କାଲିର ଆଲୋଚନା ପୂର୍ବରୁ କେନ୍ଦ୍ରକୁ ଚରମବାଣୀ ଶୁଣାଇଲେ ଚାଷୀ

ନୂଆଦସିଲ୍ଲୀ: ଦୀର୍ଘ ୭ ଦିନ ହେଲା କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ମୋଦି ସରକାର ଆସନ୍ତାକାଲି ପୁଣି ବୈଠକ କରିବେ। ମଙ୍ଗଳବାର ବି କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ଏଥିରୁ କୌଣସି ସୁଫଳ ମିଳି ନଥିଲା। ଆସନ୍ତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦିନ ୧୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଚାଷୀ ସଂଗଠନର ପ୍ରତିନିଧିମାନଙ୍କ ସହ ବୈଠକ କରିବେ। ତେବେ ଆସନ୍ତାକାଲିର ବୈଠକ […]

y

y

Hemant Lenka
  • Published: Wednesday, 02 December 2020
  • Updated: 02 December 2020, 07:46 PM IST

Sports

Latest News

ନୂଆଦସିଲ୍ଲୀ: ଦୀର୍ଘ ୭ ଦିନ ହେଲା କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ସହ ମୋଦି ସରକାର ଆସନ୍ତାକାଲି ପୁଣି ବୈଠକ କରିବେ। ମଙ୍ଗଳବାର ବି କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ଏଥିରୁ କୌଣସି ସୁଫଳ ମିଳି ନଥିଲା। ଆସନ୍ତକାଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଦିନ ୧୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଚାଷୀ ସଂଗଠନର ପ୍ରତିନିଧିମାନଙ୍କ ସହ ବୈଠକ କରିବେ।

ତେବେ ଆସନ୍ତାକାଲିର ବୈଠକ ପୂର୍ବରୁ ଚାଷୀମାନେ ଆଜି ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି। ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପାଖରେ ନିଷ୍ପତ୍ତି ନେବାର ସୁଯୋଗ ରହିଛି ବୋଲି ସେମାନେ କହିଛନ୍ତି। କେନ୍ଦ୍ର ସରକାର ଯେମିତି ହେଲେ ବି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଚାଷୀମାନେ ଆହୁରି କହିଛନ୍ତି ଯେ ଚାଷୀ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକନ୍ତୁ।

କ୍ରାନ୍ତିକାରୀ କିଷାନ ୟୁନିଅନର ସଭାପତି ଡ. ଦର୍ଶନ ପଲ କହିଛନ୍ତି, ଏହି ଚାଷୀ ଆନ୍ଦୋଳନ କେବଳ ପଞ୍ଜାବର ବୋଲି ସରକାର ଦେଖାଇବାକୁ ଚେଷ୍ଟା କରୁଛନ୍ତି। ସରକାର ଆମମାନଙ୍କ ମଧ୍ୟରେ ବିଭେଦତା ସୃଷ୍ଟି କରି ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସରକାର ମନେ ରଖିବା ଦରକାର ଯେ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ସମଗ୍ର ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିବ।

କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି କୃଷି ଆଇନକୁ ଉଚ୍ଛେଦ କରନ୍ତୁ। ଆମେ ଦେଶର ସବୁ ଚାଷୀ ସଂଗଠନର ନେତାଙ୍କୁ ଆଲୋଚନା ପାଇଁ ଡକାଯାଉ ବୋଲି ଦାବି କରିଛୁ। ଡିସେମ୍ବର ୫ରେ ଆମେ ଦେଶବ୍ୟାପୀ ଆନ୍ଦୋଳନ କରିବୁ। ଏହି ସମୟରେ ନରେନ୍ଦ୍ର ମୋଦି ସରକାର ଓ କର୍ପୋରେଟ ହାଉସର କୁଶପୁତ୍ତଳିକା ଦାହ କରିବୁ। ସେହିପରି ଦୁଇ ଦିନ ମଧ୍ୟରେ ପଞ୍ଜାବର କ୍ରୀଡ଼ାବିତମାନେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେମାନଙ୍କୁ ମିଳିଥିବା ଜାତୀୟ ପୁରସ୍କାର ଫେରାଇବେ ବୋଲି ମଧ୍ୟ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ଲୋକ ସଂଘର୍ଷ ମୋର୍ଚ୍ଚା ମଧ୍ୟ ଡିସେମ୍ବର ୫ରେ ମହାରାଷ୍ଟ୍ର ଓ ଗୁଜରାଟରେ ଆନ୍ଦୋଳନ କରିବ। ହରିଆଣା ଓ ଉତ୍ତର ପ୍ରଦେଶର ଚାଷୀ ସଂଗଠନମାନେ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି। ଏହାପୂର୍ବରୁ ସିଙ୍ଘୁର ସୀମାରେ ୩୨ଟି ଯାକ କୃଷି ସଂଗଠନର ନେତାମାନେ ଏକାଠି ହୋଇ ବୈଠକ କରିଥିଲେ। କେନ୍ଦ୍ର ସରକାର ଲିଖିତ ଭାବେ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇବାକୁ କହିଥିବାରୁ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos