ସୁପ୍ରିମକୋର୍ଟଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲା କିଷାନ ମଜଦୁର, ମୋଦିଙ୍କୁ କ୍ଷମା ମାଗିବାକୁ କହିଲା

ନୂଆଦିଲ୍ଲୀ: କୃଷି ଆଇନ ଉପରେ ଆଲୋଚନା କରିବାକୁ ସୁପ୍ରିମକୋର୍ଟ କମିଟି ଗଠନ କରିବାକୁ ଦେଇଥିବା ପ୍ରସ୍ତାବକୁ ଆଜି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କିଷାନ ମଜଦୁର ସଂଘର୍ଷ କମିଟି ପ୍ରତ୍ୟାଖ୍ୟାନ କରିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କମିଟି ଦାବି କରିଛି। ଆଜି ସୁପ୍ରିମକୋର୍ଟ ଚାଷୀ ଆନ୍ଦୋଳନ ଓ କୃଷି ଆଇନ ଉପରେ ଶୁଣାଣି କରିଥିଲେ। ଏହି ସମୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୃଷି ଆଇନ ଉପରେ ରୋକ ଲଗାଇବାକୁ କୋର୍ଟ […]

c

c

Hemant Lenka
  • Published: Tuesday, 12 January 2021
  • Updated: 12 January 2021, 07:15 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ଉପରେ ଆଲୋଚନା କରିବାକୁ ସୁପ୍ରିମକୋର୍ଟ କମିଟି ଗଠନ କରିବାକୁ ଦେଇଥିବା ପ୍ରସ୍ତାବକୁ ଆଜି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କିଷାନ ମଜଦୁର ସଂଘର୍ଷ କମିଟି ପ୍ରତ୍ୟାଖ୍ୟାନ କରିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କମିଟି ଦାବି କରିଛି।

ଆଜି ସୁପ୍ରିମକୋର୍ଟ ଚାଷୀ ଆନ୍ଦୋଳନ ଓ କୃଷି ଆଇନ ଉପରେ ଶୁଣାଣି କରିଥିଲେ। ଏହି ସମୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୃଷି ଆଇନ ଉପରେ ରୋକ ଲଗାଇବାକୁ କୋର୍ଟ କହିବା ସହ ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରିବାକୁ କହିଥିଲେ।

ସୁପ୍ରିମକୋର୍ଟଙ୍କ ରାୟ ପରେ କିଷାନ ମଜଦୁର ସଂଘର୍ଷ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସମୟରେ କମିଟି କହିଛି ଯେ ଦିଲ୍ଲୀର ସିଙ୍ଘୁ ଓ କୁଣ୍ଡୁଲି ସୀମାରେ ଚାଲିଥିବା ଆନ୍ଦୋଳନ ଜାନୁଆରୀ ୧୨ରେ ୪୯ ଦିନରେ ପହଞ୍ଚିଛି। ମଙ୍ଗଳବାର ହଜାର ହଜାର ଚାଷୀ ଏକାଠି ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ତଫା ଦାବି କରିଛନ୍ତି।

କିଷାନ ମଜଦୁର ସଂଘର୍ଷ କମିଟିର ପଞ୍ଜାବ ୟୁନିଟ ସଭାପତି ସତନମ ସିଂହ ପନ୍ନୁ ଓ ବରିଷ୍ଠ ଉପ ସଭାପତି ସୱାନ୍ଦିର ସିଂହ ଆନ୍ଦୋଳନ ରତ ଚାଷୀମାନଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଚାଷୀ ଆନ୍ଦୋଳନକୁ ଠିକ ଭାବେ ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ତେଣୁ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ। ଏକଥା ସୁପ୍ରିମକୋର୍ଟ ମଧ୍ୟ ଶୁଣାଣି ବେଳେ କହିବା ସହ କେନ୍ଦ୍ରକୁ ତୀବ୍ର ସମାଲୋଚନା କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ଦେଶର ଚାଷୀମାନଙ୍କୁ କ୍ଷମା ମାଗନ୍ତୁ।

ଆମେ କମିଟିକୁ ଗ୍ରହଣ କରିବୁ ନାହିଁ। କମିଟିରେ ଥିବା ସଦସ୍ୟମାନେ ପୂର୍ବରୁ କୃଷି ଆଇନକୁ ସମର୍ଥନ କରି ସାରିଛନ୍ତି। ସେମାନେ ଆଇନକୁ ଠିକ୍‌ ବୋଲି ମଧ୍ୟ ଦର୍ଶାଇଥିଲେ। ଆମେ ଭାବୁଛୁ ସରକାର ସୁପ୍ରିମକୋର୍ଟଙ୍କ ଜରିଆରେ ଏହି କମିଟି ଗଠନ କରିଛନ୍ତି। କେବଳ ମୂଳ ପ୍ରସଙ୍ଗରୁ ଦୃଷ୍ଟି ହଟାଇବାକୁ ଏଭଳି କମିଟି କରାଯାଇଛି। ଏବେ ଯଦି କମିଟିର ସଦସ୍ୟଙ୍କୁ ବଦଳାଇ ଦିଆଯିବ, ତା’ହେଲେ ବି ଆମେ କମିଟି ସହ କୌଣସି ପ୍ରକାରର ଆଲୋଚନା କରିବୁ ନାହିଁ।

ସୁପ୍ରିମକୋର୍ଟ କୃଷି ଆଇନ ଉପରେ ରୋକ ଲଗାଇବା ଭଲ କଥା। ଆମେ ଏହାକୁ ସ୍ୱାଗତ କରୁଛୁ। ହେଲେ ଆମେ କୃଷି ଆଇନକୁ ଉଚ୍ଛେଦ କରାଯିବା ଯାଏ ଲଢ଼େଇ କରିବୁ ବୋଲି କିଷାନ ମଜଦୁର ସଂଘର୍ଷ କମିଟି କହିଛି।

ହରିଆଣା ସରକାର ୭୧ ଜଣ ଚାଷୀ ନେତା ଓ ୯୦୦ ଜଣ ଚାଷୀଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରିଥିବାରୁ, ଏହାକୁ ତୁରନ୍ତ ଖାରଜ କରିବାକୁ କିଷାନ ମଜଦୁର ସଂଘର୍ଷର ନେତାମାନେ ଦାବି କରିଛନ୍ତି। ଜାନୁଆରୀ ୨୬ରେ ବିଶାଳ ଟ୍ରାକ୍ଟର ରାଲି କରିବାକୁ ପଞ୍ଜାବ ଓ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରସ୍ତୁତି ଚାଲିଥିବା ମଧ୍ୟ ସେମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story