ଶତ୍ରୁନାଶ ପାଇଁ ‘ତନ୍ତ୍ରମନ୍ତ୍ର’ ଆପଣାଇଛନ୍ତି ଲାଲୁଙ୍କ ପୁଅ! ପଢନ୍ତୁ କ’ଣ ଆସୁଛି ଭିତିରି ଖବର…

ପାଟନା: ସମସ୍ୟାର ସମାଧାନ ପାଇଁ ଅନେକ ସମୟରେ ରାଜନେତାମାନେ ଧାର୍ମିକ ଉପାୟର ସାହାଯ୍ୟ ନେଇଥାଆନ୍ତି। କେହି କେହି ବାସ୍ତୁର ସାହାଯ୍ୟ ମଧ୍ୟ ନିଅନ୍ତି। ଏହା କିଛି ନୂଆ ନୁହେଁ। ଏହି ଧାରାରେ ସାମିଲ ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବର୍ତ୍ତମାନ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜ ପ୍ରତାପ ଯାଦବ। ବାସ୍ତୁ ଅନୁଯାୟୀ ସେ ତାଙ୍କ ବାସଭବନରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ତାଙ୍କ ଘରର ଫାଟକ ଦକ୍ଷିଣ ଆଡ଼କୁ ମୁହଁ କରି ଥିଲା। ବାସ୍ତୁ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସେ ଏହାକୁ ବନ୍ଦ କରି ଦେଇଛନ୍ତି। ଆଉ ଉତ୍ତର ଦିଗରେ ନିର୍ମାଣ ହୋଇଛି ନୂଆ ଗେଟ୍। ଏହା ଦେଇ ଉଭୟ ଯିବାଆସିବା ହେଉଛି।

ତେବେ କଥା ଏତିକିରେ ସରିଥିଲେ ତେଜ୍‌ ପ୍ରତାପ ଆଦୌ ଚର୍ଚ୍ଚାକୁ ଆସି ନ ଥାଆନ୍ତେ। ଏସବୁ ବାଦ୍ ସେ ଆଉ ଗୋଟିଏ କାର୍ଯ୍ୟ କରୁଛନ୍ତି। ଶତ୍ରୁଙ୍କୁ ନାଶ କରିବା ପାଇଁ ଗତ ଦୁଇ ଦିନ ହେଲା ତାଙ୍କ ବାସଭବନରେ ତନ୍ତ୍ରମନ୍ତ୍ର ଚାଲିଛି ବୋଲି ତାଙ୍କର ଜଣେ ବିଶ୍ୱସ୍ତ ପ୍ରକାଶ କରିଛନ୍ତି। ଏହି ‘ଶତ୍ରୁ ମରଣ ଜପ’ ପ୍ରତିଦିନ ସନ୍ଧ୍ୟାରେ ତିନି ଘଣ୍ଟା କରାଯାଉଛି। ସନ୍ଧ୍ୟା ୮ରୁ ରାତି ୧୧ଟା ଯାଏଁ ଏହା ଚାଲୁଛି। ଏଥିପାଇଁ ବାସଭବନ ପରିସରରେ ନଡ଼ା ପକାଇ ଏକ ବିଶେଷ ଘର କରାଯାଇଛି। ସେଠାରେ ଲାଲ ଅଙ୍ଗବସ୍ତ୍ର ପରିଧାନ କରି ତେଜ ପ୍ରତାପ ବସୁଛନ୍ତି। ଜଣେ ପୂଜକ ସେଠାରେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଏହା ଆଦୌ ବିଫଳ ହେବ ନାହିଁ ବୋଲି ତାଙ୍କୁ କୁଆଡ଼େ ପ୍ରତିଶ୍ରୁତି ମିଳିଛି।

ଏ ବାସଭବନରେ ତେଜ ରହନ୍ତି ନାହିଁ। ସେ ତାଙ୍କ ବାପାମା’ଙ୍କ ସହିତ ଅଲଗା ଘରେ ରହନ୍ତି। ତେବେ ଏହି ବାସଭବନକୁ ବେଳେ ବେଳେ ଦଳୀୟ କର୍ମୀଙ୍କୁ ଭେଟିବାକୁ ଆସନ୍ତି।

ଆହୁରି ପଢ଼ନ୍ତୁ

ଆଉ ପାଦେ ଆଗେଇଲା ଭାରତୀୟ ରେଳ

ସିଲାବସ କମିବା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଅଭିଯୋଗର ଜବାବ ଦେଲେ ମନ୍ତ୍ରୀ

ଲଦାଖ ପରେ ହଟ ସ୍ପୀଙ୍ଗରୁ ହଟିଲା ଚୀନ୍ ସେନା, ଆଗକୁ ଜାରି ରହିବ ବୈଠକ

୧୫ ଦିନରେ ଆମେରିକାର ୯ ବଡ଼ ପଦକ୍ଷେପ

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ସହଯୋଗୀଙ୍କ ୨୫୦୦ ହଜାର କୋଟିର ସମ୍ପତ୍ତି ଜବତ

ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

୬ଟି ବ୍ରିଜର ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ଦେଶରେ ପ୍ରଥମ: ଗୋଟିଏ ଗାଁରେ ଏକାଧିକ କରୋନା ସୁପର ସ୍ପ୍ରେଡର, ମୁତୟନ ହେଲେ କମାଣ୍ଡୋ

ମୁଖ୍ୟମନ୍ତ୍ରୀ କହିଲେ, ମୁଁ ସବୁ ବିଭାଗର ମନ୍ତ୍ରୀ

ଦୈନିକ ୧୫ କିମି ରାସ୍ତା ଚାଲିଚାଲି ୩୦ ବର୍ଷ ହେଲା ଚିଠି ଦେଉଛନ୍ତି ଏହି ପୋଷ୍ଟମ୍ୟାନ୍‌

ବିକାଶ ଦୁବେ ଗିରଫ ହେବା ପରେ ଉଠିଲା ଅନେକ ପ୍ରଶ୍ନ? ଜାଣନ୍ତୁ ସେଗୁଡ଼ିକ କ’ଣ

ବିକାଶ ଦୁବେ ଆତ୍ମସମର୍ପଣ କଲା ନା ଗିରଫ ହେଲା? ପଚାରିଲେ ଅଖିଲେଶ ଯାଦବ