କେବେ ଗୃହବନ୍ଦୀରୁ ମୁକ୍ତି ପାଇବେ କଶ୍ମୀର ରାଜନେତା

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନରୁ ଠାରୁ ଅଟକ ଥିବା ରାଜନେତା ଓ ସାମାଜିକ କର୍ମୀମାନେ କେବେ ମୁକ୍ତ ହେବେ, ତା’କୁ ନେଇ ଅନିଶ୍ଚିତତା ଜାରି ରହିଛି। ଗତକାଲି ସ୍ଥାନୀୟ ପ୍ରଶାସନ ଜମ୍ମୁରେ ଅଟକ ଥିବା ରାଜନେତାମାନଙ୍କୁ ମୁକ୍ତ କରିଥିଲା। ହେଲେ କଶ୍ମୀରରେ ଅଟକ ଥିବା ନେତାମାନେ କେବେ ମୁକୁଳିବେ ତା’ର ଉତ୍ତର କାହା ପାଖରେ ନାହିଁ। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଚାପ ବଢ଼ିବାରେ ଲାଗିଛି। ଏସବୁ ଭିତରେ ଆଜି ଜମ୍ମୁ-କଶ୍ମୀର […]

q

q

Hemant Lenka
  • Published: Thursday, 03 October 2019
  • Updated: 03 October 2019, 03:23 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନରୁ ଠାରୁ ଅଟକ ଥିବା ରାଜନେତା ଓ ସାମାଜିକ କର୍ମୀମାନେ କେବେ ମୁକ୍ତ ହେବେ, ତା’କୁ ନେଇ ଅନିଶ୍ଚିତତା ଜାରି ରହିଛି। ଗତକାଲି ସ୍ଥାନୀୟ ପ୍ରଶାସନ ଜମ୍ମୁରେ ଅଟକ ଥିବା ରାଜନେତାମାନଙ୍କୁ ମୁକ୍ତ କରିଥିଲା। ହେଲେ କଶ୍ମୀରରେ ଅଟକ ଥିବା ନେତାମାନେ କେବେ ମୁକୁଳିବେ ତା’ର ଉତ୍ତର କାହା ପାଖରେ ନାହିଁ।

ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଉପରେ ଚାପ ବଢ଼ିବାରେ ଲାଗିଛି। ଏସବୁ ଭିତରେ ଆଜି ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରାମର୍ଶଦାତା ଫାରୁକ ଖାନ୍‌ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, କଶ୍ମୀରରେ ଅଟକ ଥିବା ରାଜନେତାମାନଙ୍କୁ ଖୁବ୍‌ଶୀଘ୍ର ମୁକ୍ତ କରାଯିବ। ହେଲେ ସମସ୍ତଙ୍କୁ ଏକକାଳୀନ ଛଡ଼ା ଯିବନାହିଁ। ପର୍ଯ୍ୟାୟକ୍ରମେ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହବନ୍ଦୀ ଉପରେ ନିଷ୍ପତ୍ତି ନିଆଯିବ। ଏବେ ଜଣଙ୍କ ପରେ ଜଣଙ୍କ ସ୍ଥିତି ଓ ସ୍ୱାଭାବ ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି।

ଜମ୍ମୁ-କଶ୍ମୀରର ରାଜନେତାଙ୍କୁ ଅଗଷ୍ଟ ୪ ତାରିଖରୁ ସ୍ଥାନୀୟ ପ୍ରଶାସନ ଅଟକ ରଖିଥିଲା। ଏହାକୁ ପ୍ରାୟ ୨ ମାସ ବିତିବାକୁ ବସିଲାଣି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ବ୍ଲକ ବିକାଶ ପରିଷଦ ନିର୍ବାଚନ ହେବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଗତକାଲି ଜମ୍ମୁରେ ଅଟକ ଥିବା ରାଜନେତାଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯାଇଥିଲା। ଆଜି ମୁକୁଳିଥିବା ରାଜନେତାମାନେ ଏକାଠି ହୋଇ ବୈଠକ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos