ସ୍ମୃତିଙ୍କ ସହଯୋଗୀଙ୍କୁ ହତ୍ୟା ମାମଲା: ଏନକାଉଣ୍ଟର ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଆମେଠି: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର କୁମାରଙ୍କ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତେବେ ତାକୁ ଗିରଫ କରିବା ପାଇଁ ପୁଲିସ୍‌କୁ ଗୁଳି ଚଳାଇବାକୁ ପଡ଼ିଥିଲା। ଦୀର୍ଘ ସମୟର ଏନକାଉଣ୍ଟର ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ୱାସିମକୁ ଗିରଫ କରିଥିଲା। ଶାହାଲପୁରରେ ୱାସିମ ରହିଥିବା ଖବର ମିଳିବା ପରେ ପୁଲିସ୍‌ ସେଠାରେ ପହଞ୍ଚିଥିଲା। ପୁଲିସ୍‌କୁ ଦେଖି ୱାସିମ ଖସି ଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ୍‌ ଗୁଳି ଚଳାଇବାକୁ ତା’ […]

p

p

Hemant Lenka
  • Published: Saturday, 01 June 2019
  • Updated: 01 June 2019, 03:32 PM IST

Sports

Latest News

ଆମେଠି: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର କୁମାରଙ୍କ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତେବେ ତାକୁ ଗିରଫ କରିବା ପାଇଁ ପୁଲିସ୍‌କୁ ଗୁଳି ଚଳାଇବାକୁ ପଡ଼ିଥିଲା।

ଦୀର୍ଘ ସମୟର ଏନକାଉଣ୍ଟର ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ୱାସିମକୁ ଗିରଫ କରିଥିଲା। ଶାହାଲପୁରରେ ୱାସିମ ରହିଥିବା ଖବର ମିଳିବା ପରେ ପୁଲିସ୍‌ ସେଠାରେ ପହଞ୍ଚିଥିଲା। ପୁଲିସ୍‌କୁ ଦେଖି ୱାସିମ ଖସି ଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ୍‌ ଗୁଳି ଚଳାଇବାକୁ ତା’ ଗୋଡ଼ରେ ଏହା ବାଜିଥିଲା। ତାକୁ ଗିରଫ କରି ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଏହାପୂର୍ବରୁ ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଥିଲା। ଆଞ୍ଚଳିକ ସ୍ତରର ରାଜନୀତିକ ଶତ୍ରୁତା କାରଣରୁ ସେମାନେ ସୁରେନ୍ଦ୍ରଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଲୋକସଭା ନିର୍ବାଚନରେ ସୁରେନ୍ଦ୍ର କୁମାର ଆମେଠିରୁ ପ୍ରାର୍ଥୀ ହୋଇଥିବା ସ୍ମୃତିଙ୍କ ଅନ୍ୟତମ ପ୍ରମୁଖ ପ୍ରଚାରକ ଥିଲେ। ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ଦିନ ପରେ ଅର୍ଥାତ ମେ’ ୨୫ରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos