ନୂଆଦିଲ୍ଲୀ: ଉତ୍ତର ସିରିଆର କୁର୍ଦ୍ଦିଶ ସହର କାମିସ୍ଲିରେ ଆଜି ୨ଟି ସ୍ଥାନରେ ବୋମା ବିସ୍ଫୋରଣ ଘଟିବାରୁ ୪୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଲୋକ ଗୁରୁତର ଆହତ ହୋଇଛି। ଏହି ଆକ୍ରମଣ ପାଇଁ ଆଇଏସ୍ ନିଜକୁ ଦାୟୀ କରିଛି।
ସରିଆ ଗଣମାଧ୍ୟମ ରିପୋର୍ଟ ଅନୁସାରେ କାମିସ୍ଲି ସହରରେ ଆଜି ଏକ ଟ୍ରକ୍ରେ ଆତଙ୍କୀମାନେ ବିପୁଳ ପରିମାଣରେ ବିସ୍ଫୋରକ ଆଣି ବିସ୍ଫୋରଣ ଘଟାଇଥିଲେ। ସେହିପରି ସେହି ଅଞ୍ଚଳରେ ଏକ ମୋଟର ସାଇକେଲରେ ବିପୁଳ ପରିମାଣରେ ବିସ୍ଫୋରକ ଆଣି ବିସ୍ଫୋରଣ କରିଥିଲେ ଆତଙ୍କୀ।
ଏହି ବିସ୍ଫୋରଣରେ ଘଟଣାସ୍ଥଳ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି।