କନକ ଦୁର୍ଗା ମନ୍ଦିରରେ ଭୟଙ୍କର ଭୂସ୍ଖଳନ: ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ବିଜୟୱାଡା ଠାରେ ଥିବା ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିରରେ ଆଜି ଭୟଙ୍କର ଭୂସ୍ଖଳନ ହୋଇଛି। ଭୂସ୍ଖଳନ ବେଳେ ମନ୍ଦିର ପରିସରରେ ଏକାଧିକ ଶ୍ରଦ୍ଧାଳୁ ରହିଥିଲେ। ତେଣୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ଭୂସ୍ଖଳନର କାରଣ ଜଣାପଡ଼ିନାହିଁ।

ଏହାପୂର୍ବରୁ ବୁଧବାର ଇନ୍ଦିରା କୀଲାଦ୍ରୀ ପାହାଡ଼ରେ କିଛି ବୋଲଡୋଜର କାମ କରୁଥିଲା। ତେବେ ଏହା ମଧ୍ୟରୁ ଗୋଟିଏ ବୋଲଡୋଜର କନକ ଦୁର୍ଗା ମନ୍ଦିର ପରିସରରେ ଥିବା ଗୋଟିଏ ଘର ଉପରେ ଖସି ପଡ଼ିଥିଲା। ଏହି କାରଣରୁ ମଧ୍ୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହି ଘଟଣାରେ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀ କନକ ଦୁର୍ଗା ମନ୍ଦିର ଯିବାର ଥିଲା। ଏହା ପୂର୍ବରୁ ହିଁ ବୋଲଡୋଜର ଖସି ମନ୍ଦିର ପରିସରରେ ଥିବା ଗୋଟିଏ ଘର ଭାଙ୍ଗି ଯାଇଛି। ଅକ୍ଟୋବର ୧୭ ଠାରୁ ଏଠାରେ ହଶହରା ପାଇଁ ୧୦ ଦିନିଆ ଉତ୍ସବ ପାଳନ କରାଯାଉଛି। ତେଣୁ ଉଭୟ ଦୁର୍ଘଟଣାରେ ଏକାଧିକ ଶ୍ରଦ୍ଧାଳୁ ଫସି ରହିଥିବା ଆଶଙ୍କା ପ୍ରକାଶ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।