କିଶୋର କୁମାରଙ୍କ ପ୍ରଥମ ପତ୍ନୀ ରୁମାଙ୍କ ଦେହାନ୍ତ

କୋଲକାତା: ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ଅଭିନେତା କିଶୋର କୁମାରଙ୍କ ପ୍ରଥମ ପତ୍ନୀ ରୁମା ଗୁହା ଠାକୁରତା ଆଜି ସକାଳେ କୋଲକାତା ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ୧୯୮୯ରେ ସତ୍ୟଜିତ ରାୟଙ୍କ ପ୍ରସିଦ୍ଧ ଫିଲ୍କ ‘ଗଣଶତ୍ରୁ’ ଓ ୧୯୬୨ରେ ରିଲିଜ୍‌ ହୋଇଥିବା ‘ଅଭିଯାନ’ରେ ରୁମାଙ୍କ ଅଭିନୟ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା। ୧୯୩୪ ମସିହାରେ ଜନ୍ମ ଗ୍ରହଣ କରିଥିବା ରୁମା ୧୯୫୦ରୁ ୧୯୫୮ ଯାଏ ଭେଟରାନ୍‌ କଣ୍ଠଶିଳ୍ପୀ […]

pol

pol

Hemant Lenka
  • Published: Monday, 03 June 2019
  • Updated: 03 June 2019, 05:54 PM IST

Sports

Latest News

କୋଲକାତା: ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ଅଭିନେତା କିଶୋର କୁମାରଙ୍କ ପ୍ରଥମ ପତ୍ନୀ ରୁମା ଗୁହା ଠାକୁରତା ଆଜି ସକାଳେ କୋଲକାତା ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ୧୯୮୯ରେ ସତ୍ୟଜିତ ରାୟଙ୍କ ପ୍ରସିଦ୍ଧ ଫିଲ୍କ 'ଗଣଶତ୍ରୁ' ଓ ୧୯୬୨ରେ ରିଲିଜ୍‌ ହୋଇଥିବା 'ଅଭିଯାନ'ରେ ରୁମାଙ୍କ ଅଭିନୟ ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା।

୧୯୩୪ ମସିହାରେ ଜନ୍ମ ଗ୍ରହଣ କରିଥିବା ରୁମା ୧୯୫୦ରୁ ୧୯୫୮ ଯାଏ ଭେଟରାନ୍‌ କଣ୍ଠଶିଳ୍ପୀ କିଶୋର କୁମାରଙ୍କ ସହ ବିବାହ ବନ୍ଧନରେ ରହିଥିଲେ। କିଶୋର ଓ ରୁମାଙ୍କ ପୁଅ ଅମିତ କୁମାର(୬୬) ଏବେ ବଲିଉଡ୍‌ରେ ଜଣେ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

କିଶୋର କୁମାରଙ୍କ ସହ ବିବାହ ବିଚ୍ଛେଦ ହେବା ପରେ ରୁମା ଅରୁପ ଗୁହା ଠାକୁରତାଙ୍କୁ ବିବାହ କରିଥିଲେ। ରୁମା ଓ ଅରୁପଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ଅଛନ୍ତି। ରୁମା ଗୁହା ୧୯୫୮ରେ 'କୋଲକାତା ୟୁଥ କୟର୍' ସ୍ଥାପନ କରିଥିଲେ।

୧୯୪୪ରେ ରୁମା ଅଭିନେତ୍ରୀ ଭାବେ ପ୍ରଥମେ ଅମୀୟ ଚକ୍ରବର୍ତ୍ତୀଙ୍କ ଜୱର ଭଟରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଏକାଧିକ ବଙ୍ଗଳା ଫିଲ୍ମରେ ଅଭିନୟ କରିବା ସହ କଣ୍ଠଦାନ କରିଥିଲେ। ତାଙ୍କ ଅବର୍ତ୍ତମାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଭୀର ଶୋକବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos