ବନ୍ଧ୍ୟାକରଣ ଟାର୍ଗେଟ ପୂରଣ ନ କଲେ ଦରମା କଟିବ ଓ ଚାକିରି ଯିବ

ଭୋପାଳ: ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାର ଜାରି କରିଥିବା ଏକ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଯଦି ବନ୍ଧ୍ୟାକରଣ ପାଇଁ ସରକାର ଧାର୍ଯ୍ୟ କରିଥିବା ଟାର୍ଗେଟକୁ କର୍ମଚାରୀମାନେ ପୂରଣ ନ କରିପାରିବେ, ତା’ହେଲେ ସେମାନଙ୍କ ଦରମା କାଟ ହେବ। ଏପରି କି ସେମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ମଧ୍ୟ କୁହାଯାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ତେବେ କଂଗ୍ରେସ ସରକାରଙ୍କ ବାଧ୍ୟତାମୂଳକ ବନ୍ଧ୍ୟାକରଣ ସର୍କୁଲାରକୁ ବିଜେପି ଜୋରଦାର ବିରୋଧ କରିଛି। ଏପରି କି ଦଳ ୧୯୭୫ରେ […]

ew

ew

Hemant Lenka
  • Published: Friday, 21 February 2020
  • Updated: 21 February 2020, 03:47 PM IST

ଭୋପାଳ: ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାର ଜାରି କରିଥିବା ଏକ ବିଜ୍ଞପ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଛି। ଯଦି ବନ୍ଧ୍ୟାକରଣ ପାଇଁ ସରକାର ଧାର୍ଯ୍ୟ କରିଥିବା ଟାର୍ଗେଟକୁ କର୍ମଚାରୀମାନେ ପୂରଣ ନ କରିପାରିବେ, ତା’ହେଲେ ସେମାନଙ୍କ ଦରମା କାଟ ହେବ। ଏପରି କି ସେମାନଙ୍କୁ ବାଧ୍ୟତାମୂଳକ ଅବସର ନେବାକୁ ମଧ୍ୟ କୁହାଯାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ତେବେ କଂଗ୍ରେସ ସରକାରଙ୍କ ବାଧ୍ୟତାମୂଳକ ବନ୍ଧ୍ୟାକରଣ ସର୍କୁଲାରକୁ ବିଜେପି ଜୋରଦାର ବିରୋଧ କରିଛି। ଏପରି କି ଦଳ ୧୯୭୫ରେ ଜାରି ହୋଇଥିବା ଜରୁରୀ କାଳୀନ ପରିସ୍ଥିତି କଥା ମଧ୍ୟ ଉଠାଇଛି।

ନ୍ୟାଶନାଲ ହେଲଥ ମିଶନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ମଧ୍ୟପ୍ରଦେଶ ସରକାର ବନ୍ଧ୍ୟାକରଣ ଟାର୍ଗେଟ ପୂରଣ କରିପାରି ନଥିବା କୁହାଯାଇଥିଲା। ଏହି ରିପୋର୍ଟ ପରେ ମଧ୍ୟପ୍ରଦେଶ ସରକାର ଫେବୃଆରୀ ୧୧ ଏକ ସର୍କୁଲାର ଜାରି କରିଥିଲେ। ରାଜ୍ୟ ସରକାରଙ୍କ ନ୍ୟାଶନାଲ ହେଲଥ ମିଶନ ନିର୍ଦ୍ଦେଶକ ଏଥିରେ କହିଥିଲେ ଯେ “ପ୍ରତିବର୍ଷ କର୍ମଚାରୀମାନେ ୫ରୁ ୧୦ ଜଣଙ୍କୁ ବନ୍ଧ୍ୟାକରଣ ପାଇଁ ହସ୍ପିଟାଲ ନେବାକୁ ବାଧ୍ୟ। କାରଣ ଦିନକୁ ଦିନ ମଧ୍ୟପ୍ରଦେଶରେ ବନ୍ଧ୍ୟାକରଣ ହାର କମିବାରେ ଲାଗିଛି।

ଯଦି ସ୍ୱାସ୍ଥ୍ୟକର୍ମୀମାନେ କୌଣସି ଜଣେ ହେଲେ ବ୍ୟକ୍ତିଙ୍କୁ ବନ୍ଧ୍ୟାକରଣ କରିବାକୁ ବୁଝାଇ ନ ପାରିବେ, ତା’ହେଲେ ସେ କ୍ଷେତ୍ରରେ ନୋ ୱାର୍କ ନୋ ପେ’ ନିୟମ ଲାଗୁ ହେବ। ଏଥିସହ ଦରକାର ପଡ଼ିଲେ ସେମାନଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ନେବାକୁ ମଧ୍ୟ କୁହାଯିବ।”

ମିଡିଆରେ ଏଭଳି ସର୍କୁଲା ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ବଢ଼ିବାରୁ ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି। ସେହିପରି ସର୍କୁଲାର ଜାରି କରିଥିବା ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ତୁଳସୀ ସିଲୱାଟ କହିଛନ୍ତି, “କାହାକୁ ବି ବନ୍ଧ୍ୟାକରଣ ପାଇଁ ବାଧ୍ୟ କରାଯିବ ନାହିଁ। କେହି ବି ଚାକିରି ହରାଇବେ ନାହିଁ। ଆମେ କେବଳ ବନ୍ଧ୍ୟାକରଣ ପାଇଁ ସଚେତନା ଅଭିଯାନ ଆରମ୍ଭ କରିଛୁ। ଆମେ ଏମିତି କିଛି କରିବୁ ନାହିଁ, ଯାହା ଆପଣଙ୍କୁ ଆଘାତ ଦେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story