ଗିରଫ ହେବେ ଆଉ ଜଣେ କଂଗ୍ରେସ ନେତା!

ବେଙ୍ଗାଲୁରୁ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପରେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ। ଶିବକୁମାରଙ୍କ ନାଁରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗିରଫ ହେବାର ଆଶଙ୍କା ବଢ଼ିବାରୁ ଶିବକୁମାର ଅନ୍ତରୀଣ ଜାମିନ୍‌ ପାଇଁ କର୍ଣ୍ଣାକଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଆଜି କର୍ଣ୍ଣାଟକା ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତେଣୁ ତାଙ୍କୁ ଇଡି ଯେକୌଣସି ମୁହୂର୍ତ୍ତରେ ଗିରଫ […]

w

w

Hemant Lenka
  • Published: Friday, 30 August 2019
  • Updated: 30 August 2019, 04:13 PM IST

Sports

Latest News

ବେଙ୍ଗାଲୁରୁ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ପରେ କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଡିକେ ଶିବକୁମାରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ। ଶିବକୁମାରଙ୍କ ନାଁରେ ଇଡି ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗିରଫ ହେବାର ଆଶଙ୍କା ବଢ଼ିବାରୁ ଶିବକୁମାର ଅନ୍ତରୀଣ ଜାମିନ୍‌ ପାଇଁ କର୍ଣ୍ଣାକଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତେବେ ଆଜି କର୍ଣ୍ଣାଟକା ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତେଣୁ ତାଙ୍କୁ ଇଡି ଯେକୌଣସି ମୁହୂର୍ତ୍ତରେ ଗିରଫ କରିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଶିବକୁମାର ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ। ଗୁରୁବାର ଇଡି ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା। ନୂଆଦିଲ୍ଲୀ ଇଡି ଅଫିସରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହାଜର ହେବାକୁ ଶିବକୁମାରଙ୍କୁ କୁହାଯାଇଥିଲେ। ହେଲେ ଶିବକୁମାର ନୂଆଦିଲ୍ଲୀ ନଯାଇ ଇଡି ଗିରଫଦାରୀରୁ ସୁରକ୍ଷା ପାଇବା ପାଇଁ କର୍ଣ୍ଣାଟକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଶିବକୁମାର କହିଛନ୍ତି, “ଦୟାକରି କେହି ବ୍ୟସ୍ତ ହୁଅନ୍ତୁ ନାହିଁ। ମୁଁ ମଧ୍ୟ ବ୍ୟସ୍ତ ହେଉନାହିଁ। ମୁଁ କୌଣସି ଭୁଲ କରିନାହିଁ। କାହାକୁ ଦୁଷ୍କର୍ମ କରିନାହିଁ କିମ୍ବା କାହାଠାରୁ ଟଙ୍କା ନେଇନାହିଁ। ମୋ ବିରୋଧରେ କିଛି ବି ପ୍ରମାଣ ନାହିଁ। ରାଜନୀତିକ ଉଦ୍ଦେଶ୍ୟ ଦୃଷ୍ଟିକୋଣରୁ ଇଡି ଏଭଳି ନୋଟିସ୍‌ କରିଛି।”

ଉଲ୍ଲେଖଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ଇଡି ଶିବକୁମାରଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଟିକସ ଫାଙ୍କିବା ଓ ହାୱାଲା କାରବାରରେ ଶିବକୁମାରଙ୍କ ସଂପୃକ୍ତି ଥିବା ଇଡି ଜାଣିବାକୁ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos