ନିପା ଭାଇରସ ଆତଙ୍କ, ଗଲାଣି ୧୦ ଜୀବନ: ଜାଣନ୍ତୁ ଏହା କ’ଣ ଓ କେମିତି ହୁଏ

ନୂଆଦିଲ୍ଲୀ: କେରଳରେ ଜୀବନ ନେଉଛି ନିପା ଭାଇରସ୍। କେରଳର କୋଝିକୋଡ୍‌ରେ ନିପା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ମଧ୍ୟରେ ୪ ଜଣ ଗୋଟିଏ ପରିବାରର । ୪ ଜଣ ଗୁରୁତର ଅବସ୍ଥାରେ ଥିବାବେଳେ ୨୫ ଜଣଙ୍କ ଉପରେ କଡ଼ା ନଜର ରଖାଯାଇଛି। ପୁନେ ଭାଇରୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ୩ଟି ରକ୍ତ ନମୁନାରେ ନିପା ଭାଇରସ ଥିବା ଦାବି କରିଛି। କେରଳ ସରକାର ଉକ୍ତ ମାମଲାରେ କେନ୍ଦ୍ରଠୁ ତୁରନ୍ତ ସାହାଯ୍ୟ ମାଗିଛନ୍ତି। ଏ […]

virous copy

virous copy

Rakesh Mallick
  • Published: Monday, 21 May 2018
  • Updated: 21 May 2018, 01:23 PM IST

Sports

Latest News

ନୂଆଦିଲ୍ଲୀ: କେରଳରେ ଜୀବନ ନେଉଛି ନିପା ଭାଇରସ୍। କେରଳର କୋଝିକୋଡ୍‌ରେ ନିପା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ମଧ୍ୟରେ ୪ ଜଣ ଗୋଟିଏ ପରିବାରର । ୪ ଜଣ ଗୁରୁତର ଅବସ୍ଥାରେ ଥିବାବେଳେ ୨୫ ଜଣଙ୍କ ଉପରେ କଡ଼ା ନଜର ରଖାଯାଇଛି।

ପୁନେ ଭାଇରୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ୩ଟି ରକ୍ତ ନମୁନାରେ ନିପା ଭାଇରସ ଥିବା ଦାବି କରିଛି। କେରଳ ସରକାର ଉକ୍ତ ମାମଲାରେ କେନ୍ଦ୍ରଠୁ ତୁରନ୍ତ ସାହାଯ୍ୟ ମାଗିଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ନ୍ୟାସନାଲ୍ ସେଣ୍ଟର ‌ଅଫ୍ ଡିଜିଜ୍‌ କଣ୍ଟ୍ରୋଲ୍(ଏନ୍‌ସିଡିସି) ଟିମ୍‌କୁ କେରଳ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କେରଳ ଯିବେ ଏନ୍‌ସିଡିସି ଟିମ୍

  • ରାଜ୍ୟ ସରକାରଙ୍କ ‌ଅନୁରୋଧ ପରେ କେନ୍ଦ୍ରରୁ ଏନ୍‌ସିଡିସି ଟିମ୍ କେରଳରେ ନିପା ପ୍ରଭାବିତ ଅଞ୍ଚଳକୁ ଆଜି ଗସ୍ତ କରିବ।
  • ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍(ଆଇଏମ୍‌ଏ) ଏଥିପାଇଁ ଏକ କମିଟି ଗଠନ କରିଛି। ଏହି କମିଟି ରୋଗ ବିଷୟରେ ପତ୍ତା ଲଗାଇବ। ଏଥିସହ ଅଧିକ ଲୋକଙ୍କ ଉପରେ ଯେପରି ଏହି ଭାଇରସ୍ ପ୍ରଭାବ ପକାଇବ ନାହିଁ ସେଥିପାଇଁ ଉପାୟ କରୁଛନ୍ତି।

କେଉଁଠାରୁ ଆସେ ନିପା ଭାଇରସ୍?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ନିପା ଭାଇରସ ବାଦୁଡ଼ିରୁ ଫଳକୁ ଓ ଫଳରୁ ମଣିଷ ଓ ଅନ୍ୟ ପଶୁପକ୍ଷୀମାନଙ୍କ ଶରୀରକୁ ଆସିଥାଏ।

କ’ଣ ପାଇଁ ଏହାର ନାଁ ନିପା ଭାଇରସ୍?

୧୯୯୮ ମସିହାରେ ପ୍ରଥମେ ମାଲେସିଆର କାଂପୁଂଗ ସୁଂଗଇ ନିପାରେ ଏହି ଭାଇରସ୍‌ ସାମ୍ନାକୁ ଆସିଥିଲା। ତେଣୁ ଏହାକୁ ନିପା ଭାଇରସ୍‌ ନାଁ ଦିଆଗଲା। ପ୍ରଥମେ ଏହାର ପ୍ରଭାବ ଘୁଷୁରୀମାନଙ୍କଠାରେ ଦେଖାଦେଇଥିଲା। ୨୦୦୪ ମସିହାରେ ବାଂଲାଦେଶରେ ଏହି ଭାଇରସ୍ ଆତଙ୍କ ଦେଖାଯାଇଥିଲା। କେରଳକୁ ଏହା ପ୍ରଥମ ଥର ଆସିଛି ବୋଲି କୁହାଯାଉଛି।

ଲକ୍ଷଣ

ଏହି ଭାଇରସ୍‌ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ। ମୁଣ୍ଡରେ ଭୀଷଣ ଯନ୍ତ୍ରଣା ହୋଇଥାଏ। ଠିକ୍‌ ସମୟରେ ଏହାର ଚିକିତ୍ସା ନହେଲେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ।

କେମିତି ହୁଏ ଚିକିତ୍ସା?

ଏହି ରୋଗ ପାଇଁ କୌଣସି ଭ୍ୟାକ୍‌ସିନ ନାହିଁ। ରୋଗୀକୁ ସିଧା ଆଇସିୟୁରେ ରଖି ଚିକିତ୍ସା କରାଯାଏ।

କେମିତି ରଖିବେ ନିଜକୁ ସୁରକ୍ଷିତ?

ଏହି ରୋଗରୁ ବଞ୍ଚିବା ପାଇଁ ଫଳ, ବିଶେଷ କରି ଖଜୁରୀ ଖାଇବାରୁ ଦୂରେଇ ରୁହନ୍ତୁ। ଗଛରୁ ତଳେ ପଡ଼ିଥିବା ଫଳ ଖାଆନ୍ତୁ ନାହିଁ।  ରୋଗୀଣା ଘୁଷୁରୀ ଓ ଅନ୍ୟ ପଶୁଙ୍କଠୁ ଦୂରେଇ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story