ସୋଶାଲ ମିଡିଆରେ ଲିଙ୍କ ହେବ ଆଧାର! କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ: ବିଭନ୍ନ ସୋଶାଲ ମିଡିଆ ବିଶେଷ କରି ଫେସବୁକ୍‌ରେ ଆଧାର କାର୍ଡ ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି କି? ଏ ସମ୍ପର୍କରେ ଜାଣିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ୨୪ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ୨୪ ତାରିଖରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଜି ରୁଲିଂ ଦେଇଛନ୍ତି। […]

erd

erd

Hemant Lenka
  • Published: Friday, 13 September 2019
  • Updated: 13 September 2019, 01:50 PM IST

Sports

Latest News

ନୂଆଦିଲ୍ଲୀ: ବିଭନ୍ନ ସୋଶାଲ ମିଡିଆ ବିଶେଷ କରି ଫେସବୁକ୍‌ରେ ଆଧାର କାର୍ଡ ଲିଙ୍କ କରିବାକୁ ସରକାର ଯୋଜନା କରୁଛନ୍ତି କି? ଏ ସମ୍ପର୍କରେ ଜାଣିବା ପାଇଁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ଆସନ୍ତା ୨୪ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବେ। ୨୪ ତାରିଖରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଜି ରୁଲିଂ ଦେଇଛନ୍ତି।

ଫେସବୁକ୍‌ରେ ଆକାଉଣ୍ଟ ଖୋଲି ଅନେକ ଲୋକ ଆପତ୍ତିଜନକ ପୋଷ୍ଟ କରୁଛନ୍ତି। ଜଣଙ୍କ ନାଁରେ ଅନ୍ୟ ଜଣେ ଫେକ ଆକାଉଣ୍ଟ ମଧ୍ୟ ଖୋଲିବାର ନଜିର ରହିଛି। ତେଣୁ ସୋଶାଲ ମିଡିଆରେ ଆକାଉଣ୍ଟ ଖୋଲୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଏଥିରେ ଆଧାର କାର୍ଡ ଲିଙ୍କ କରିବାକୁ ଦାବି ହୋଇଥିଲା। ଏନେଇ ମାଡ୍ରାସ ହାଇକୋର୍ଟ, ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ୩ଟି ଆବେଦନ କରାଯାଇଥିଲା। ଅନ୍ୟତମ ସୋଶାଲ ମେସେଜିଂ ଆପ୍‌ ହ୍ୱାଟସଆପ୍‌ରେ ମଧ୍ୟ ସମାନ ବ୍ୟବସ୍ଥା କରିବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିଲା।

ଏହି ଆବେଦନଗୁଡ଼ିକର ଏକାଠି ଶୁଣାଣି କରିବାକୁ ଫେସବୁକ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ନିବେଦନ କରାଯାଇଥିଲା। ଯଦି ଭିନ୍ନଭିନ୍ନ ହାଇକୋର୍ଟ ଅଲଗା ଅଲଗା ରାୟ ଦିଅନ୍ତି, ତା’ହେଲେ ଏଥିପାଇଁ ଫେସବୁକକୁ କ୍ଷତି ସହିବାକୁ ପଡ଼ିବ। ତେଣୁ ହାଇକୋର୍ଟଗୁଡ଼ିକର ଶୁଣାଣି ପରେ ସୁପ୍ରିମକୋର୍ଟ ରୋକ ଲଗାନ୍ତୁ ବୋଲି ଫେସବୁକ ପକ୍ଷରୁ ନିଜର ଆବେଦନରେ ଦର୍ଶାଯାଇଥିଲା। କାରଣ ଆଧାର କାର୍ଡ ବାଧ୍ୟତାମୂଳକ କରିବା ଏକ କେନ୍ଦ୍ରୀୟ ସ୍କିମ। ଯଦି କୌଣସି ହାଇକୋର୍ଟ ଏହାକୁ ସୋଶାଲ ମିଡିଆରେ ଲିଙ୍କ କରିବାକୁ ବାଧ୍ୟତାମୂଳକ ବୋଲି ରାୟ ଦିଅନ୍ତି, ତା’ହେଲେ ଏହାର ପ୍ରଭାବ ସମଗ୍ର ଦେଶ ଉପରେ ପଡ଼ିବାର ଆଶଙ୍କା ଥିବା ଫେସବୁକ ନିଜ ଯୁକ୍ତିରେ ଦର୍ଶାଇଥିଲା।

ପୂର୍ବ ଶୁଣାଣି ବେଳେ ସୁପ୍ରିମକୋର୍ଟ ହାଇକୋର୍ଟର ଶୁଣାଣି ଉପରେ ରୋକ ଲଗାଇ ନଥିଲେ। ହେଲେ କୋର୍ଟଗୁଡ଼ିକୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ନେବାକୁ କହିଥିଲେ।

ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଜବାବ ତଲବ କରିଛନ୍ତି। ଅର୍ଥାତ କେନ୍ଦ୍ର ସରକାର ଜବାବ ଦାଖଲ କରିବା ପରେ ଯାଇ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଚୂଡ଼ାନ୍ତ ରାୟ ପ୍ରକାଶ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos