ହିନ୍ଦୁ ମହାସଭା ଜାରି କଲା କ୍ୟାଲେଣ୍ଡର : ମକ୍କାକୁ ଲେଖିଲା ମହାଦେବ ମନ୍ଦିର!

ନୂଆଦିଲ୍ଲୀ: ହିନ୍ଦୁ ମହାସଭାର ଅଲିଗଢ଼ ୟୁନିଟ୍‌ ବିବାଦୀୟ ହିନ୍ଦୁ ନବ ବର୍ଷ କ୍ୟାଲେଣ୍ଡର ଜାରି କରିଛି। ଏହି କ୍ୟାଲେଣ୍ଡରରେ ତାଜମହଲ ସହିତ  ୭ଟି ମସଜିଦ୍‌ ଓ ମୋଗଲ କାଳୀନ କେତେକ ସ୍ମାରକୀକୁ ମନ୍ଦିର ବୋଲି ଦର୍ଶାଯାଇଛି। ଏହି କ୍ୟାଲେଣ୍ଡରରେ ମୁସଲିମ୍‌ମାନଙ୍କର ସବୁଠାରୁ  ବଡ଼ ତୀର୍ଥସ୍ଥଳୀ ମକ୍କାକୁ ମକ୍କେଶ୍ୱର ମହାଦେବ ମନ୍ଦିର ବୋଲି କୁହାଯାଇଛି। ଏହାସହିତ ଉଲ୍ଲେଖ କରାଯାଇଛି ଯେ, ଏଠାରେ ଦିନେ ଶିବ ମନ୍ଦିର ଥିଲା। ତେଣୁ ଆଜି ବି ଏଠାରେ ଶିବଲିଙ୍ଗ ଖଣ୍ଡିତ ଅବସ୍ଥାରେ ଅଛନ୍ତି।

ଏହାସହିତ ଅଯୋଧ୍ୟାରେ ଥିବା ବାବ୍ରି ମସ୍‌ଜିଦ୍‌କୁ ରାମଙ୍କ ଜନ୍ମ ଭୂମି ବୋଲି ଦର୍ଶାଯାଇଛି। କେବଳ ସେତିକି ନୁହେଁ, କ୍ୟାଲେଣ୍ଡରରେ କୁତୁବ ମିନାରକୁ  ବିଷ୍ଣୁ ସ୍ତମ୍ଭ ବୋଲି କୁହାଯାଇଛି।  ସେହିପରି ତାଜମହଲକୁ ତେଜ ମହାଳୟ ଶିବ ମନ୍ଦିର,  ମଧ୍ୟପ୍ରଦେଶର କମଳ ମୌଲା ମସ୍‌ଜିଦ୍‌କୁ ଭୋଜଶାଳା ଓ କାଶୀର ଜ୍ଞାନବ୍ୟାପୀ ମସ୍‌ଜିଦ୍‌କୁ  ବିଶ୍ୱନାଥ ମନ୍ଦିର ବୋଲି ଦର୍ଶାଯାଇଛି।

ଏନେଇ  ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ସଚିବ ପୂଜା ଶକୁନ ପାଣ୍ଡେ କହିଛନ୍ତି,“ ଆମ ଦେଶ ହିନ୍ଦୁ ରାଷ୍ଟ୍ର, ତେଣୁ ଏହି କ୍ୟାଲେଣ୍ଡର ଜାରି କରାଯାଇଛି। ଇଂରେଜମାନେ ଆକ୍ରମଣ କରି ଦେଶର  ହିନ୍ଦୁ ଧର୍ମ ସ୍ଥଳକୁ ଲୁଟ୍‌ କରି ଧାର୍ମିକ ସ୍ଥଳର ନାମ ପରିବର୍ତ୍ତନ  କରି ମସ୍‌ଜିଦ୍‌ କରି ଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।