କେଜ୍ରିୱାଲଙ୍କ ଉପରକୁ କାଳି ମାଡ଼

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରବିବାର କାଳିମାଡ ହୋଇଛି। ସେ ଦିଲ୍ଲୀରେ ଯୁଗ୍ମ-ଅଯୁଗ୍ମ ଯୋଜନାର ୧୫ ଦିନ ସଫଳତାକୁ ନେଇ ଏକ ରାଲିରେ ଉଦବୋଧନ ଦେଉଥିବା ବେଳେ ତାଙ୍କ ଉପରକୁ ଜଣେ ମହିଳା କାଳିମାଡ କରିବା ସହ ପ୍ରଚାର ପତ୍ର ଫୋପାଡି ଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଫୋପାଡି ଥିବା କାଳି ତାଙ୍କ ଦେହ ଓ ମୁହଁରେ ପଡିଥିଲା। ଦିଲ୍ଲୀ ପୋଲିସ ତତକ୍ଷଣାତ୍ କାଳି ଫୋପାଡିଥିବା ମହିଳା ଜଣଙ୍କୁ କାବୁ କରିଥିଲା। ସେ ହେଉଛନ୍ତି ଆପର ପଞ୍ଜାବ ୟୁନିଟର ପୂର୍ବତନ କର୍ମୀ କବିତା ଆରୋରା। ସେ କାଳି ଫୋପାଡିବା ବେଳେ ଆପ୍ ଓ କେଜ୍ରିୱାଲ ନାଁରେ ବିଭିନ୍ନ ନାରା ଦେଇଥିଲେ। ସେ କହିଥିଲେ ଯୁଗ୍ମ-ଅଯୁଗ୍ମ ଯୋଜନାରେ ଆପ ସରକାର ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଏହା ହେଉଛି କେଜ୍ରିୱାଲଙ୍କ ସିଏନଜି ସ୍ମାମ୍। ଏନେଇ ତାଙ୍କ ପାଖରେ ଏକ ସିଡି ରହିଛି। ଏହାକୁ ସେ ପ୍ରମାଣ କରିବେ ବୋଲି ପାଟି କରି କହିଥିଲେ । ଦିଲ୍ଲୀ ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।

ଆହୁରି ପଢ଼ନ୍ତୁ

ଅଙ୍କିତାଙ୍କ ୪.୫ କୋଟିର ଫ୍ଲାଟ ପାଇଁ ଇଏମଆଇ ଦେଉଥିଲେ ସୁଶାନ୍ତ ସିଂହ ରାଜପୁତ!

ସ୍ୱାଧୀନତା ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ବାର୍ତ୍ତା: କରୋନା ଯୋଦ୍ଧାଙ୍କ ପାଖରେ ଦେଶ ସର୍ବଦା ଋଣି

ଚାଇନା ଉପରେ ରହିବ ନଜର, ନୌସେନା କିଣିବ ୧୦ ଡ୍ରୋନ

ଫଡନାଭିସଙ୍କୁ ବିଜେପିର ବିହାର ଦାୟିତ୍ୱ

ଉଦ୍ଧାର କାର୍ଯ୍ୟରେ ସାମିଲ ୨୨ ଅଧିକାରୀଙ୍କୁ କରୋନା, କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସ୍ୱାସ୍ଥ୍ୟମନ୍ତ୍ରୀ

କରୋନାରେ ଆକ୍ରାନ୍ତ କଣ୍ଠଶିଳ୍ପୀ ବାଲାସୁବ୍ରମଣିୟମଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଆଇସିୟୁରେ ଭର୍ତ୍ତି

କରୋନାକୁ ମାତ୍‌ ଦେଇ ସୁସ୍ଥ ହେଲେ ଅମିତ ଶାହ

କମଳା ହାରିସଙ୍କୁ ଅମୂଲର ନିଆରା ଶୁଭେଚ୍ଛା

ଆସ୍ଥା ଭୋଟ୍‌ ଜିତିଲେ ଗେହଲଟ ସରକାର, ବିଜେପିକୁ ଜବାବ ଦେଲେ ପାଇଲଟ୍‌

ସୁଶାନ୍ତଙ୍କ ମୃତ୍ୟୁ ମାମଲା: ଆଉ କିଛି ଲୋକଙ୍କ ବୟାନ ରେକର୍ଡ କଲା ସିବିଆଇ

୬ ବର୍ଷର ଶିଶୁକନ୍ୟାକୁ ଅପହରଣ ପରେ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଭଲ ଖବର: ଭାରତର କରୋନା ଟିକା ଫେଜ-୧ ପରୀକ୍ଷାରେ ସଫଳ