ସିବିଆଇ ମୁଖ୍ୟ ହୋଇପାରନ୍ତି ମଧ୍ୟପ୍ରଦେଶ ଡିଜିପି

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା(ସିବିଆଇ) ମୁଖ୍ୟଙ୍କ ନାଁ ଆସନ୍ତାକାଲି ଘୋଷଣା ହୋଇପାରେ। ଏନେଇ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହାଇପାୱାର ସିଲେକ୍ସନ କମିଟି ବସିବ। ଏହି କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ରହିଛନ୍ତି। ସିବିଆଇ ମୁଖ୍ୟ ପଦ ପାଇଁ ଦୌଡ଼ରେ ୩୩ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରହିଛନ୍ତି। ତେବେ ସମସ୍ତଙ୍କଠାରୁ ଆଗରେ ମଧ୍ୟପ୍ରଦେଶର ବରିଷ୍ଠ ଆଇପିଏସ୍‌ ଆର୍‌କେ ଶୁକ୍ଳା ରହିଛନ୍ତି। […]

ga

ga

Hemant Lenka
  • Published: Thursday, 31 January 2019
  • Updated: 31 January 2019, 08:52 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା(ସିବିଆଇ) ମୁଖ୍ୟଙ୍କ ନାଁ ଆସନ୍ତାକାଲି ଘୋଷଣା ହୋଇପାରେ। ଏନେଇ ଆସନ୍ତାକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହାଇପାୱାର ସିଲେକ୍ସନ କମିଟି ବସିବ। ଏହି କମିଟିରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଓ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ରହିଛନ୍ତି।

ସିବିଆଇ ମୁଖ୍ୟ ପଦ ପାଇଁ ଦୌଡ଼ରେ ୩୩ ଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀ ରହିଛନ୍ତି। ତେବେ ସମସ୍ତଙ୍କଠାରୁ ଆଗରେ ମଧ୍ୟପ୍ରଦେଶର ବରିଷ୍ଠ ଆଇପିଏସ୍‌ ଆର୍‌କେ ଶୁକ୍ଳା ରହିଛନ୍ତି। ଶ୍ରୀ ଶୁକ୍ଳା ଏବେ ମଧ୍ୟପ୍ରଦେଶର ପୁଲିସ୍‌ ଡିଜି ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୫ ଆଇପିଏସ୍‌ କ୍ୟାଡରର ଶ୍ରୀ ଶୁକ୍ଳା ୨୦୧୬ ଜୁଲାଇ ୧ରେ ମଧ୍ୟପ୍ରଦେଶର ପୁଲିସ୍‌ ମୁଖ୍ୟ ହୋଇଥିଲେ।

ତାଙ୍କ କାର୍ଯ୍ୟ ଦକ୍ଷତା ଓ ବରିଷ୍ଠତା ଦୃଷ୍ଟିରୁ ସେ ଅନ୍ୟମାନଙ୍କ ଠାରୁ ଆଗରେ ରହିଛନ୍ତି। ଶ୍ରୀ ଶୁକ୍ଳାଙ୍କ ବ୍ୟତୀତ ସିଆରପିଏଫ୍‌ ଡିଜି ଆର୍‌ଆର୍‌ ଭଟ୍ଟନାଗର, ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରବିନ୍ଦ କୁମାର(୧୯୮୪ ବ୍ୟାଚ୍‌), ଉତ୍ତର ପ୍ରଦେଶ କ୍ୟାଡରର ଜାଭେଦ ଅହମ୍ମଦ ଓ ଡିଜି(ବ୍ୟୁରୋ ଅଫ୍‌ ପୁଲିସ୍‌ ରିସର୍ଚ୍ଚ) ଏପି ମାହେଶ୍ୱରୀ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସିବିଆଇର ନଂ ୨ ଭାବେ କାର୍ଯ୍ୟ କରୁଥିବା ରାକେଶ ଆସ୍ଥାନା ମଧ୍ୟ ସିବିଆଇ ମୁଖ୍ୟ ପଦ ଦୌଡ଼ରେ ରହିଛନ୍ତି। ତେବେ ତାଙ୍କ ଗ୍ରେଡ୍‌ ୯୪ ରହିଛି। ୯୪ ଗ୍ରେଡ୍‌ର ଅର୍ଥ ଅନ୍ୟ ଅଫିସରଙ୍କ ଠାରୁ ଶ୍ରୀ ଆସ୍ଥାନା ଯଥେଷ୍ଟ ପଛରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos