ଗୋ-ହତ୍ୟା ଆଇନର ଅପବ୍ୟବହାର କରାଯାଉଥିବା କହି ବରିକ୍ତ ହେଲେ କୋର୍ଟ

ପ୍ରୟାଗରାଜ: ଗୋ-ହତ୍ୟା ଅଭିଯୋଗରେ ଜେଲ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଆଜି ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ଉତ୍ତର ପ୍ରଦେଶରେ ଗୋ-ହତ୍ୟା ଆଇନର ପ୍ରବଳ ମାତ୍ରାରେ ଅପବ୍ୟବହାର କରାଯାଉଥିବା କଥା ମଧ୍ୟ କହିଛନ୍ତି। କୋର୍ଟ କହିଛନ୍ତି, ଗୋ-ହତ୍ୟା ଆଇନକୁ ନିରୀହ ଲୋକଙ୍କ ଉପରେ ଲଗାଇ ଦିଆଯାଉଛି। ଜଣେ ଅଭିଯୁକ୍ତ ପ୍ରକୃତରେ ଅପରାଧୀ ହୋଇ ନଥିଲେ ମଧ୍ୟ ତାଙ୍କୁ ଗୋ-ହତ୍ୟା ଆଇନରେ ଛନ୍ଦି ଜେଲ ପଠାଇ ଦିଆଯାଉଛି। ଏକାଧିକ ମାମଲାରେ ମାଂସ ମିଳିବା ମାତ୍ରେ ଅଧିକାରୀମାନେ ଏହାକୁ […]

y

y

Hemant Lenka
  • Published: Monday, 26 October 2020
  • Updated: 26 October 2020, 08:52 PM IST

Sports

Latest News

ପ୍ରୟାଗରାଜ: ଗୋ-ହତ୍ୟା ଅଭିଯୋଗରେ ଜେଲ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ଆଜି ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ଉତ୍ତର ପ୍ରଦେଶରେ ଗୋ-ହତ୍ୟା ଆଇନର ପ୍ରବଳ ମାତ୍ରାରେ ଅପବ୍ୟବହାର କରାଯାଉଥିବା କଥା ମଧ୍ୟ କହିଛନ୍ତି। କୋର୍ଟ କହିଛନ୍ତି, ଗୋ-ହତ୍ୟା ଆଇନକୁ ନିରୀହ ଲୋକଙ୍କ ଉପରେ ଲଗାଇ ଦିଆଯାଉଛି। ଜଣେ ଅଭିଯୁକ୍ତ ପ୍ରକୃତରେ ଅପରାଧୀ ହୋଇ ନଥିଲେ ମଧ୍ୟ ତାଙ୍କୁ ଗୋ-ହତ୍ୟା ଆଇନରେ ଛନ୍ଦି ଜେଲ ପଠାଇ ଦିଆଯାଉଛି।

ଏକାଧିକ ମାମଲାରେ ମାଂସ ମିଳିବା ମାତ୍ରେ ଅଧିକାରୀମାନେ ଏହାକୁ ଗୋ-ମାଂସ ବୋଲି କହି ଦେଉଛନ୍ତି। ହେଲେ ଏହା ପ୍ରକୃତରେ କାହାର ବିଶେଷଜ୍ଞମାନଙ୍କ ମତାମତ ଲୋଡ଼ା ଯାଉନାହିଁ। ଅଧିକାଂଶ ମାମଲାରେ ମାଂସକୁ ପରୀକ୍ଷା ପାଇଁ ପଠା ଯାଉନି। ଜଣେ ଅଭିଯୁକ୍ତ ପ୍ରକୃତରେ କୌଣସି ଅପରାଧ କରି ନଥିଲେ ମଧ୍ୟ ତାଙ୍କୁ ଜେଲରେ ରହିବାକୁ ପଡ଼ୁଛି। ଏହା ଆଦୌ ଠିକ୍‌ ନୁହେଁ। ରାଜ୍ୟରେ ପ୍ରଚଳିତ ଗୋ-ହତ୍ୟା ରୋକିବା ଆଇନକୁ ପ୍ରବଳ ମାତ୍ରାରେ ଅପବ୍ୟବହାର କରାଯାଉଛି ବୋଲି କୋର୍ଟ କହିଛନ୍ତି।

ଅଗଷ୍ଟ ୫ରୁ ରହମଦ୍ଦୁନି ନାମକ ଜଣେ ବ୍ୟକ୍ତି ଗୋ-ହତ୍ୟା ଅଭିଯୋଗରେ ଜେଲରେ ରହିଥିଲେ। ଆଜି ତାଙ୍କୁ କୋର୍ଟ ଜାମିନ ଦେଇ ଏଭଳି କଥା କହିଛନ୍ତି।

କୋର୍ଟ ଆହୁରି କହିଛନ୍ତି, ଗାଈମାନଙ୍କୁ ତାଙ୍କ ମାଲିକମାନେ କେମିତି ରଖିଛନ୍ତି, ସେକଥା ମଧ୍ୟ ଦେଖିବାକୁ ପଡ଼ିବ। କିଛି ମାଲିକ ଗାଈମାନଙ୍କ ଠାରୁ କ୍ଷୀର ବାହାର କରିବା ପରେ ସେମାନଙ୍କୁ ଛାଡ଼ି ଦେଉଛନ୍ତି। ଗାଈମାନଙ୍କୁ ନିଜ ଖାଦ୍ୟ ନିଜେ ଯୋଗାଡ଼ କରିବା ପାଇଁ ପଡ଼ୁଛି। ସେମାନେ ରାସ୍ତାରେ ବୁଲୁଛନ୍ତି। ମନଇଚ୍ଛା ଡ୍ରେନେଜ ପାଣି ପିଉଛନ୍ତି ଓ ପଲିଥିନ ଖାଉଛନ୍ତି। ଯେଉଁମାନଙ୍କୁ ସରକାର ରାସ୍ତାରୁ ଉଦ୍ଧାର କରୁଛନ୍ତି, ସେମାନଙ୍କର ଉପଯୁକ୍ତ ତଥ୍ୟ ରଖାଯାଉ ନାହିଁ।

ସରକାର ଉଦ୍ଧାର କରିବା ପରେ ଗାଈ ଗୁଡ଼ିକ କୁଆଡ଼େ ଯାଉଛନ୍ତି ସେ ଖବର ମଧ୍ୟ କାହା ପାଖରେ ନାହିଁ। ରାସ୍ତାରେ ଗାଈ ଗୁଡ଼ିକ ବୁଲୁଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ଭୟରେ କେହି ବି ସେମାନଙ୍କୁ ଅନ୍ୟତ୍ର ନେଉ ନାହାନ୍ତି। କାରଣ ପୁଲିସ୍‌ ଓ ସ୍ଥାନୀୟ ଲୋକ ଗାଈ ଗୁଡ଼ିକୁ ନେଉଥିବା ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ବୋଲି କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story