ବଡ଼ ଅଘଟଣକୁ ଟାଳିଲେ ସୁରକ୍ଷାକର୍ମୀ, ଆଇଇଡି ଠାବ କରି ଡିଫ୍ୟୁଜ କଲେ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆଇଇଡି ବିସ୍ଫୋରଣ କରି ବଡ଼ ଅଘଟଣ ଘଟାଇବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ଯୋଜନା ପୁଣିଥରେ ଫେଲ ମାରିଛି। ଶ୍ରୀନଗର-ବାନ୍ଦିପୋରା ରୋଡରେ ସୁରକ୍ଷାକର୍ମୀମାନେ ଆଇଇଡିକୁ ଠାବ କରି ଏହାକୁ ଡିଫ୍ୟୁଜ କରିବାରେ ସକ୍ଷମ ହୋଇଛନ୍ତି।

ଆଜି ସକାଳେ ବାନ୍ଦିପୋରା ଜିଲ୍ଲା ଇରିନ ନଦୀର ବ୍ରିଜ୍ ନିକଟରେ ଛୋଟ ସିଲିଣ୍ଡର ମଧ୍ୟରେ ଆଇଇଡି ରହିବା ସହ ଏକ ଟାଇମର ମଧ୍ୟ ଘଟଣା ସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସୁରକ୍ଷାକର୍ମୀମାନେ ତୁରନ୍ତ ପୂରା ଅଞ୍ଚଳକୁ କର୍ଡନ କରି ବୋମା ନିଷ୍କ୍ରିୟ ଟିମ୍‌କୁ ଖବର ଦେଇଥିଲେ। ତୁରନ୍ତ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଡିଫ୍ୟୁଜ କରିଦେଇଥିଲା।

ଆଇଇଡି ରାସ୍ତା କଡ଼ରୁ ଠାବ ହେବା ପରେ ପୂରା ଅଞ୍ଚଳର ଟ୍ରାଫିକ ଗତିବିଧିକୁ ଅନ୍ୟ ରାସ୍ତାକୁ ଡାଇଭର୍ଟ କରାଯାଇଛି। ଏବେ ବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି।

ଆହୁରି ପଢ଼ନ୍ତୁ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କରୋନା ସହିତ ଡେଙ୍ଗୁରେ ଆକ୍ରାନ୍ତ

ଶୁକ୍ରବାର ଏନସିବି ଆଗରେ ହାଜର ହେବେନି ଦୀପିକା

କୃଷି ବିଲକୁ ଜୋରଦାର ବିରୋଧ, ପଞ୍ଜାବରେ ରେଳ ରୋକ୍

କଙ୍ଗନାଙ୍କ ଯାଚିକା ନେଇ ସଞ୍ଜୟଙ୍କୁ ଜବାବ ମାଗିଲେ ହାଇକୋର୍ଟ

ବିଭିନ୍ନ ଠିକଣାରେ ରେଡ୍, ୭୦ କୋଟି ଟଙ୍କାର ବେଆଇନ୍ ସମ୍ପତ୍ତି ଠାବ

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ଆଶ୍ଚର୍ଯ୍ୟଜନକ ଭାବେ ଟ୍ରେନ୍‌ ଟ୍ରାକ୍‌ରୁ ବର୍ତ୍ତିଗଲା ଦୁଇ ବର୍ଷ ବୟସ୍କ ବାଳକ!

ଲକଡାଉନ୍ ବେଳେ ନଦୀ ପାଣିର ମାନ ସେତେଟା ବୃଦ୍ଧି ପାଇନି

କରୋନା ପାଇଁ ଭାରତରେ ପ୍ରାୟ ୨ କୋଟି ଚାକିରି ହରାଇଲେଣି

ଅକ୍ଟୋବର ୨୨ ଯାଏ ବିଚାର ବିଭାଗୀୟ ହେପାଜତକୁ ଗଲେ ଉମର ଖାଲିଦ

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା