ସୁରକ୍ଷାକର୍ମୀଙ୍କ ଠାରୁ ବନ୍ଧୁକ ଲୁଟିଲେ ଆତଙ୍କୀ, ଜାରି ହେଲା ହାଇଆଲର୍ଟ

ଭୋପାଲ: ମଧ୍ୟପ୍ରଦେଶର ପଞ୍ଚମାରି ଆର୍ମି ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ୨ଟି ଇନସାସ ରାଇଫଲ ଓ ୨୦ଟି ଜୀବନ୍ତ କ୍ୟାଟ୍ରିଜ୍ ନେଇ ଫେରାର ହୋଇଯାଇଛନ୍ତି। ଆତଙ୍କବାଦୀମାନେ ଆର୍ମି ଅଫିସର ଭାବେ ଟ୍ରେନିଂ କ୍ୟାମ୍ପରେ ପଶି ଡ୍ୟୁଟିରେ ଥିବେ ୨ ଜଣ ଗାର୍ଡଙ୍କ ଠାରୁ ଏଭଳି ଲୁଟ କରିଛନ୍ତି। ଏହି ଘଟଣା ପରେ ସମଗ୍ର ମଧ୍ୟପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି।

ମଧ୍ୟାହ୍ଣ ୧ରୁ ୩ଟା ମଧ୍ୟରେ ଏହି ଘଟଣା ଘଟିଥିବା ବେଳେ ସେନା ପକ୍ଷରୁ ଦିନ ୪ଟାରେ ପୁଲିସ୍‌କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୁଲିସ୍‌ ଏହି ଖବର ପାଇବା ପରେ ରାଜ୍ୟରେ ଥିବା ସମସ୍ତ ପ୍ରତିରକ୍ଷା ପ୍ରତିଷ୍ଠାନ, ରେଳ ଷ୍ଟେସନ ଓ ଏୟାର ପୋର୍ଟରେ ହାଇଆଲର୍ଟ ଜାରି କରିଛି।

ଖବର ମିଳିବା ପରେ ରାଜ୍ୟ, କେନ୍ଦ୍ର ଓ ପ୍ରତିରକ୍ଷା ବିଭାଗର ଗୁଇନ୍ଦା ଅଧିକାରୀମାନେ ପାଞ୍ଚମାରିରେ ପହଞ୍ଚିଛନ୍ତି। ଫେରାର ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଆତଙ୍କବାଦୀମାନେ ପିପାରିୟା ରେଳ ଷ୍ଟେସନରୁ କାର ଭଡ଼ା କରି ଏଠାରେ ପହଞ୍ଚିଥିଲେ। ତା’ରେ ଆର୍ମି ପୋଷାକ ପିନ୍ଧି ଟ୍ରେନିଂ କ୍ୟାମ୍ପରେ ପଶି ଅସ୍ତ୍ର ଲୁଟ କରିଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।