ବାରମ୍ବାର ଟଙ୍କା ଚୋରି କରୁଛି ଏହି କୁଖ୍ୟାତ ବିଲେଇ, ଭିଡିଓରୁ ସବୁ ଧରା ପଡ଼ିଲା

ମସ୍କୋ: ରାସ୍ତାରେ ବୁଲୁଥିବା ବେଳେ ରୁଷର ଜଣେ ବାର୍‌ ମାଲିକ ବିଲେଇଟିକୁ ଉଦ୍ଧାର କରିବା ସହ ପାଳିଥିଲେ। ହେଲେ ବିଲେଇଟି ତାଙ୍କ ପାଖରେ ରହି କେମିତି ଜଣେ ପ୍ରଫେସନାଲ ଅପରାଧୀଙ୍କ ଭଳି ଚୋରି କରୁଛି, ତା’ର ଭିଡିଓ ସାମ୍ନାକୁ ଆସିଛି। ସେ ଟଙ୍କା ବିଡ଼ା ଧରି ଖସିଯିବାକୁ ଚେଷ୍ଟା କରିବା ବେଳେ କ୍ୟାମେରାରେ ଧରାପଡ଼ିଛି। ଥରେ ନୁହେଁ ଦୁଇ ଦୁଇ ଥର ବିଲେଇର ଏମିତି ଚୋରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ବିଲେଇର ଟଙ୍କା ଚୋରି ସଫଳ […]

du

du

Hemant Lenka
  • Published: Thursday, 23 July 2020
  • Updated: 23 July 2020, 03:00 PM IST

Sports

Latest News

ମସ୍କୋ: ରାସ୍ତାରେ ବୁଲୁଥିବା ବେଳେ ରୁଷର ଜଣେ ବାର୍‌ ମାଲିକ ବିଲେଇଟିକୁ ଉଦ୍ଧାର କରିବା ସହ ପାଳିଥିଲେ। ହେଲେ ବିଲେଇଟି ତାଙ୍କ ପାଖରେ ରହି କେମିତି ଜଣେ ପ୍ରଫେସନାଲ ଅପରାଧୀଙ୍କ ଭଳି ଚୋରି କରୁଛି, ତା’ର ଭିଡିଓ ସାମ୍ନାକୁ ଆସିଛି। ସେ ଟଙ୍କା ବିଡ଼ା ଧରି ଖସିଯିବାକୁ ଚେଷ୍ଟା କରିବା ବେଳେ କ୍ୟାମେରାରେ ଧରାପଡ଼ିଛି।

ଥରେ ନୁହେଁ ଦୁଇ ଦୁଇ ଥର ବିଲେଇର ଏମିତି ଚୋରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ବିଲେଇର ଟଙ୍କା ଚୋରି ସଫଳ ହୋଇପାରି ନାହିଁ। ସେ ସବୁଥର ଧରା ପଡ଼ିଯାଇଛି।

 

View this post on Instagram

 

Поймана с поличным))))))

A post shared by ПивБар "СССР" (@pivbar_cccp) on


USSR ବିୟର ବାର୍‌ର ମାଲିକ ଗୋଟିଏ ବକ୍ସ ଭିତରେ ରହିଥିବା ଏହି ବିଲେଇଟିକୁ ରାସ୍ତାରୁ ପାଇଥିଲେ। ପ୍ରାୟ ଗୋଟିଏ ମାସ ବୟସର ଏହି ବିଲେଇଟିର ନାଁ ସେ ମାସୟାନୟା ରଖିଥିଲେ। ଏବେ ମାଲିକ ଜଣଙ୍କ ବିଲେଇଟି କମେତି ଟଙ୍କା ବିଡ଼ା ଧରି ଫେରାର ହେବାକୁ ଚେଷ୍ଟା କରୁଥିଲା, ତା’ର ଦୁଇଟି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ପ୍ରଥମ ଭିଡିଓରେ ବିଲେଇଟି ତା’ ମୁହଁରେ ଗୋଟିଏ ଟଙ୍କା ବିଡ଼ାକୁ ଧରି ଫେରାର ହେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ତେବେ ଟଙ୍କା ନେଇ ବିଲେଇଟି ଯାଉଥିବା ବେଳେ ହଠାତ୍‌ ଚଟାଣ ଉପରେ ଏହା ପଡ଼ିଯାଇଥିଲା ଓ ଏହାକୁ ଜଣେ ଗ୍ରାହକ ଧରି ପକାଇଥିଲେ। ଏହାପରେ ସେ ଏହାକୁ ବାର ମାଲିକଙ୍କୁ ଦେଇଥିଲେ।

 

View this post on Instagram

 

Приютили ворюгу !!!!

A post shared by ПивБар "СССР" (@pivbar_cccp) on

ବିଫଳତା ଚୋରି କରିବାକୁ ଚେଷ୍ଟା କରିଥିବା ବିଲେଇର ମନୋବଳକୁ ଭାଙ୍ଗି ଦେଇନଥିଲା। ମାସୟାନୟା ପୁଣିଥରେ ଟଙ୍କା ବିଡ଼ା ଚୋରି କରିଥିଲା। କିନ୍ତୁ ଏହି ସମୟରେ ବାରରେ ଥିବା ଗ୍ରାହକ କିମ୍ବା ମାଲିକ ତା’କୁ ଅଟକାଇ ନଥିଲେ। କାରଣ ସେ ଭୁଲବଶତଃ ନକଲି ଟଙ୍କା ବିଡ଼ାକୁ ନେଇ ଫେରାର ହୋଇଯାଇଥିଲା। ଏହି ନକଲି ଟଙ୍କାକୁ ମାଲିକ ଜଣଙ୍କ ବାର୍‌ର ସୁନ୍ଦରତା ବଢ଼ାଇବାକୁ ରଖିଥିଲେ। କିନ୍ତୁ ବିଲେଇଟି ଏହାକୁ ଜାଣି ପାରି ନଥିଲା।

 

View this post on Instagram

 

A post shared by ПивБар "СССР" (@pivbar_cccp) on

ମାଲିକ ଜଣଙ୍କ କହିଛନ୍ତି, ଚୋରି ନ କରିବା ସମୟରେ ମାସୟାନୟା ବେଶ ସୁନ୍ଦର ଭାବେ ଅନ୍ୟମାନଙ୍କ ସହ ଖେଳିଥାଏ। ହେଲେ ଟଙ୍କା ପ୍ରତି ତା’ର ଲୋଭ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

 

View this post on Instagram

 

Дети всегда понимают друг друга )))

A post shared by ПивБар "СССР" (@pivbar_cccp) on

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos