ହତ୍ୟା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ଦୁଇ ମାସ ପରେ ସାମ୍ନାକୁ ଆସିଲେ କିମ ଜଙ୍ଗ ଉନଙ୍କ ଭଉଣୀ

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍‌ଙ୍କ ଭଉଣୀ କିମ ୟୋ ଜୋଙ୍ଗ ଶେଷରେ ସର୍ବସମ୍ମୁଖକୁ ଆସିଛନ୍ତି। ସେ ଦୀର୍ଘ ଦୁଇ ମାସ ହେଲାଣି ସମସ୍ତଙ୍କ ନଜରରୁ ଦୂରେଇ ରହିଥିଲେ। ଜୁଲାଇ ମାସର ଶେଷ ଭାଗରେ ହଠାତ୍‌ କିମ ୟୋ ଜଙ୍ଗ ହଠାତ୍‌ ଉଭେଇ ଯାଇଥିଲେ।

କୁହାଯାଉଥିଲା ଯେ କିମ ଜଙ୍ଗ ଉନ୍‌ ହିଁ ତାଙ୍କ ଭଉଣୀଙ୍କୁ ହତ୍ୟା କରି ଦେଇଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। କାରଣ ପୂର୍ବରୁ କିମ ଜଙ୍ଗ ଉନ୍‌ ତାଙ୍କ ସମ୍ପର୍କୀୟ ଭାଇ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହତ୍ୟା କରିବାର ନଜିର ରହିଛି। କିନ୍ତୁ ଏବେ ଏସବୁ ଚର୍ଚ୍ଚାର ଅନ୍ତ ଘଟିଛି।
ଏବେ କିମ ୟୋ ଜୋଙ୍ଗଙ୍କୁ ଭାଇ କିମ ଜଙ୍ଗ ଉନଙ୍କ ସହ ନଜର ଆସିଛନ୍ତି।

ପ୍ରବଳ ବର୍ଷା ଯୋଗୁ ଉତ୍ତର କୋରିଆର ଏକାଧିକ ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଏକ ବନ୍ୟା କ୍ଷତିଗ୍ରସ୍ତ ଗାଁକୁ ଭାଇ-ଭଉଣୀ ଆସିଥିଲେ। କିମ ଜଙ୍ଗ ଉନଙ୍କ ପରେ ଉତ୍ତର କୋରିଆର ଦ୍ୱିତୀୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ହେଉଛନ୍ତି କିମ ୟୋଙ୍ଗ। ଭାଇ କିମଙ୍କ ପରି ସେ ମଧ୍ୟ ତାଙ୍କ ଶତ୍ରୁମାନଙ୍କୁ ‌ଖୋଲାଖୋଲି ଧମକ ଦେଇ ନିଜର ଦବଦବା ଦେଖାଇ ଥାଆନ୍ତି।

କିଛିଦିନ ତଳେ କିମ ଜଙ୍ଗ ଉନ୍‌ ଅସୁସ୍ଥ ହୋଇପଡ଼ିଥିବା ଖବର ମିଳିଥିଲା। ଏହାପରେ ଭଉଣୀ କିମ ୟୋ ଜୋଙ୍ଗଙ୍କ ପ୍ରଭାବ ବଢ଼ିବାରେ ଲାଗିଥିଲା। ଏହି କାରଣରୁ କିମ ଜଙ୍ଗ ଉନ୍‌ ତାଙ୍କ ଭଉଣୀଙ୍କୁ ହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଜୁଲାଇ ୨୭ ତାରିଖରୁ ହିଁ କିମ ଜଙ୍ଗ ଉନଙ୍କ ଭଉଣୀ ସର୍ବସାଧାରଣରେ ଦେଖାଯାଇ ନ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।