୭ ଲକ୍ଷ ଟଙ୍କାର ପାଣି ବିଲ୍‌ ଦେଇନାହାନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଦୀର୍ଘ ବର୍ଷ ହେଲା ପାଣି ବିଲ୍‌ ପୈଠକ କରି ନଥିବାରୁ ତାଙ୍କୁ ବିଏମସି ‘ଡିଫଲଟର’ ଘୋଷଣା କରିଛନ୍ତି। ଫଡ଼ନାଭିସ୍‌ଙ୍କ ସରକାରୀ ବାସଭବନ’ବର୍ଷା ବଙ୍ଗଳା’ରେ ୬ଟି ପାଣି ପାଇପ୍‌ ସଂଯୋଗ କରାଯାଇଥିଲା। ତେବେ ସେ ୨୦୧୬ ଡିସେମ୍ବରରୁ ଏ ବାବଦରେ ଟଙ୍କାଟିଏ ମଧ୍ୟ ବିଏମସିକୁ ଦେଇ ନାହାନ୍ତି। ଫଡ଼ନାଭିସ୍‌ ତାଙ୍କ ପାଣି ବିଲ୍‌ ବାବଦକୁ ପ୍ରାୟ ୭,୪୪,୮୯୧ ଟଙ୍କା ବାକି ରଖିଛନ୍ତି। ଏହି କାରଣରୁ ବିଏମସି ଫଡ଼ନାଭିସଙ୍କୁ ଡିଫଲଟର ଘୋଷଣା କରିଛି। […]

wq

Hemant Lenka
  • Published: Monday, 24 June 2019
  • , Updated: 24 June 2019, 05:10 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ଦୀର୍ଘ ବର୍ଷ ହେଲା ପାଣି ବିଲ୍‌ ପୈଠକ କରି ନଥିବାରୁ ତାଙ୍କୁ ବିଏମସି 'ଡିଫଲଟର' ଘୋଷଣା କରିଛନ୍ତି। ଫଡ଼ନାଭିସ୍‌ଙ୍କ ସରକାରୀ ବାସଭବନ'ବର୍ଷା ବଙ୍ଗଳା'ରେ ୬ଟି ପାଣି ପାଇପ୍‌ ସଂଯୋଗ କରାଯାଇଥିଲା। ତେବେ ସେ ୨୦୧୬ ଡିସେମ୍ବରରୁ ଏ ବାବଦରେ ଟଙ୍କାଟିଏ ମଧ୍ୟ ବିଏମସିକୁ ଦେଇ ନାହାନ୍ତି।

ଫଡ଼ନାଭିସ୍‌ ତାଙ୍କ ପାଣି ବିଲ୍‌ ବାବଦକୁ ପ୍ରାୟ ୭,୪୪,୮୯୧ ଟଙ୍କା ବାକି ରଖିଛନ୍ତି। ଏହି କାରଣରୁ ବିଏମସି ଫଡ଼ନାଭିସଙ୍କୁ ଡିଫଲଟର ଘୋଷଣା କରିଛି। ତେବେ ଏହା ଉପରେ ସଫେଇ ଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ୨୦୧୮ ନଭେମ୍ବରରେ ଆସିଥିବା ବିଲ୍‌ ଓ ୨୦୧୯ ମେ’ ମାସରେ ଆସିଥିବା ବିଲ୍‌ରେ ତାଳମେଳ ନ ରହିବାରୁ ଏହାକୁ ତର୍ଜମା କରିବା ପାଇଁ ପିଡବ୍ଲ୍ୟୁଡି ବିଭାଗକୁ କୁହାଯାଇଛି। ତେଣୁ ବିଲ୍‌ ପୈଠରେ ବିଳମ୍ବ ହୋଇଛି। ପିଡବ୍ଲ୍ୟୁଡିର ତର୍ଜମା ସରିବା ପରେ ବିଭାଗ ନିର୍ଦ୍ଧାରିତ ଅର୍ଥକୁ ପୈଠ କରିବ।

ଆରଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ, ଫଡ଼ନାଭିସଙ୍କ ବ୍ୟତୀତ ୧୮ ଜଣ ମନ୍ତ୍ରୀଙ୍କ ନାଁରେ ମଧ୍ୟ ଦୀର୍ଘ ବର୍ଷ ହେଲାଣି ପାଣି ବିଲ୍‌ ବାକି ରହିଛି। ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ସୁଧୀର ମୁଙ୍ଗତିୱାରଙ୍କ ନାଁରେ ୪,୪୫,୦୫୫ ଟଙ୍କା, ପରିବହନ ମନ୍ତ୍ରୀ ଦିବାକର ରାୱତଙ୍କ ନାଁରେ ୧,୬୧,୭୧୯ ଓ ଶିଶୁ ବିକାଶ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ ନାଁରେ ୩୫,୦୩୩ ଟଙ୍କା ପାଣି ବିଲ୍‌ ବାବଦରେ ବାକି ରହିଛି। ଫଡ଼ନାଭିସ୍‌ ଓ ତାଙ୍କ ମନ୍ତ୍ରୀମାନଙ୍କ ନାଁରେ ପାଣି ବିଲ୍‌ ବାବଦକୁ ମୋଟ ୪୫ ଲକ୍ଷ ଟଙ୍କା ବାକି ପଡ଼ିଛି।

Related story