ରାତି ପାହିଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ: ପ୍ରସ୍ତୁତି ଶେଷ

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ। ୨୨୩ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥର ପ୍ରାୟ ୪କୋଟି ୯୦ ଲକ୍ଷ ଭୋଟର ୫୬ ହଜାର ୬୯୬ଟି ପୁଲିଂ ବୁଥରେ ନିଜ ମତ ସାବ୍ୟସ୍ତ କରିବେ। ନିର୍ବାଚନ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ଗତକାଲି ଥିଲା ପ୍ରଚାରର ଶେଷ ଦିନ। ଶେଷ ଦିନରେ ଭିନ୍ନ ଭିନ୍ନ ଢଙ୍ଗରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ […]

pm_rahul_1

pm_rahul_1

Rakesh Mallick
  • Published: Friday, 11 May 2018
  • Updated: 11 May 2018, 09:38 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ। ୨୨୩ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥର ପ୍ରାୟ ୪କୋଟି ୯୦ ଲକ୍ଷ ଭୋଟର ୫୬ ହଜାର ୬୯୬ଟି ପୁଲିଂ ବୁଥରେ ନିଜ ମତ ସାବ୍ୟସ୍ତ କରିବେ। ନିର୍ବାଚନ ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି।

ଗତକାଲି ଥିଲା ପ୍ରଚାରର ଶେଷ ଦିନ। ଶେଷ ଦିନରେ ଭିନ୍ନ ଭିନ୍ନ ଢଙ୍ଗରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ୍।

ଗୋଟିଏ ଦିନରେ ବିଜେପି ପକ୍ଷରୁ ୨୮ରୁ ଅଧିକ ରାଲି ହୋଇଥିଲା। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ୨୩ କେନ୍ଦ୍ରମନ୍ତ୍ରୀ, ୧୨ରୁ ଅଧିକ ସାଂସଦ ଓ ଦୁଇଜଣ ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ ହାଇ ଭୋଲଟେଜ୍ କ୍ୟାମ୍ପେନରେ। ଓଡ଼ିଆ ବହୁଳ ଅଞ୍ଚଳରେ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କଂଗ୍ରେସ ସଭାପତି ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ଟାର୍ଗେଟ କରିଥିଲେ। ତେବେ ଦଳର ତୁଙ୍ଗ ନେତାମାନେ କିନ୍ତୁ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ସୁଯୋଗ ହାତଛଡ଼ା କରି ନ ଥିଲେ। ସେହିପରି ବିଭିନ୍ନ ସ୍ଥାନରେ ଜନସଭା  କରି ଲୋକଙ୍କୁ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ଆକୃଷ୍ଟ କରିଥିଲା ଏଚ୍‌ଡି ଦେବଗୌଡ଼ାଙ୍କ ଦଳ ଜେଡିଏସ୍।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos