୫ମ ମହଲାରୁ ଖସିପଡ଼ି ବି ଜୀବିତ ରହିଲା ଶିଶୁ, ଦେଖନ୍ତୁ ଭିଡିଓ…

ବେଜିଂ: ପୃଥିବୀରେ ପ୍ରତି ସେକେଣ୍ଡରେ କିଛି ନା କିଛି ଅଜବ ଘଟଣା ଘଟୁଛି। ସେଥିମଧ୍ୟରୁ କିଛି ଲୋକଲୋଚନକୁ ଆସୁଛି ତ ଆଉ କିଛି ଲୁଚି ଯାଉଛି। ଯେଉଁ ଘଟଣାଟି ଲୋକଙ୍କ ପାଖରେ ପହଞ୍ଚୁଛି ସେଗୁଡ଼ିକ ରୋଚକ ଲାଗିଲେ, ତୁରନ୍ତ ଭାଇରାଲ ହୋଇଯାଉଛି। ଏବେ ଏମିତି ଏକ  ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

କଥାରେ ଅଛି, ରଖିଲେ ହର ମାରିବ କିଏ। ଏବେ ଏହା ସତ ସାବ୍ୟସ୍ତ ହୋଇଛି। ୫ମ ମହଲାରୁ ଜଣେ ଶିଶୁ ଖସି ପଡ଼ିଥିଲେ ହେଁ ସେ ସଂପୂର୍ଣ୍ଣ ସୁରକ୍ଷିତ ଓ ଜୀବିତ ରହିଛନ୍ତି। ଆପଣ ଏବେ ଭାବୁଥିବେ, ଏହା କେମିତି ସମ୍ଭବ ହେଲା। ପୂର୍ବ ଚାଇନାର ଜୁଆଙ୍ଗସୁ ଅଞ୍ଚଳରୁ ଆସିଥିବା ଭିଡିଓକୁ ଦେଖିଲେ, ଆପଣ ଆମ କଥାକୁ ନିଶ୍ଚୟ ବିଶ୍ୱାସ କରିବେ। ଏହି ଭିଡିଓରେ ଜଣେ ୨ ବର୍ଷର ଶିଶୁ ପାଞ୍ଚ ମହଲା ଉପରେ ଝୁଲି ରହିଥିବା ଦେଖିବାକୁ ମିଳିଛି। କିନ୍ତୁ ପଡ଼ୋଶୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଶିଶୁଟି ମରଣ ମୁହଁରୁ ରକ୍ଷା ପାଇଯାଇଛି।

ରିପୋର୍ଟ ଅନୁଯାୟୀ, ଜଣେ ଦୁଇ ବର୍ଷର ଶିଶୁ ନିଜକୁ ବେଡ ରୁମରେ ଲକ କରିନେଇଥିଲା। ଏହାପରେ ଷ୍ଟୁଲ ସାହାର୍ଯରେ ସେ ରୁମର ଝରକା ଉପରକୁ ଚଢ଼ିଯାଇଥିଲା।

ଏହି ସମୟରେ ସେ ଝରକା ପାଖରେ ଲାଗିଥିବା ଏସିକୁ ଧରି ଲଟକି ଯାଇଥିଲା। ଏହି ଘରର ପଡ଼ୋଶୀ ଭାବେ ରହୁଥିବା ଲି ଦେହାଇ ପ୍ରଥମେ ପିଲାଟି ଲଟକିଥିବା ଦେଖି ଏକ କମ୍ୱଳ ନେଇ ତଳେ ପକାଇ ଦେଇଥିଲେ। ପିଲାଟିର ହାତ ଏସିରୁ ଖସିବା ପରେ ସେ ତଳକୁ ଖସି ପଡ଼ିଥିଲା। କିନ୍ତୁ ପୂର୍ବରୁ ପ୍ରସ୍ତୁତ ରହିଥିବା ଲି ତା’କୁ ତଳେ ପଡ଼ିବା ପୂର୍ବରୁ କ୍ୟାଚ୍ କରିନେଇଥିଲେ।

ଏହାପରେ ଶିଶୁଟିକୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା । ପିଲାଟି ସମ୍ପୁର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ତେବେ ଏଥିରେ ଲି ସାମାନ୍ୟ ଆହତ ହୋଇଛନ୍ତି। ଏହି ଘଟଣା ଜାଣିବାପରେ ସ୍ଥାନୀୟ ପ୍ରଶାସନ ଲିଙ୍କୁ ସମ୍ୱର୍ଦ୍ଧିତ କରିଛି ।

ଆହୁରି ପଢ଼ନ୍ତୁ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା