କ୍ଷମା ମାଗିବିନି କିମ୍ବା ଓକିଲ ଦେବି ନାହିଁ ବୋଲି କହିଲେ କୁନାଲ କାମରା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ ଆକ୍ଷେପ କରି ଅଦାଲତ ଅବମାନନା ମାମଲାରେ ଫସିଥିବା ଷ୍ଟାଣ୍ତଅପ କମେଡିଆନ କୁନାଲ କାମରା ଆଜି ବଡ଼ ବୟାନ ଦେଇଛନ୍ତି। ସେ ସୁପ୍ରିମକୋର୍ଟ ବିଚାରପତି ଓ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲଙ୍କୁ ଚିଠି ଲେଖି ନିଜର ଟ୍ୱିଟ ପାଇଁ କୌଣସି ପ୍ରକାରର କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ଦେବା ପରେ ଏଥିରେ କୁନାଲ ଉତ୍ତେଜିତ ହୋଇଯାଇଥିଲେ। ଏହାପରେ ସେ ସୁପ୍ରିମକୋର୍ଟ ଓ ଜାମିନ […]

vd

vd

Hemant Lenka
  • Published: Friday, 13 November 2020
  • Updated: 13 November 2020, 09:44 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କୁ ଆକ୍ଷେପ କରି ଅଦାଲତ ଅବମାନନା ମାମଲାରେ ଫସିଥିବା ଷ୍ଟାଣ୍ତଅପ କମେଡିଆନ କୁନାଲ କାମରା ଆଜି ବଡ଼ ବୟାନ ଦେଇଛନ୍ତି। ସେ ସୁପ୍ରିମକୋର୍ଟ ବିଚାରପତି ଓ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲଙ୍କୁ ଚିଠି ଲେଖି ନିଜର ଟ୍ୱିଟ ପାଇଁ କୌଣସି ପ୍ରକାରର କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ଦେବା ପରେ ଏଥିରେ କୁନାଲ ଉତ୍ତେଜିତ ହୋଇଯାଇଥିଲେ। ଏହାପରେ ସେ ସୁପ୍ରିମକୋର୍ଟ ଓ ଜାମିନ ଦେଇଥିବା ବିଚାରପତିଙ୍କୁ ଆକ୍ଷେପ କରି ଟ୍ୱିଟ କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ଦାବି ହୋଇଥିଲା। ଆଟର୍ଣ୍ଣି ଜେନେରାଲଙ୍କ ପାଖରେ ଦାବି ପହଞ୍ଚିବା ପରେ ସେ ଅଦାଲତ ଅବମାନନା ମାମଲା ଆଗକୁ ବଢ଼ାଇବାକୁ ସହମତ ହୋଇଥିଲେ।

ଆଜି କୁନାଲ ଏକ ଲମ୍ବା ଚିଠି ଲେଖି କହିଛନ୍ତି, “ପ୍ରିୟ ବିଚାରପତି ଓ କେ.କେ ଭେନୁଗୋପାଲ। ମୁଁ ନିକଟରେ କରିଥିବା ଟ୍ୱିଟ୍ ଗୁଡ଼ିକ ଅଦାଲତ ଅବମାନନା ଭାବେ ବିବେଚନା କରାଯାଇଛି। ମୁଁ ଯେଉଁ ଟ୍ୱିଟ କରିଥିଲି, ତାହା ସୁପ୍ରିମକୋର୍ଟ ଦେଇଥିବା ସେ ପକ୍ଷପାତିତା ପୂର୍ଣ୍ଣ ରାୟ ସମ୍ପର୍କରେ ରହିଥିଲା। ଏହି ରାୟ ସୁପ୍ରିମକୋର୍ଟ ପ୍ରାଇମ ଟାଇମ୍ ଲାଉଡ ସ୍ପିକର ପାଇଁ ଦେଇଥିଲେ।

ସୁପ୍ରିମକୋର୍ଟର ଟାଇମ୍ ସ୍ଲଟ୍ ମୋର ସମସ୍ତ ମନୋରଞ୍ଜନ ପ୍ଲାଟଫର୍ମଠାରୁ ଭିନ୍ନ ଓ ବିରଳ ହେବ। ସୁପ୍ରିମକୋର୍ଟ ବିଚାରପତି ଓ ଦେଶର ବରିଷ୍ଠ ଆଇନଜ୍ଞ ମୋର ଭିଆଇପି ଗେଷ୍ଟ ହେବେ। ଏହା ମୋ ପାଇଁ ଏକ ଗର୍ବର ବିଷୟ। କିନ୍ତୁ ମୋର ମତ ବଦଳିନାହିଁ, କାରଣ ଅନ୍ୟମାନଙ୍କର ବ୍ୟକ୍ତିଗତ ସ୍ୱାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିରବ ରହିଛନ୍ତି। ଏହାକୁ ସମାଲୋଚନା ନ କରି ରହିପାରିବି ନାହିଁ। ଏହା କଦାପି ସମ୍ଭବ ନୁହେଁ।

ମୁଁ ମୋର ଟ୍ୱିଟକୁ ପ୍ରତ୍ୟାହାର କରିବି ନାହିଁ କିମ୍ବା ଏଥିପାଇଁ କ୍ଷମା ମାଗିବା ସପକ୍ଷରେ ମଧ୍ୟ ନାହିଁ। ମୋ ଟ୍ୱିଟ ଗୁଡ଼ିକ ନିଜ କଥା ନିଜେ କହୁଛନ୍ତି। ମୋ ମାମଲାରୁ ଅଧିକ ସମୟ ଓ ଅନ୍ୟ ସବୁ ମାମଲାର ତୁଳନାରେ ଆଗୁଆ ଶୁଣାଣି କରାଗଲେ,ଏହା ମୋ ପାଇଁ ଗର୍ବର ବିଷୟ ହେବ। ବିମୁଦ୍ରାକରଣ, ଜମ୍ମୁ-କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର ଓ ନିର୍ବାଚନ ବଣ୍ଡର ବୈଧତା ପରି ଅଗଣିତ ଆବେଦନକୁ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଉ ଓ ଏହାର ଶୁଣାଣି ପାଇଁ ଅଧିକ ସମୟ ଦିଆଯାଉ।

ଯଦିଓ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମୋର ଟ୍ୱିଟକୁ ନେଇ କୌଣସି ଘୋଷଣା କରିନାହାନ୍ତି, କିନ୍ତୁ ଯଦି କୋର୍ଟ ଏହା ଉପରେ କିଛି ବି କୁହନ୍ତି, ତା’ହେଲେ ଏହାକୁ ଅଦାଲତ ଅବମାନନା ଭାବେ ବିବେଚନା କରିବା ପୂର୍ବରୁ ସ୍ମିତ ହାସ୍ୟ ଦେଇ ପାରନ୍ତି। ମୁଁ ଗୋଟିଏ ଟ୍ୱିଟରେ ସୁପ୍ରିମକୋର୍ଟରେ ଥିବା ମହତ୍ମା ଗାନ୍ଧିଙ୍କ ଫଟୋକୁ ହଟାଇ ଆଇନଜୀବୀ ହରିଶ ସାଲଭେଙ୍କ ଫଟୋ ସେଠାରେ ଲଗାଇବାକୁ କହିଛି। ଏବେ ମୁଁ ଏଥିରେ କିଛି ଆଡ୍‌ କରିବାକୁ ଚାହୁଁଛି। ସୁପ୍ରିମକୋର୍ଟରେ ଥିବା ଜବାହର ଲାଲ ନେହରୁଙ୍କ ଫଟୋ ବଦଳରେ ମହେଶ ଜେଠମାଲାନୀଙ୍କ ଫଟୋ ଲଗାଯାଉ।”

କୁନାଲ ତାଙ୍କ ଏହି ଲମ୍ବା ଚିଠିକୁ ଟ୍ୱିଟ କରି ଲେଖିଛନ୍ତି ଯେ ମୁଁ କୌଣସି ଓକିଲ ଦେବିନାହିଁ। କ୍ଷମା ମାଗିବି ନାହିଁ। କିଛି ବି ଫାଇନ ଦେବି ନାହିଁ କିମ୍ବା ସମୟ ନଷ୍ଟ କରିବି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story