୯ରେ ଆସିବେ ଲାଲୁ, ୧୦ରେ ନୀତୀଶଙ୍କ ବିଦାୟ ବୋଲି କହିଲେ ତେଜସ୍ୱୀ

ପାଟନା: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିବା ଲାଲୁ ପ୍ରସାଦ ଯାଦବ ନଭେମ୍ବର ୯ରେ ବାହାରକୁ ଆସିବେ। ଏହାର ପରଦିନ ଅର୍ଥାତ ନଭେମ୍ବର ୧୦ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିଦାୟ ଦିଆଯିବ। ଆଜି ଏଭଳି ଦମ୍ଭୋକ୍ତି କରିଛନ୍ତି ଆରଜେଡି ନେତା ତଥା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ। ଲାଲୁ ପ୍ରସାଦ ଯାଦବଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଛି। ହେଲେ ଆଉ ଗୋଟିଏ ମାମଲାରେ ଜାମିନ ଆବେଦନର ଶୁଣାଣି ହୋଇନାହିଁ। ତେଣୁ ସେ ଜେଲରୁ ବାହାରି ପାରିନାହାନ୍ତି। […]

h

h

Hemant Lenka
  • Published: Friday, 23 October 2020
  • Updated: 23 October 2020, 07:32 PM IST

Sports

Latest News

ପାଟନା: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲରେ ଥିବା ଲାଲୁ ପ୍ରସାଦ ଯାଦବ ନଭେମ୍ବର ୯ରେ ବାହାରକୁ ଆସିବେ। ଏହାର ପରଦିନ ଅର୍ଥାତ ନଭେମ୍ବର ୧୦ରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବିଦାୟ ଦିଆଯିବ। ଆଜି ଏଭଳି ଦମ୍ଭୋକ୍ତି କରିଛନ୍ତି ଆରଜେଡି ନେତା ତଥା ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ।

ଲାଲୁ ପ୍ରସାଦ ଯାଦବଙ୍କୁ ଗୋଟିଏ ମାମଲାରେ ଜାମିନ ମିଳିଛି। ହେଲେ ଆଉ ଗୋଟିଏ ମାମଲାରେ ଜାମିନ ଆବେଦନର ଶୁଣାଣି ହୋଇନାହିଁ। ତେଣୁ ସେ ଜେଲରୁ ବାହାରି ପାରିନାହାନ୍ତି। ସମ୍ଭବତଃ ନଭେମ୍ବର ପ୍ରଥମ ସପ୍ତାହରେ ଏହାର ଶୁଣାଣି ହେବ। ତେଣୁ ଏହି ସମୟରେ ତାଙ୍କୁ ଜାମିନ ମିଳିବ ବୋଲି ତେଜସ୍ୱୀ ଆଶା କରିଛନ୍ତି।

ତେଜସ୍ୱୀ କହିଛନ୍ତି, ଲାଲୁଜୀ ନଭେମ୍ବର ୯ରେ ମୁକୁଳିବେ। ସେ ଗୋଟିଏ ମାମଲାରେ ଜାମିନ ପାଇ ସାରିଛନ୍ତି। ନଭେମ୍ବର ୯ରେ ସେ ଆଉ ଗୋଟିଏ ଜାମିନ ପାଇବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ଦିନ ମୋ ଜନ୍ମଦିନ। ଲାଲୁଜୀ ଜେଲରୁ ବାହାରିବାର ଗୋଟିଏ ଦିନ ପରେ ନୀତୀଶ କୁମାରଙ୍କୁ ବିଦାୟ ସମ୍ବର୍ଦ୍ଧନା ମିଳିବ। ନୀତୀଶଜୀ ଆପଣ ଦୁର୍ବଳ ହୋଇଗଲେଣି।

ଆପଣ ଆଉ ବିହାରର ଯତ୍ନ ନେଇପାରିବେ ନାହିଁ। ବିହାରବାସୀଙ୍କୁ ଯିଏ ୧୫ ବର୍ଷ ମଧ୍ୟରେ ନିଯୁକ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଦେଇ ପାରିଲା ନାହିଁ, ସେ କେମିତି ଆସନ୍ତା ୫ ବର୍ଷ ମଧ୍ୟରେ ସବୁ କିଛି କରି ନେବ ବୋଲି ସେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos