ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ନୂଆଦିଲ୍ଲୀ: ଚୋରା ଚାଲାଣରେ ସାମିଲ ଥିବା ଗୋଟିଏ ବଡ଼ଧରଣର ରାକେଟର ପର୍ଦ୍ଦାଫାସ ହୋଇଛି। ଦୁବାଇରୁ ଚୋରାରେ ଦିଲ୍ଲୀ ଆଣି ଅତ୍ୟାଧୁନିକ ଘଣ୍ଟା ବିକ୍ରି କରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରାଯିବା ପରେ ଏହି ଗ୍ୟାଙ୍ଗର କଳା କାରନାମା ସାମ୍ନାକୁ ଆସିଛି। ଏହି ଦୁଇ ଯୁବକ କାମ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରି କଷ୍ଟମ ବିଭାଗର ଅଧିକାରୀମାନେ ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ କରିଛନ୍ତି। ଗୁରୁବାର ଦୁବାଇରୁ ଆସି ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ […]

w

w

Hemant Lenka
  • Published: Sunday, 27 September 2020
  • Updated: 27 September 2020, 04:40 PM IST

Sports

Latest News

ନୂଆଦିଲ୍ଲୀ: ଚୋରା ଚାଲାଣରେ ସାମିଲ ଥିବା ଗୋଟିଏ ବଡ଼ଧରଣର ରାକେଟର ପର୍ଦ୍ଦାଫାସ ହୋଇଛି। ଦୁବାଇରୁ ଚୋରାରେ ଦିଲ୍ଲୀ ଆଣି ଅତ୍ୟାଧୁନିକ ଘଣ୍ଟା ବିକ୍ରି କରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରାଯିବା ପରେ ଏହି ଗ୍ୟାଙ୍ଗର କଳା କାରନାମା ସାମ୍ନାକୁ ଆସିଛି। ଏହି ଦୁଇ ଯୁବକ କାମ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରି କଷ୍ଟମ ବିଭାଗର ଅଧିକାରୀମାନେ ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ କରିଛନ୍ତି।

ଗୁରୁବାର ଦୁବାଇରୁ ଆସି ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ଦୁଇ ଜଣ ଯୁବକ ପହଞ୍ଚି ଥିଲେ। ସେମାନଙ୍କୁ ଯାଞ୍ଚ କରାଯିବା ପରେ ସେମାନଙ୍କ ବ୍ୟାଗ୍‌ରୁ ୫୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କିଛି ହାତ ଘଣ୍ଟା ଠାବ ହୋଇଥିଲା। ଏହି ଦୁଇ ଯୁବକ ଦୁବାଇରୁ ୪ଟି ଅତ୍ୟାଧୁନିକ ହାତ ଘଣ୍ଟା ଚୋରା ଚାଲାଣରେ ସାମିଲ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା।

ଜେରା ବେଳେ ଦୁଇ ଯୁବକ ଅନେକ ସମୟରେ ଏଭଳି ହାତ ଘଣ୍ଟା ଦୁବାଇରୁ ଆଣି ଦିଲ୍ଲୀରେ ବିକ୍ରି କରିଥିବା ସ୍ୱୀକାର କରିଥିଲେ। ସେମାନେ ପ୍ରାୟ ୧.୪ କୋଟି ଟଙ୍କାର ଘଣ୍ଟା ପୂର୍ବରୁ ବିକ୍ରି କରିଛନ୍ତି।

ଅଭିଯୁକ୍ତଙ୍କ କହିବା କଥା ସେମାନେ ହାତ ଘଣ୍ଟାକୁ ଚୋରାରେ ଦୁବାଇରୁ ଆଣି ଦିଲ୍ଲୀରେ ଥିବା ବଡ଼ବଡ଼ ଶୋ’ ରୁମକୁ ଦେଇଥାଆନ୍ତି। କଷ୍ଟମ ବିଭାଗ ତଥ୍ୟ ପାଇବା ପରେ ଉକ୍ତ ଶୋ’ ରୁମରେ ଚଢ଼ଉ କରି ୨୯ଟି ଚୋରା ଦାମୀ ଘଣ୍ଟା ଜବତ କରିଥିଲା। ଏହି ସବୁ ଘଣ୍ଟାର ମୂଲ୍ୟ ପ୍ରାୟ ୨.୩୮ କୋଟି ଟଙ୍କା ହେବ।

ପୁଲିସ୍‌ ଚୋରା ଚାଲାଣ ହୋଇଥିବା ଘଣ୍ଟାକୁ ବିକ୍ରି କରୁଥିବା ଦୁଇଟି ଶୋ’ ରୁମର ମାଲିକଙ୍କୁ ମଧ୍ୟ ଗିରଫ କରିଛି। ଏବେ ଘଟଣାର ଅଧିକ ଖୋଳତାଡ଼ କରାଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos