ବସ୍‌ ଷ୍ଟାଣ୍ଡରେ ସିଂହଙ୍କ ଗଧ ଶିକାର, ଦେଖନ୍ତୁ ଭିଡିଓ

ରାଜକୋଟ: ବର୍ଷା କାରଣରୁ ସିଂହମାନେ ସହର ମୁହାଁ ହେଉଛନ୍ତି। ଜଙ୍ଗଲରେ ଖାଦ୍ୟ ମିଳୁ ନଥିବାରୁ ଶିକାର ସଂଗ୍ରହ କରିବାରେ ବୋଧ ହୁଏ ସେମାନଙ୍କୁ ଅସୁବିଧା ହେଉଛି। ଯାହା ଫଳରେ ସେମାନେ ଜନବସତି ଆଡ଼କୁ ମୁହାଁଇଛନ୍ତି।

ଏହିପରି ଏକ ଭିଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଛଅଟି ସିଂହ ଏକାଠି ହୋଇ ଗୁଜରାଟର ଆମ୍ରେଲି ଫରେଷ୍ଟଠାରୁ ୨୦ ୨୫ କିମି ଦୂର ମୋରଜ ଗାଁ କୁ ପଶି ଆସିଥିବା ଦେଖାଯାଉଛି। ସୋମାନେ ଗାଁ ନିକଟବର୍ତ୍ତୀ ଏକ ବସ୍ ଷ୍ଟାଣ୍ଡ ଭିତରେ ପଶିବା ସହ ସେଠାରେ ଦୀର୍ଘ ସମୟ ବିଶ୍ରାମ ନେଇଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଖାଲି ସେତିକି ନୁହେଁ, ବସ୍‌ ଷ୍ଟାଣ୍ଡ ନିକଟରେ ପୂର୍ବରୁ  ଶୋଇଥିବା ଗୋଟିଏ ଗଧକୁ ସେମାନେ ଶିକାର ମଧ୍ୟ କରିଛନ୍ତି। ଦୀର୍ଘ ସମୟ ଧରି ସେମାନେ ରାସ୍ତା ଉପରେ ବିଚରଣ କରୁଥିଲେ।


ସେହି ବାଟଦେଇ ଯାଉଥିବା ଜଣେ ବ୍ୟକ୍ତି ଏହି ଭିଡିଓଟିକୁ ଅତି ସତର୍କର ସହ କାର ଭିତରେ ଥାଇ ରେକର୍ଡ କରିଛନ୍ତି । ଯାହା ଏବେ ଭାଇରାଲ ହୋଇଛି ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତାବକ ଏହି ଗାଁ ଏକ ସିଂହ ପ୍ରବଣ ଜଙ୍ଗଲ ପାଖରେ ଅବସ୍ଥିତ ହେଇଥିବାରୁ ପ୍ରାୟ ସମୟରେ ସିଂହମାନେ ଏଠାକୁ ଚାଲି ଆସନ୍ତି। ବନ ବିଭାଗର ହସ୍ତକ୍ଷେପ ପରେ ଏମାନେ ଜଙ୍ଗଲକୁ ଚାଲିଯାଆନ୍ତି। ତେବେ ଏହି ଛଅଟି ସିଂହ ବିଳମ୍ୱିତ ରାତି ଯାଏ ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ସେମାନେ କହିଛନ୍ତି।

ଏ ନେଇ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ସେଠାରେ ପହଞ୍ଚି ସିଂହ ଗୁଡ଼ିକୁ ଜଙ୍ଗଲକୁ ଘଉଡ଼ାଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ

କରନ ଜୋହରଙ୍କ ନାଁ ନେବାକୁ ଗିରଫ କ୍ଷୀତିଜ୍‌ଙ୍କୁ ବାଧ୍ୟ କରୁଛନ୍ତି ଏନସିବି ଅଧିକାରୀ!

ଭାରତରେ କରୋନା ମୃତ୍ୟୁସଂଖ୍ୟା ୯୫ ହଜାର ଓ ଆରୋଗ୍ୟ ସଂଖ୍ୟା ୫୦ ଲକ୍ଷ ଡେଇଁଲା

ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସ୍ଥାନୀୟ କୋର୍ଟ

ସ୍ତ୍ରୀଙ୍କୁ ପିଟିଲେ ସ୍ୱତନ୍ତ୍ର ଡିଜି; କହିଲେ ପତ୍ନୀ କରୁଛନ୍ତି ଗୁଇନ୍ଦାଗିରି

ବଢ଼ୁଛି ମନ୍ଦିର ଦାନବାକ୍ସରୁ ଚୋରି ଘଟଣା, ସକ୍ରିୟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ୍

କୃଷି ବିଲ୍ ବିରୋଧରେ ଛତିଶଗଡ ବିଧାନସଭାରେ ଆସିବ ପ୍ରସ୍ତାବ

ବିକାଶ ଦୁବେ ଘଟଣାର ପୁନରାବୃତ୍ତି ! ଫେରାର ଗ୍ୟାଙ୍ଗଷ୍ଟାର ୟୁପି ଆସୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ

‘ମୋଦିଙ୍କ ପାଇଁ ପିଓକେର ଆଶା ବଢ଼ିଛି, ଆମେ ଭାରତରେ ସାମିଲ୍ ହେବାକୁ ଇଚ୍ଛୁକ’

ଏଲଜେପିର ଚାରି ସାଂସଦ ବିଜେପି ଲିଙ୍କରେ, ଏନଡିଏରେ ବଢ଼ିବ ଅସନ୍ତୋଷ!

ବିଶ୍ୱରେ ୧୦ ଲକ୍ଷ ଅତିକ୍ରମ କଲା କରୋନା ମୃତକଙ୍କ ସଂଖ୍ୟା

‘ଯଦି ମୁଁ କରୋନାରେ ଆକ୍ରାନ୍ତ ହେବି, ତା’ହେଲେ ମମତାଙ୍କୁ ଆଲିଙ୍ଗନ କରିବି’

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ