ଅଫିସରଙ୍କୁ ବ୍ୟାଟ୍‌ରେ ବାଡ଼େଇଥିବା ବିଜେପି ବିଧାୟକ ଗିରଫ

ଭୋପାଲ୍‌: ଶେଷରେ ଗିରଫ ହୋଇଛନ୍ତି ବିଜେପିର ମଧ୍ୟପ୍ରଦେଶ ବିଧାୟକ ତଥା ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟାଙ୍କ ପୁଅ ଆକାଶ ବିଜୟଭର୍ଗିୟା। ସେ ଆଜି ସକାଳେ ସର୍ବସମ୍ମୁଖରେ ନିଜର ଦବଙ୍ଗଗିରି ଦେଖାଇ ଗାଞ୍ଜି କାପାଉଣ୍ଡ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରୁଥିବା ପୌରପାଳିକାର ଜଣେ ଅଫିସରଙ୍କୁ ବ୍ୟାଟ୍‌ରେ ମାଡ଼ ମାରିଥିଲେ। ବିଧାୟକ ଆକାଶଙ୍କ ଏହି ଦବଙ୍ଗଗିରି କ୍ୟାମେରାରେ କଏଦ ହୋଇଥିଲା। ଆଜି ଇନ୍ଦୋର ମ୍ୟୁନିସିପାଲଟି ଅଧିକାରୀ ଧୀରେନ୍ଦ୍ର ବ୍ୟାସ ଏବଂ ଅସିତ ଖାରେଙ୍କ ନେତୃତ୍ୱରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ […]

sa

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 07:50 PM IST

ଭୋପାଲ୍‌: ଶେଷରେ ଗିରଫ ହୋଇଛନ୍ତି ବିଜେପିର ମଧ୍ୟପ୍ରଦେଶ ବିଧାୟକ ତଥା ବରିଷ୍ଠ ନେତା କୈଳାସ ବିଜୟଭର୍ଗିୟାଙ୍କ ପୁଅ ଆକାଶ ବିଜୟଭର୍ଗିୟା। ସେ ଆଜି ସକାଳେ ସର୍ବସମ୍ମୁଖରେ ନିଜର ଦବଙ୍ଗଗିରି ଦେଖାଇ ଗାଞ୍ଜି କାପାଉଣ୍ଡ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ କରୁଥିବା ପୌରପାଳିକାର ଜଣେ ଅଫିସରଙ୍କୁ ବ୍ୟାଟ୍‌ରେ ମାଡ଼ ମାରିଥିଲେ। ବିଧାୟକ ଆକାଶଙ୍କ ଏହି ଦବଙ୍ଗଗିରି କ୍ୟାମେରାରେ କଏଦ ହୋଇଥିଲା।

ଆଜି ଇନ୍ଦୋର ମ୍ୟୁନିସିପାଲଟି ଅଧିକାରୀ ଧୀରେନ୍ଦ୍ର ବ୍ୟାସ ଏବଂ ଅସିତ ଖାରେଙ୍କ ନେତୃତ୍ୱରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ଗାଞ୍ଜି କପାଉଣ୍ଡ ଠାରେ ଥିବା ଏକ ଘରକୁ ଭାଙ୍ଗିବା ବେଳେ ଲୋକମାନେ ଏହାକୁ ବିରୋଧ କରିଥିଲେ। ଏହି ବିରୋଧକାରୀଙ୍କ ମଧ୍ୟରେ ଆକାଶ ମଧ୍ୟ ରହିଥିଲେ। ପ୍ରଥମେ ଆକାଶ ଏବଂ ତାଙ୍କ ସମର୍ଥକମାନେ ଉଚ୍ଛେଦରେ ସାମିଲ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ଏପରି କି ଉଚ୍ଛେଦରେ ସାମିଲ ହୋଇଥିବା ଜେସିବିର ଚାବି ମଧ୍ୟ ବିଜେପି ବିଧାୟକଙ୍କ ସମର୍ଥକମାନେ ଛଡ଼ାଇ ନେଇଥିଲେ।

ଏହାକୁ ନେଇ ପୌରପାଳିକାର ଅଧିକାରୀଙ୍କ ସହ ଆକାଶଙ୍କ ଯୁକ୍ତିତର୍କ ହୋଇଥିଲା। ଏହାପରେ କ୍ରିକେଟ ବ୍ୟାଟରେ ଅଫିସରଙ୍କୁ ବିଧାୟକ ଓ ତାଙ୍କ ସମର୍ଥକମାନେ ପିଟିଥିଲେ। ସ୍ଥାନୀୟ ପୁଲିସ କିଛି ସମୟ ପାଇଁ ନିରବ ରହିବା ପରେ ବିଧାୟକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହା ବିରୋଧରେ ପୌରପାଳିକାର କର୍ମଚାରୀମାନେ ଧାରଣା ଦେବାରୁ ପୁଲିସ୍‌ ଶେଷରେ ବିଧାୟକଙ୍କୁ ଗିରଫ କରିଛି।

ନିକଟରେ ଓଡ଼ିଶାରେ ମଧ୍ୟ ବଲାଙ୍ଗିର ପାଟନାଗଡ ବିଜେଡି ବିଧାୟକ ସରୋଜ ମେହେର ଜଣେ ଇଞ୍ଜିନିୟରଙ୍କୁ ବସଉଠ କରିଥିଲେ। ଏବେ ସେ ଜେଲରେ ଅଛନ୍ତି।

Related story