ନୂଆଦିଲ୍ଲୀ: ଉତ୍ତର ସିରିଆର କୁର୍ଦ୍ଦିଶ ସହର କାମିସ୍ଲିରେ ଆଜି ୨ଟି ସ୍ଥାନରେ ବୋମା ବିସ୍ଫୋରଣ ଘଟିବାରୁ ୪୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଲୋକ ଗୁରୁତର ଆହତ ହୋଇଛି। ଏହି ଆକ୍ରମଣ ପାଇଁ ଆଇଏସ୍ ନିଜକୁ ଦାୟୀ କରିଛି।
ସରିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ କାମିସ୍ଲି ସହରରେ ଆଜି ଏକ ଟ୍ରକ୍ରେ ଆତଙ୍କୀମାନେ ବିପୁଳ ପରିମାଣରେ ବିସ୍ଫୋରକ ଆଣି ବିସ୍ଫୋରଣ ଘଟାଇଥିଲେ। ସେହିପରି ସେହି ଅଞ୍ଚଳରେ ଏକ ମୋଟର ସାଇକେଲରେ ବିପୁଳ ପରିମାଣରେ ବିସ୍ଫୋରକ ଆଣି ବିସ୍ଫୋରଣ କରିଥିଲେ ଆତଙ୍କୀ।
ଏହି ବିସ୍ଫୋରଣରେ ଘଟଣାସ୍ଥଳ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଜାମା ମସଜିଦ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଉତ୍ତରପ୍ରଦେଶ ଜାମା ମସଜିଦ ସର୍ଭେକୁ ନେଇ ପାଞ୍ଚ ଜଣକ ମୃତ୍ୟୁ ପରେ ଟ୍ରାଏଲ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ।
Viral
ଖେଳୁ ଖେଳୁ କ୍ରିକେଟର ମୃତ, କ୍ୟାମେରାରେ ଦୃଶ୍ୟ କଏଦ
ପଡ଼ିଆରେ ଖେଳୁଥିବା ବେଳେ ଜଣେ ୩୫ ବର୍ଷୀୟ ଯୁବକଙ୍କ ଜୀବନ ଚାଲିଯାଇଛି।
Crime
ଅଶ୍ଳୀଳ ଭିଡିଓ ମାମଲା; ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସରେ ED ଚଢାଉ
ମୋବାଇଲ ଆପ୍ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ ତିଆରି ଏବଂ ବିତରଣ କରିବା ମାମଲାରେ ଚଢାଉ।
National
ଶାହଙ୍କ ଘରେ ମାରାଥନ୍ ବୈଠକ ପରେ ଫେରିଲେ ସିନ୍ଦେ, କହିଲେ...
ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି।
National
ମଶାଲ ଶୋଭାଯାତ୍ରା ବେଳେ ଅଘଟଣ; ନିଆଁ ଲାଗି ୫୦ ଗୁରୁତର
ଜଳୁଥିବା ମଶାଲରୁ ତେଳ ପଡ଼ିବା ହେତୁ ତାହା ହୁତୁହୁତୁ ହୋଇ ଜଳିଲା ଓ ଆଖି ପିଛୁଳାକେ ନିଆଁ ଚାରିଆଡ଼େ ବ୍ୟାପିଗଲା। ଏପରି ଏକ ଅଘଟଣରେ ପ୍ରାୟ ୫୦ରୁ ଲୋକ ଗୁରୁତର ହୋଇଛନ୍ତି।