ଜାଣିଛନ୍ତି ବିଶ୍ୱରେ କେତେ କୋଟି ଲୋକଙ୍କୁ ଆସୁନାହିଁ ଭଲ ନିଦ ?

ଭୁବନେଶ୍ୱର: ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଦରକାର। ଏନେଇ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ହେଲେ ଏକ ସର୍ଭେରୁ ଏମିତି କିଛି ଜଣାପଡିଛି, ଯାହା ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଆପଣ ବି ଚିନ୍ତା କରିବେ ଅଜାଣତରେ ଆପଣ ବି କମ ଶୋଇ ନାହାଁନ୍ତି ତ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୦ କୋଟି ଲୋକ ସ୍ଲିପ୍‌ ଏପ୍ନିଆ ଅର୍ଥାତ ଭଲ ନିଦ ନହେବା ସମସ୍ୟାରେ ଗତି କରୁଛନ୍ତି। ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କୁ […]

s

s

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 10:43 PM IST

Sports

Latest News

ଭୁବନେଶ୍ୱର: ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ଦରକାର। ଏନେଇ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି। ହେଲେ ଏକ ସର୍ଭେରୁ ଏମିତି କିଛି ଜଣାପଡିଛି, ଯାହା ଜାଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଆପଣ ବି ଚିନ୍ତା କରିବେ ଅଜାଣତରେ ଆପଣ ବି କମ ଶୋଇ ନାହାଁନ୍ତି ତ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ୧୦ କୋଟି ଲୋକ ସ୍ଲିପ୍‌ ଏପ୍ନିଆ ଅର୍ଥାତ ଭଲ ନିଦ ନହେବା ସମସ୍ୟାରେ ଗତି କରୁଛନ୍ତି। ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କୁ ଏହି ବେମାରୀ ସମ୍ପର୍କରେ ଜଣାନାହିଁ। ସେହିପରି ୩୦ ପ୍ରତିଶତ ଲୋକ ଶୋଉଛନ୍ତି, ହେଲେ ଏହାକୁ ନିୟମିତ କରିପାରୁ ନାହାଁନ୍ତି।

ସ୍ୱାସ୍ଥ୍ୟ ପ୍ରୋଦ୍ୟୋଗିକ କମ୍ପାନୀ ଫିଲିପ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଏଥିରେ ଆମେରିକା, ବ୍ରିଟେନ, ଜର୍ମାନ, ପୋଲାଣ୍ଡ, ଫ୍ରାନ୍ସ, ଭାରତ, ଚୀନ୍‌, ଅଷ୍ଟ୍ରେଲିଆ, କଲୋମ୍ବିଆ, ଆର୍ଜେଣ୍ଟିନା, ମେସ୍କିକୋ, ବ୍ରାଜିଲ ଓ ଜାପାନର ୧୫,୦୦୦ରୁ ଅଧିକ ବୟସ୍କ ଲୋକଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କୁ ନିଦକୁ ନେଇ ବିଭିନ୍ନ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଆସିଥିଲା।

s3ନିଦ ଏବେ ବି ପ୍ରାଥମିକତା ନୁହେଁ

ଏହି ସର୍ଭେରେ ୬୭ ପ୍ରତିଶତ ଲୋକ ଭଲ ନିଦ ଆବଶ୍ୟକ ବୋଲି କହିଥିଲେ। ହେଲେ ଏହା ସେମାନଙ୍କ ପାଇଁ ପ୍ରାଥମିକତା ନୁହେଁ ବୋଲି ମଧ୍ୟ କହିଥିଲେ। ଭାରତରେ ୬୬ ପ୍ରତିଶତ ଲୋକ ସୁସ୍ଥ ରହିବାକୁ ଶୋଇବା ଅପେକ୍ଷା ବ୍ୟାୟାମ କରିବା ଅଧିକ ଜରୁରୀ ବୋଲି କହିଥିଲେ। ହେଲେ ଡାକ୍ତର କୁହନ୍ତି, ସୁସ୍ଥ ରହିବାକୁ ହେଲେ ଦିନକୁ ୬ରୁ ୮ ଘଣ୍ଟା ଶୋଇବା ଆବଶ୍ୟକ।

s2ଭଲ ନିଦ ନଆସିବାର କାରଣ

୬୧ ପ୍ରତିଶତ ଲୋକଙ୍କ ମତ ହେଲା କୌଣସି ବେମାରୀର ଚିକିତ୍ସା ବେଳେ ନିଦ ଉପରେ ପ୍ରଭାବ ପଡିଥାଏ। ଏମାନଙ୍କ ମଧ୍ୟରୁ ୨୬ ପ୍ରତିଶତ ଅନିଦ୍ରା ଓ ୨୧ ପ୍ରତିଶତ ଘୁଙ୍ଗୁଡି କାରଣରୁ ଏହି ସମସ୍ୟାରେ ପଡିଥାନ୍ତି। ୫୮ ପ୍ରତିଶତ ଲୋକଙ୍କ ମତରେ ଚିନ୍ତା କାରଣରୁ ସେମାନଙ୍କୁ ଭଲ ନିଦ ଆସୁନାହିଁ ଏବଂ ୨୬ ପ୍ରତିଶତ ଲୋକଙ୍କ ମତ ହେଲା ଟେକ୍ନୋଲଜିର ପ୍ରଭାବ ଭଲ ନିଦରେ ବାଧକ ସାଜିଛି। ଭାରତରେ ୧୯ ପ୍ରତିଶତ ଲୋକଙ୍କ ମତରେ ଚାକିରିରେ ଅଧିକ କାମ କାରଣରୁ ଆବଶ୍ୟକ ଅନୁସାରେ ଶୋଇବାକୁ ସମୟ ମିଳୁଛି।

s4ଖରାପ ନିଦର ପ୍ରଭାବ

ବିଶ୍ୱର ୪୬ ପ୍ରତିଶତ ଲୋକଙ୍କ ମତରେ ଥକାପଣ ଓ ଚିଡିଚିଡା ବ୍ୟବହାର ଖରାପ ନିଦ କାରଣରୁ ଆସିଥାଏ। ୩୯ ପ୍ରତିଶତ ଲୋକଙ୍କ ମତରେ ଏକାଗ୍ରତା କମିଥାଏ।

s5କେମିତି ପାଇବେ ଭଲ ନିଦ ?

ସର୍ଭେ ରିପୋର୍ଟ ଅନୁସାରେ ଦୁନିଆର ୭୭ ପ୍ରତିଶତ ଲୋକ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚେଷ୍ଟା କରିଛନ୍ତି। ସବୁଠାରୁ ଅଧିକ ଚେଷ୍ଟାରେ ରହିଛି ଭଲ ଲାଗୁଥିବା ଗୀତ ଶୁଣି ଶୋଇବା। ଭାରତୀୟଙ୍କ ମଧ୍ୟରୁ ୪୫ ପ୍ରତିଶତଙ୍କ ମତରେ ଭଲ ନିଦ ପାଇଁ ସେମାନେ ଧ୍ୟାନ କେନ୍ଦ୍ରୀତ କରୁଛନ୍ତି। ସେହିପରି ୨୪ ପ୍ରତିଶତଙ୍କ ମତରେ ଭଲ ନିଦ ଆସିବା ପାଇଁ ସେମାନେ ସ୍ପେଶାଲ ବେଡ୍‌ ବ୍ୟବହାର କରିଥାନ୍ତି ଓ ଏହାକୁ ନିୟମିତ କରିଛନ୍ତି।

s5ଯୁବପୀଡ଼ିଙ୍କ ଭାବନା ଅଲଗା

୧୮ରୁ ୨୪ ବର୍ଷର ଯୁବକଯୁବତୀଙ୍କ ନିଦକୁ ନେଇ ଭାବନା ଅଲଗା ରହିଛି। ଏମାନଙ୍କ ପାଖରେ ଶୋଇବା ସମୟ ଠିକ୍‌ କରିବାର ସମ୍ଭାବନା ବହୁତ କମ। ତଥାପି ଏମାନେ ରାତିରେ ଅଧିକ ଶୋଇଥାନ୍ତି (ପ୍ରାୟ ୭.୨ ଘଣ୍ଟା)। ଏମାନଙ୍କ ତୁଳନାରେ ୨୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ୬.୯ ଘଣ୍ଟା ଶୋଇଥାନ୍ତି।

Department of Sleep and Respiratory Care ପ୍ରମୁଖ ଡା. ହାରୀଶ ଆର.ଙ୍କ ମତରେ କମ ଶୋଇବା ଏକ ଗମ୍ଭୀର ସମସ୍ୟା। ଏହା ହୃଦରୋଗ, ଡାଇବେଟିସ ଓ ହୃଦଘାତ ପରି ରୋଗକୁ ଆମନ୍ତ୍ରଣ କରିଥାଏ। ଯେଉଁ ଦେଶରେ ଘୁଙ୍ଗୁଡିକୁ ନିଦ ସହ ଜୋଡ଼ା ଯାଇଥାଏ, ସେଠାରେ ଲୋକଙ୍କୁ ପରାମର୍ଶ ଦିଆଯିବା ଦରକାର ଏହା ଏକ ଗମ୍ଭୀର ସ୍ଲିପ୍‌ ଡିସ୍‌ଅର୍ଡର ଓ ଏହା ଚିନ୍ତାଦାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story