ମିଳନ ପାଇଁ ପାକିସ୍ତାନ ଯାଉଥିଲେ ପ୍ରେମିକ, ସୀମାରେ ଫସିଗଲେ

ନୂଆଦିଲ୍ଲୀ: ପ୍ରେମ ପାଇଁ ଜଣେ କିଛି ବି କରିପାରେ। କଥାରେ ଅଛି ପ୍ରେମିକା ପାଇଁ ପ୍ରେମିକ ସାତ ସମୁଦ୍ର ତେର ନଈ ପାର୍‌ ମଧ୍ୟ ହୋଇପାରେ। ଯେଉଁ ପ୍ରେମରେ ସଂଘର୍ଷ ନଥାଏ, ସେହି ପ୍ରେମର ମୂଲ୍ୟ ବି କିଛି ନଥାଏ। ଆପଣମାନେ ଫିଲ୍ମରେ ଅନେକ ଥର ପ୍ରେମ ପାଇଁ ହିରୋ ହିରୋଇନ୍‌ କେମିତି ସବୁ ପ୍ରକାରର ଘାତ ପ୍ରତିଘାତକୁ ଅତିକ୍ରମ କରିଥାଆନ୍ତି, ସେକଥା ଦେଖିଥିବେ।

ହେଲେ ବାସ୍ତବରେ ଜଣେ ପ୍ରେମିକ ପ୍ରବରର ପାଗଳାମୀ ଏବେ ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ଭାରତରୁ ପାକିସ୍ତାନ ଯିବାକୁ ଚେଷ୍ଟା କରି ସୀମାରେ ଧରାପଡ଼ିଛନ୍ତି। ସେ ସୀମା ଡେଇଁ ଗୁଗଲ ମ୍ୟାପ୍‌ ଜରିଆରେ ନିଜ ପ୍ରେମିକା ପାଖରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ। ଭାରତର ଏହି ପ୍ରେମିକ ଜଣଙ୍କ ପାକିସ୍ତାନରେ ରହୁଥିବା ତାଙ୍କ ପ୍ରେମିକାଙ୍କ ପାଖକୁ ଯିବା ପାଇଁ ସୀମା ଡେଇଁବାକୁ ଚେଷ୍ଟା କରି ବିଏସଏଫ ଯବାନଙ୍କ ହାତରେ ଧରାପଡ଼ିଛନ୍ତି।

୨୦ ବର୍ଷୀୟ ସିଦ୍ଦିକ ମହମ୍ମଦ ଜିଶାନଙ୍କୁ ଭାରତ-ପାକିସ୍ତାନ ସୀମାର ୧.୫ କିମି ଅଞ୍ଚଳରେ ବିଏସ୍‌ଏଫ ଯବାନ କାବୁ କରିଛନ୍ତି। ସେ ଗୁଜରାଟର କଚ୍ଚର ରାନ୍ନ ଦେଇ ପାକିସ୍ତାନ ଯିବାକୁ ଚାହୁଁଥିବା ସୁରକ୍ଷାକର୍ମୀଙ୍କ ଆଗରେ ସ୍ୱୀକାର କରିଛନ୍ତି।

ମହାରାଷ୍ଟ୍ରର ୨୦ ବର୍ଷୀୟ ଯୁବକ ଜିଶାନ ପାକିସ୍ତାନର କରାଚି ସ୍ଥିତ ଶାହ ଫୈଜଲରେ ରହୁଥିବା ସମାରାଙ୍କ ପ୍ରେମରେ ପଡ଼ିଥିଲେ। ସୋଶାଲ ମିଡିଆରୁ ସୃଷ୍ଟି ହୋଇଥିବା ଏହି ପ୍ରେମ ସମୟକ୍ରମେ ଉଭୟଙ୍କୁ ଅଧିକ ନିବିଡ଼ କରିଥିଲା। ଫେସବୁକ ଓ ହ୍ୱାଟସଆପ୍‌ରେ ଉଭୟ ପ୍ରତିଦିନ ଘଣ୍ଟାଘଣ୍ଟା ଗପୁଥିଲେ।

ହେଲେ ଉଭୟଙ୍କ ପ୍ରେମରେ ସୀମାରେ ପଡ଼ିଥିବା ଗାର ବାଧକ ସୃଷ୍ଟି କରିଥିଲା। ଏହି ଗାରକୁ ଡେଇଁ ପ୍ରେମିକାଙ୍କୁ ଭେଟିବା ପାଇଁ ଜିଶାନ ପ୍ରତିଜ୍ଞା କରିଥିଲେ। ଏଥିପାଇଁ ସେ ମହାରାଷ୍ଟ୍ରରୁ ଗୁଜରାଟ ଚାଲି ଆସିଥିଲେ। ଗୁଜରାଟର କଚ୍ଚ ଠାରେ ଥିବା ସୀମା ନିକଟରେ ପହଞ୍ଚି ଯାଇଥିଲେ। ଏହାପରେ ଗୁଗଲ ମ୍ୟାପ୍‌ ଦ୍ୱାରା ସେ ସମାରାଙ୍କ ଘର ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ସୀମା ନିକଟରୁ ତାଙ୍କୁ ବଏସଏଫ ଯବାନମାନେ ଧରି ପକାଇଛନ୍ତି।

ଜିଶାନଙ୍କୁ ଧରିଥିବା ଯବାନ ଜଣଙ୍କ କହିଛନ୍ତି, ନିଜ ପ୍ରେମିକାଙ୍କୁ ଦେଖା କରିବା ପାଇଁ ଜିଶାନ ସୀମା ଡେଇଁବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ଆମେ ତାଙ୍କୁ ସୀମାରୁ ଧରିଛୁ। ଜିଶାନଙ୍କ ପରିବାର ଲୋକ ନିଖୋଜ ସମ୍ପର୍କରେ ପ୍ରଥମେ ମହାରାଷ୍ଟ୍ର ପୁଲିସ୍‌କୁ ଅବଗତ କରାଇଥିଲେ।

ମହାରାଷ୍ଟ୍ର ପୁଲିସ୍‌ ଏ ସମ୍ପର୍କରେ ଗୁଜରାଟ ପୁଲିସ୍‌କୁ ଓ ସେଠାରୁ ଖବର ବିଏସଏଫ ଯବାନଙ୍କ ପାଖକୁ ଯାଇଥିଲା। ଜିଶାନଙ୍କ ମୋବାଇଲ ଟ୍ରାକ୍‌ କରିବାରୁ ସେ ଧୋଇଆଭିରା ନିକଟରେ ଥିବା ଜଣାପଡ଼ିଥିଲା। ସର୍ଚ୍ଚ ଅପରେସନ ବେଳେ କଳା ରଙ୍ଗର ବଜାଜ ବକ୍ସର ମୋଟର ସାଇକେଲ ଫୋସିଲ ପାର୍କ ନିକଟରୁ ମିଳିଥିଲା।

ଏହି ବାଇକ ଯୋଗେ ହିଁ ଜିଶାନ ମହାରାଷ୍ଟ୍ରରୁ ଗୁଜରାଟ ଆସିଥିଲେ। ବିଏସଏଫ ଯବାନମାନେ ତାଙ୍କୁ ଶେଷରେ ଦେହୟରାଟେଡ୍‌ ଠାରେ ଠାବ କରିଥିଲେ। ତାଙ୍କ ଠାରୁ ଆଧାର, ପାନ, ଏଟିଏମ କାର୍ଡ ଓ ମୋବାଇଲ ଜବତ କରାଯାଇଛି।

ଏହାପୂର୍ବରୁ ୨୦୧୨ରେ ମହାରାଷ୍ଟ୍ରରେ ଜଣେ କିଶୋର ବେଆଇନ ଭାବେ ପାକିସ୍ତାନକୁ ପ୍ରେମ ପାଇଁ ଚାଲି ଯାଇଥିଲେ। ତେବେ ସେଠାକାର ଜେଲ୍‌ରେ ତାଙ୍କୁ ଦୀର୍ଘ ୬ ବର୍ଷ ରହିବାକୁ ପଡ଼ିଥିଲା। ୨୦୧୮ରେ ସେ ଜେଲରୁ ଖଲାସ ହୋଇଥିଲେ।

ଆହୁରି ପଢ଼ନ୍ତୁ

ଋଣ ଉପରେ ଏସବିଆଇର ପାର୍ବଣ ଅଫର, ଜାଣନ୍ତୁ କ‘ଣ ରହିଛି ସୁବିଧା

ମାତ୍ର ୨୦ ଟଙ୍କା ପାଇଁ ପୁଅ ଆଗରେ ବାପାଙ୍କୁ ପିଟିପିଟି ହତ୍ୟା

ଶିବସେନା ପୁଣି ବିଜେପି ସହ ହାତ ମିଳାଉ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

ଭଗବାନ କୃଷ୍ଣ ଜନ୍ମଭୁମି ବିବାଦ: ୩୦ରେ ମସଜିଦ ଉଚ୍ଛେଦ ଆବେଦନର ଶୁଣାଣି

ମହାକାଶରେ ଖଣି ସନ୍ଧାନ କରିବ ଚାଇନା, ଜାଣନ୍ତୁ କିପରି

ସୁଶାନ୍ତ ମୃତ୍ୟୁ ମାମଲା ନେଇ ମୁହଁ ଖୋଲିଲା ସିବିଆଇ

ଏହି ଟିଭି କଳାକାରଙ୍କୁ ଲୁଟିନେଲେ ଦୁର୍ବୃତ୍ତ, ପୂରା ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

କରନ ଜୋହରଙ୍କ ନାଁ ନେବାକୁ ଗିରଫ କ୍ଷୀତିଜ୍‌ଙ୍କୁ ବାଧ୍ୟ କରୁଛନ୍ତି ଏନସିବି ଅଧିକାରୀ!

ଭାରତରେ କରୋନା ମୃତ୍ୟୁସଂଖ୍ୟା ୯୫ ହଜାର ଓ ଆରୋଗ୍ୟ ସଂଖ୍ୟା ୫୦ ଲକ୍ଷ ଡେଇଁଲା

ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସ୍ଥାନୀୟ କୋର୍ଟ

ସ୍ତ୍ରୀଙ୍କୁ ପିଟିଲେ ସ୍ୱତନ୍ତ୍ର ଡିଜି; କହିଲେ ପତ୍ନୀ କରୁଛନ୍ତି ଗୁଇନ୍ଦାଗିରି

ବଢ଼ୁଛି ମନ୍ଦିର ଦାନବାକ୍ସରୁ ଚୋରି ଘଟଣା, ସକ୍ରିୟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ୍