ଏଥର ନିର୍ବାଚନରେ ପ୍ରେମର ବିଜୟ ହେବ: ରାହୁଲ

ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ୭ଟି ଯାକ ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀରେ ଭୋଟ୍‌ ଦେଇଛନ୍ତି। ଭୋଟ ଦେଇ ସାରିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, “ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ବେଳେ ଘୃଣାର ପରିବେଶ ସୃଷ୍ଟି କରିଥିବା ବେଳେ କଂଗ୍ରେସ ପ୍ରେମ ଓ ଭଲ ପାଇବା ଜରିଆରେ ଲୋକଙ୍କ ନିକଟବର୍ତ୍ତୀ ହୋଇଛି। ଏଥର ନିର୍ବାଚନରେ ପ୍ରେମର ବିଜୟ ହେବ। ଏଥର ନିର୍ବାଚନ […]

s

s

Hemant Lenka
  • Published: Sunday, 12 May 2019
  • Updated: 12 May 2019, 04:34 PM IST

Sports

Latest News

ନୂଆଦିଲ୍ଲୀ: ରବିବାର ଦିଲ୍ଲୀର ୭ଟି ଯାକ ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦିଲ୍ଲୀରେ ଭୋଟ୍‌ ଦେଇଛନ୍ତି। ଭୋଟ ଦେଇ ସାରିବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, “ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ବେଳେ ଘୃଣାର ପରିବେଶ ସୃଷ୍ଟି କରିଥିବା ବେଳେ କଂଗ୍ରେସ ପ୍ରେମ ଓ ଭଲ ପାଇବା ଜରିଆରେ ଲୋକଙ୍କ ନିକଟବର୍ତ୍ତୀ ହୋଇଛି।

ଏଥର ନିର୍ବାଚନରେ ପ୍ରେମର ବିଜୟ ହେବ। ଏଥର ନିର୍ବାଚନ ୩ରୁ ୪ଟି ପ୍ରସଙ୍ଗରେ ଲଢ଼ାଯାଉଛି। କଂଗ୍ରେସ ଯେଉଁ ପ୍ରସଙ୍ଗ ଉଠାଉଛି, ତାହା ଦଳର ଫାଇଦା ପାଇଁ ନୁହେଁ ବରଂ ଲୋକଙ୍କ ଫାଇଦା ପାଇଁ ଉଦ୍ଦିଷ୍ଟ। ଏହି ପ୍ରସଙ୍ଗ ଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବେକାରୀ। ଏହାପରେ ଚାଷୀ ଓ ବିମୁଦ୍ରାକରଣ ଭଳି ପ୍ରସଙ୍ଗ ମଧ୍ୟ ରହିଛି।”

ରାହୁଲ ଗାନ୍ଧି ଆଜି ତୁଗଲକ ଲେନ୍‌ ସ୍ଥିତ ତାଙ୍କ ବାସଭବନରୁ ଅନତି ଦୂରରେ ଥିବା ବୁଥ୍‌କୁ ଚାଲି ଚାଲି ଯାଇ ତାଙ୍କ ଭୋଟ୍‌ ଦେଇଛନ୍ତି। ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍‌ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos