ପାକିସ୍ତାନର ଭାରତ ବିରୋଧୀ ଗୋଟି ଚାଳନାକୁ ପଣ୍ଡ କଲେ ମାଳଦ୍ୱୀପ ଓ ୟୁଏଇ

ନୂଆଦିଲ୍ଲୀ: ଭାରତକୁ ଟାର୍ଗେଟ କରିବା ପାଇଁ ପାକିସ୍ତାନ ଜାତିସଂଘରେ ଯେଉଁ ଗୋଟି ଚାଳନା କରିଥିଲା, ତା’ହା ଫସର ଫାଟିଛି। ଜାତିସଂଘରେ ପାକିସ୍ତାନ ଅର୍ଗାନାଇଜେସନ ଅଫ ଇସଲାମିକ କର୍ପୋରେସ(ଓଆଇସି) କୂଟନୀତିକଜ୍ଞଙ୍କୁ ନେଇ ଏକ ଇନଫର୍ମାଲ ଗ୍ରୁପ ଗଠନ କରିବାକୁ ଚାହୁଁଥିଲା। ଏହାଦ୍ୱାରା ଇସଲାମଫୋବିଆ ପ୍ରସଙ୍ଗକୁ ଆଳ କରି ପାକିସ୍ତାନ ଜାତିସଂଘରେ ଭାରତକୁ ଟାର୍ଗେଟ କରିଥାଆନ୍ତି।

ହେଲେ ଏହାକୁ ମାଳଦ୍ୱୀପ ଓ ୟୁଏଇ ପଣ୍ଡ କରିଦେଇଛନ୍ତି। ଓଆଇସିରେ ପାକିସ୍ତାନ ଭାରତ ବିରୋଧରେ ପ୍ରଚାର କରିଥିଲେ ହେଁ ଏହାକୁ ମାଲେ ଜୋରଦାର ବିରୋଧ କରିଥିଲା। ଭିଡିଓ କନଫରେନ୍ସିଂରେ ଓଆଇସିର ବୈଠକ ବସିଥିଲା। ଏଥିରେ ପାକିସ୍ତାନ ଇସଲାମଫୋବିଆ ପ୍ରସଙ୍ଗ ଉଠାଇ ଭାରତକୁ ଟାର୍ଗେଟ କରିଥିଲା।

କିନ୍ତୁ ଏଥିରେ ମାଳଦ୍ୱୀପ ଏକମତ ହୋଇ ନଥିଲା। ମାଲେ ପକ୍ଷରୁ କୁହାଯାଇଥିଲା ଯେ ଭାରତକୁ ଇସଲାମଫୋବିଆ କହିବା କେବଳ ତଥ୍ୟଗତ ତ୍ରୁଟି ନୁହେଁ ବରଂ ଏହାଦ୍ୱାରା ଦକ୍ଷିଣ ଏସିଆର ଧାର୍ମିକ ଏକତା ମଧ୍ୟ କ୍ଷୁଣ୍ଣ ହେଉଛି। ତେଣୁ ଆମେ ଭାରତ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରସ୍ତାବକୁ ସମର୍ଥନ କରିବୁ ନାହିଁ।

ପାକିସ୍ତାନ ଗ୍ରୁପ ଗଠନ କରିବା ପ୍ରସ୍ତାବ ଦେଇଥିବା ବେଳେ ଏହାକୁ ୟୁଏଇ ବିରୋଧ କରିଥିଲା। ୟୁଏଇ କହିଥିଲା, ଜାତିସଂଘରେ ଓଆଇସିର ଗ୍ରୁପ ଗଠନ କରିବା ଅଧିକାର ଆମର ନାହିଁ। କେବଳ ବୈଦେଶିକ ମନ୍ତ୍ରୀମାନେ ଚାହିଁଲେ ହିଁ ଗ୍ରୁପ ଗଠନ ହୋଇପାରିବ। ତେଣୁ ଆମେ ଏହାକୁ ସମର୍ଥନ କରିପାରିବୁ ନାହିଁ।

ଆହୁରି ପଢ଼ନ୍ତୁ

ଆଜି ନୀତୀଶ କୁମାରଙ୍କ ଦଳରେ ସାମିଲ ହେବେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ସୁପର୍ ସଣ୍ଡେ’ରେ ରୟାଲ୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍: ଫେରି ପାରନ୍ତି ବଟଲର୍ ଓ ଗେଲ୍

‘ଶିରୋମଣି ଅକାଳି ଦଳ ଓ ଶିବସେନା ବିନା ଏନଡିଏର ଅସ୍ଥିତ୍ୱ ନାହିଁ’

ଠକି ପାରିବେନି, ବଦଳିଗଲା ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ନିୟମ

ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍

ସାଂଗଠିନକ ପରିବର୍ତ୍ତନକୁ ନେଇ ବିଜେପିରେ ଅସନ୍ତୋଷ, ଦଳ ଛାଡ଼ିବେ ରାହୁଲ୍!

ମିଡିଆର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ଜାହିର କଲା ମୁମ୍ୱାଇ ପୁଲିସ

ବଲିଉଡ୍ ଡ୍ରଗ୍ସ ଲିଙ୍କ୍: ଶକ୍ତି ହେଲେ ଏନସିବି ଅଫିସର, ଏପଟେ ଶ୍ରଦ୍ଧାଙ୍କୁ ଜେରା

ପରଲୋକରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ

ମିଠା ଦୋକାନୀଙ୍କୁ ଏକ୍ସପାଏରୀ ତାରିଖ କହିବାକୁ ହେବ

ଡାକ୍ତରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆାଣିଲେ ନର୍ସ

ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ