ଶିକ୍ଷକଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କୁ ଗୃହ କାର୍ଯ୍ୟରେ ଧ୍ୟାନ ଦେବାକୁ ତାଗିଦ କଲେ ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭା କାର୍ଯ୍ୟରେ ଧ୍ୟାନ ନ ଦେଇ ଏଣେତେଣେ ଗପୁ ଥିବା କେନ୍ଦ୍ରମନ୍ତ୍ରୀ ରାଓସାହେବ ପାଟିଲ ଡାନଭେଙ୍କୁ ଆଜି ବାଚସ୍ପତି ଓମ ବିର୍ଲା ତାଗିଦ କରିଛନ୍ତି। ଏଥିସହ ଗୃହ କାର୍ଯ୍ୟରେ ଧ୍ୟାନ ଦେବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ତାଗିଦ କରିଛନ୍ତି। ଆଜି ପ୍ରଶ୍ନକାଳରେ ଶିବସେନା ସାଂସଦ ହେମନ୍ତ ତୁକାରାମ ଗଡସେ ଏକ ସପ୍ଲିମେଣ୍ଟାରୀ ପ୍ରଶ୍ନ କରିଥିଲେ। ଏହି ସମୟରେ ଶେଷ ଧାଡ଼ିରେ ବସି ଗପ ମାରୁଥିବା କେନ୍ଦ୍ର ଖାଦ୍ୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରାଓସାହେବ ଏହାକୁ ଶୁଣି ପାରି […]

o

o

Hemant Lenka
  • Published: Tuesday, 03 December 2019
  • Updated: 03 December 2019, 09:26 PM IST

Sports

Latest News

ନୂଆଦିଲ୍ଲୀ: ଲୋକସଭା କାର୍ଯ୍ୟରେ ଧ୍ୟାନ ନ ଦେଇ ଏଣେତେଣେ ଗପୁ ଥିବା କେନ୍ଦ୍ରମନ୍ତ୍ରୀ ରାଓସାହେବ ପାଟିଲ ଡାନଭେଙ୍କୁ ଆଜି ବାଚସ୍ପତି ଓମ ବିର୍ଲା ତାଗିଦ କରିଛନ୍ତି। ଏଥିସହ ଗୃହ କାର୍ଯ୍ୟରେ ଧ୍ୟାନ ଦେବାକୁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ତାଗିଦ କରିଛନ୍ତି।

ଆଜି ପ୍ରଶ୍ନକାଳରେ ଶିବସେନା ସାଂସଦ ହେମନ୍ତ ତୁକାରାମ ଗଡସେ ଏକ ସପ୍ଲିମେଣ୍ଟାରୀ ପ୍ରଶ୍ନ କରିଥିଲେ। ଏହି ସମୟରେ ଶେଷ ଧାଡ଼ିରେ ବସି ଗପ ମାରୁଥିବା କେନ୍ଦ୍ର ଖାଦ୍ୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ରାଓସାହେବ ଏହାକୁ ଶୁଣି ପାରି ନଥିଲେ। ଫଳରେ ସେ ଆଉଥରେ ସାଂସଦ ଗଡସେଙ୍କୁ ପ୍ରଶ୍ନ କରିବାକୁ କହିଥିଲେ।

ଏହି ସମୟରେ ବାଚସ୍ପତି ଏଥିରେ ହସ୍ତକ୍ଷେପ କରି କହିଥିଲେ, “ସମ୍ମାନୀୟ ମନ୍ତ୍ରୀ, ଦୟା କରି ଗୃହ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ। ଦୟା କରି ପ୍ରଶ୍ନକୁ ଶୁଣନ୍ତୁ।” ଏଥିସହ ବାଚସ୍ପତି ଶ୍ରୀ ବିର୍ଲା ସାଂସଦଙ୍କୁ ହେମନ୍ତଙ୍କୁ କହିଥିଲେ ଯେ ମୁଁ ଆପଣଙ୍କୁ ଆଉ ଗୋଟିଏ ସୁଯୋଗ ଦେବି। ହେଲେ ଆପଣ ପୂର୍ବରୁ ପଚାରିଥିବା ପ୍ରଶ୍ନକୁ ପୁଣିଥରେ ଉଠାଇବେ ନାହିଁ।

ଶିବସେନାର ଅନ୍ୟତମ ସାଂସଦ ଅରବିନ୍ଦ ସାୱନ୍ତ ତୁରନ୍ତ ହେମନ୍ତଙ୍କ ପାଖକୁ ଯାଇ ବାଚସ୍ପତି କହିଥିବା କଥାକୁ ତାଙ୍କୁ ଜଣାଇଥିଲେ। କାରଣ ସେ ଠିକ ଭାବେ ହିନ୍ଦୀ ବୁଝି ପାରି ନଥିଲେ। ଏହାପରେ ହେମନ୍ତ ଆଉ ଗୋଟିଏ ପ୍ରଶ୍ନ କରିଥିଲେ। ଏହି ସମୟରେ ରାଓସାହେବଙ୍କ ପାଖରେ ବସିଥିବା ଖାଦ୍ୟ ବ୍ୟାପାର କ୍ୟାବିନେଟ ମନ୍ତ୍ରୀ ରାମବିଲାଶ ପାଶୱାନ ଏହାର ଉତ୍ତର ଦେଇଥିଲେ।

ପାଶୱାନଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ ନିଜ ଆସନରେ ବସି ଉତ୍ତର ଦେଇପାରିବେ ବୋଲି ବାଚସ୍ପତି କହିଥିଲେ। ଏହାପୂର୍ବରୁ ସଂସଦରେ ଅଧିକାଂଶ ସାଂସଦ ଅନୁପସ୍ଥିତ ରହୁଥିବାରୁ ଏନେଇ ମଧ୍ୟ ବାଚସ୍ପତି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos