ନୂଆଦିଲ୍ଲୀ: କିଙ୍ଗ ଖାନ୍ ଶାହାରୁଖ୍ ଖାଁଙ୍କୁ ଲସ୍ଏଞ୍ଜେଲସ ବିମାନ ବନ୍ଦରରେ ଆମେରିକାର ଇମିଗ୍ରେସନ୍ ବିଭାଗ ଅଟକ ରଖିଛି। ଶାହାରୁଖ୍ ଟ୍ୱିଟ୍ରେ ଲେଖିଛନ୍ତି,“ବିଶ୍ୱରେ ଯେଉଁଭଳି ସୁରକ୍ଷା ବ୍ୟବସ୍ଥା ରହିଛି, ମୁଁ ଏହାକୁ ସମ୍ମାନ କରୁଛି। କିନ୍ତୁ ବାରମ୍ୱାର ଆମେରିକାର ଇମିଗ୍ରେସନ୍ ବିଭାଗ ଅଟକ ରଖିବା ଦ୍ୱାରା ବିରକ୍ତି ପ୍ରକାଶ ପାଉଛି।”
ଆମେରିକାର ବୈଦେଶିକ ବିଭାଗ ଶାହାରୁଖ୍ ଖାଁକୁ ଅଟକ ରଖିବାକୁ ନେଇ ଦୁଃଖ ପ୍ରକାଶ କରିଛି।
ଶାହାରୁଖ୍ଙ୍କୁ ବିମାନବନ୍ଦରରେ ଅଟକ ରଖିବା ଏହା ପ୍ରଥମ ଘଟଣା ନୁହେଁ।
ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାଜୀବ ଶୁକ୍ଲା ଟ୍ୱିଟ୍ରେ ଲେଖିଛନ୍ତି,“ ଶାହାରୁଖ୍ଙ୍କୁ ବାରମ୍ୱାର ବିମାନବନ୍ଦରରେ ଅଟକ ରଖିବା ଉଚିତ୍ ନୁହଁ। ଯଦି କମ୍ପ୍ୟୁଟର ଡାଟାରେ ସମସ୍ୟା ରହିଛି ତାକୁ ଠିକ୍ କର।”
ସୂଚନାଯୋଗ୍ୟ,ଏହାପୂର୍ବରୁ ଶାଖାରୁଖଙ୍କୁ ୨୦୧୨ରେ ନ୍ୟୁୟର୍କ ବିମାନ ବନ୍ଦରରେ ଇମିଗ୍ରେସନ୍ ବିଭାଗ ୨ ଘଣ୍ଟା ଅଟକ ରଖିଥିଲା। ଏହାପରେ ଆମେରିକାର କଷ୍ଟମ୍ ଏବଂ ସୀମା ସୁରକ୍ଷା ଅଧିକାରୀ ଶାହାରୁଖ୍ଙ୍କୁ ଅଟକ ରଖିବା ନେଇ ଗଭୀର ଦୁଃଖ ପ୍ରକାଶ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।