ସଙ୍ଗୀନ ଅଭିଯୋଗ ଆଣିଲେ କୁମାର ସ୍ୱାମୀ: କହିଲେ ଆମ ବିଧାୟକଙ୍କୁ ଜଣକା ୧୦୦ କୋଟି ଯାଚୁଛି ବିଜେପି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚନ ଫଳାଫଳକୁ ନେଇ ଦିନକୁ ଦିନ ରାଜନୀତି ସରଗରମ ହେଉଛି। ରାଜ୍ୟରେ ଝୁଲା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ଗଠନ ଲାଗି ଦୁଇ ବିରୋଧୀ ତଥା ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା। ଏହାରିଭିତରେ ଘୋଡ଼ାବେପାର ନେଇ ଅଭିଯୋଗ ଆସିଛି। ଏନେଇ ଜେଡିଏସ ନେତା ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବିଜେପି ଜେଡିଏସର ପ୍ରତି ବିଧାୟକଙ୍କୁ ପ୍ରତ୍ୟେକ ୧୦୦ କୋଟି ଟଙ୍କା ଲେଖାଁଏ ଲାଞ୍ଚ ଯାଚିଛି। ବିଜେପିକୁ […]

bjp-1

bjp-1

Rakesh Mallick
  • Published: Wednesday, 16 May 2018
  • Updated: 16 May 2018, 04:50 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାକୁ ନିର୍ବାଚନ ଫଳାଫଳକୁ ନେଇ ଦିନକୁ ଦିନ ରାଜନୀତି ସରଗରମ ହେଉଛି। ରାଜ୍ୟରେ ଝୁଲା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସରକାର ଗଠନ ଲାଗି ଦୁଇ ବିରୋଧୀ ତଥା ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଝା। ଏହାରିଭିତରେ ଘୋଡ଼ାବେପାର ନେଇ ଅଭିଯୋଗ ଆସିଛି। ଏନେଇ ଜେଡିଏସ ନେତା ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ବିଜେପି ଜେଡିଏସର ପ୍ରତି ବିଧାୟକଙ୍କୁ ପ୍ରତ୍ୟେକ ୧୦୦ କୋଟି ଟଙ୍କା ଲେଖାଁଏ ଲାଞ୍ଚ ଯାଚିଛି। ବିଜେପିକୁ ସମର୍ଥନ ପାଇଁ ଏମିତି ଲାଞ୍ଚ ଯଚାଯାଉଥିବା ସେ ଅଭିଯୋଗ ଆଣିଛନ୍ତି।

ବୁଧବାର ଜେଡିଏସ୍‌ର ନବନିର୍ବାଚିତ ବିଧାୟକମାନେ ଏଚ.ଡି. କୁମାରସ୍ୱାମୀଙ୍କୁ ବିଧାୟକ ଦଳର ନେତା ନିର୍ବାଚିତ କରିଛନ୍ତି।  ନିର୍ବାଚିତ ହେବାପରେ କୁମାରସ୍ୱାମୀ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି ଯେ, ବିଜେପି ଜେଡିଏସ୍‌ର ୩୮ଜଣ ବିଧାୟକଙ୍କୁ ଲୋଭନୀୟ ଅଫର୍ ଦେଇଛି। ପ୍ରତି ବିଧାୟକଙ୍କୁ ୧୦୦ କୋଟି ଟଙ୍କା ସହିତ ମନ୍ତ୍ରୀ ପଦ ଦେବାକୁ ପ୍ରସ୍ତାବ ମଧ୍ୟ ଦେଇଛି। ବିଜେପି ତାଙ୍କଠାରୁ ମଧ୍ୟ ସମର୍ଥନ ଲୋଡ଼ିଥିଲା ବୋଲି କୁମାରସ୍ୱାମୀ କହିଛନ୍ତି। ବିଜେପି ସହ ମେଣ୍ଟର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି କର୍ଣ୍ଣାଟକରେ ଶାସନ କ୍ଷମତାକକୁ ଆସିବାକୁ  ଘୋଡ଼ା ବେପାର ଆରମ୍ଭ କରିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯଦି ବିଜେପି ଆମ ଦଳର ବିଧାୟକଙ୍କୁ ନେବାକୁ ଚେଷ୍ଟା କରେ ତେବେ ଆମେ ମଧ୍ୟ ଏଭଳି କରିବୁ।” ଏଥିସହିତ ଆଜି ଆଉ ଥରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି କରିବେ ବୋଲି କୁମାରସ୍ୱାମୀ କହିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ମୋଟ ୨୨୪ ଆସନରୁ ୨୨୨ ଆସନରେ ମତଦାନ ହୋଇଥିଲା । ଏଥିରୁ ବିଜେପି ୧୦୪ଟି ଆସନ ହାସଲ କରି ସବୁଠାରୁ ବଡ଼ ଦଳ ହୋଇଥିବା ବେଳେ କଂଗ୍ରେସକୁ ୭୮ ଏବଂ ଜେଡିଏସ୍‌କୁ ୩୮ଟି ଆସନ ମିଳିଛି। ଅନ୍ୟମାନେ ୨ଟି ଆସନ ଅକ୍ତିଆର କରିଛନ୍ତି। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୧୨ ଆବଶ୍ୟକ।  ହେଲେ  ବିଜେପି ୮ଟି ଆସନ ପଛରେ ରହିଛି । ସେପଟେ ସରକାର ଗଠନ ପାଇଁ ଜେଡିଏସ୍‌ ସହ କଂଗ୍ରେସ ହାତ ମିଳାଇଛି । କଂଗ୍ରେସ-ଜେଡିଏସ୍‌ ମେଣ୍ଟର ବିଧାୟକ ସଂଖ୍ୟା ଏବେ ୧୧୬ରେ ପହଞ୍ଚିଛି ଏବଂ ସରକାର ଗଠନ ପାଇଁ ଆବଶ୍ୟକ ହେଉଥିବା ମ୍ୟାଜିକ୍‌ ନମ୍ବରକୁ ଏହା ଅତିକ୍ରମ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos