟ ବୟାନ ଦେବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ମହଙ୍ଗା ପଡ଼ିଛି। ବିବାଦୀୟ ଟ୍ୱିଟ ପାଇଁ କର୍ଣ୍ଣାଟକାର ଗୋଟିଏ କୋର୍ଟ କଙ୍ଗନାଙ୍କ ନାଁରେ ଏଫଆଇଆର ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜଣେ ଆଇନଜୀବୀ ଟୁମାକୁରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି କରି କୟାଥାସାନ୍ଦ୍ର ପୁଲିସ୍‌ ଷ୍ଟେସନର ସର୍କଲ ଇନସପେକ୍ଟରଙ୍କୁ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ଆଇନଜୀବୀଙ୍କ ଅଭିଯୋଗ ପତ୍ରର କପି ପୁଲିସ୍‌କୁ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଆଇନକୁ ନେଇ ଚାଲିଥିବା ବିକ୍ଷୋଭ ଉପରେ ଗୋଟିଏ ଟ୍ୱିଟ କରିଥିଲେ। ସେପ୍ଟେମ୍ବର ୨୧ରେ କଙ୍ଗନା ଏହାକୁ ରି-ଟ୍ୱିଟ କରି କହିଥିଲେ, ଏଥିରେ ସେ ଲେଖିଥିଲେ, “ପ୍ରଧାନମନ୍ତ୍ରୀ, ଜଣେ ଶୋଇଥିଲେ, ତାଙ୍କୁ ଉଠାଇ ହେବ। ଯଦି କେହି ବୁଝି ପାରୁନାହାନ୍ତି, ତା’ହେଲେ ସେମାନଙ୍କୁ ତଥ୍ୟ ଦେଇ ବୁଝାଇ ହେବ।

କିନ୍ତୁ ଜଣେ ଯଦି ଶୋଇବାର ଅଭିନୟ କରୁଥିବ ଓ ବୁଝିବାକୁ ଚାହୁଁ ନଥିବ, ତା’ହେଲେ ତାଙ୍କୁ କ’ଣ କରାଯିବ? ଏମାନେ ହେଉଛନ୍ତି ସେହି ସମାନ ଆତଙ୍କବାଦୀ। ସିଏଏ ଦ୍ୱାରା ଜଣେ ବି ନାଗରିକତା ହରାଇ ନାହାନ୍ତି। କିନ୍ତୁ ସେମାନେ ଏଥିପାଇଁ ପ୍ରବଳ ରକ୍ତପାତ କରିଥିଲେ।”

ସେ ଆଉ ଏକ ଟ୍ୱିଟ କରି କହିଥିଲେ, ଯେଉଁ ଲୋକମାନେ ସିଏଏକୁ ନେଇ ମିଛ ପ୍ରଚାର କରିଥିଲେ ଓ ଲୋକଙ୍କୁ ଭ୍ରମିତ କରି ଦଙ୍ଗା ସୃଷ୍ଟି କରିଥିଲେ, ଏବେ ସମାନ ଲୋକ କୃଷି ବିଲ୍‌କୁ ନେଇ ଭୁଲ ତଥ୍ୟ ଦେବାରେ ଲାଗିଛନ୍ତି। ସେମାନେ ଦେଶରେ ଆତଙ୍କ ସୃଷ୍ଟି କରୁଛନ୍ତି। ସେମାନେ ଆତଙ୍କବାଦୀ।

କଙ୍ଗନା ନିଜ ବୟାନ ଜରିଆରେ ଆନ୍ଦୋଳନକାରୀ ଚାଷୀ ଓ ବିରୋଧୀ ଦଳଗୁଡ଼ିକୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିବାରୁ ବିବାଦ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos