ଚର୍ଚ୍ଚରେ ଆତଙ୍କୀର ଛୁରା ମାଡ଼, ୩ ମୃତ

ନାଇସ: ଫ୍ରାନ୍ସର ନାଇସ ସହରରେ ଥିବା ଗୋଟିଏ ଚର୍ଚ୍ଚରେ ଜଣେ ଆତଙ୍କବାଦୀ ଛୁରା ମାଡ଼ କରିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଆକ୍ରମଣରେ ଜଣେ ମହିଳାଙ୍କ ମୁଣ୍ଡ କଟି ଯାଇଥିବା ଜଣାପଡ଼ିଛି। ମେୟର କ୍ରିଷ୍ଟିଆନ ଏଷ୍ଟ୍ରୋସି କହିଛନ୍ତି, ସହରର ନୋଟ୍ରେ ଡାମେ ଚର୍ଚ୍ଚରେ ଛୁରା ମାଡ଼ ହୋଇଛି। […]

f

f

Hemant Lenka
  • Published: Thursday, 29 October 2020
  • Updated: 29 October 2020, 04:39 PM IST

Sports

Latest News

ନାଇସ: ଫ୍ରାନ୍ସର ନାଇସ ସହରରେ ଥିବା ଗୋଟିଏ ଚର୍ଚ୍ଚରେ ଜଣେ ଆତଙ୍କବାଦୀ ଛୁରା ମାଡ଼ କରିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି। ଆକ୍ରମଣରେ ଜଣେ ମହିଳାଙ୍କ ମୁଣ୍ଡ କଟି ଯାଇଥିବା ଜଣାପଡ଼ିଛି।

ମେୟର କ୍ରିଷ୍ଟିଆନ ଏଷ୍ଟ୍ରୋସି କହିଛନ୍ତି, ସହରର ନୋଟ୍ରେ ଡାମେ ଚର୍ଚ୍ଚରେ ଛୁରା ମାଡ଼ ହୋଇଛି। ଛୁରା ମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ୍‌ ଅଟକ ରଖିଛି। ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ।

ନାଇସରେ ହୋଇଥିବା ଆକ୍ରମଣ ପଛର କାରଣ ଜଣାପଡ଼ିନାହିଁ। ତଥାପି ନିକଟରେ ଜଣେ ସ୍କୁଲ ଶିକ୍ଷକଙ୍କ ମୁଣ୍ଡ କାଟ ଓ ଆଗକୁ ବଡ଼ ଧରଣର ଆକ୍ରମଣ ପାଇଁ ଧମକ ମିଳିଥିବାରୁ ଏହା ପଛରେ କୌଣସି ଆତଙ୍କବାଦୀ ସଂଗଠନର ହାତ ରହିଥାଇ ପାରେ ବୋଲି ଆଶଙ୍କା କରାଯାଇଛି। ଘଟଣା ପରେ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos