ବାହାଘର କାର୍ଯ୍ୟକ୍ରମରେ ଡ୍ୟାନ୍ସ କଲେ ମମତା ବାନାର୍ଜୀ, ଦେଖନ୍ତୁ ଭିଡିଓ
କୋଲକାତା: ପୁଣିଥରେ ସଂଗୀତର ତାଳେତାଳେ ଡ୍ୟାନ୍ସ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବରୁ ଷ୍ଟେଜ ଉପରେ ଜବରଦସ୍ତ ଡ୍ୟାନ୍ସ କରିଥିବା ମମତା ଏଥର ଗଣ ବିବାହ କାର୍ଯ୍ୟକ୍ରମରେ ଅଣ୍ଟା ଓ ଗୋଡ଼ ହଲାଇଛନ୍ତି। ଅଲୀପୁରଦୂଆର ଜିଲ୍ଲାର ଫଲାକଟା ଠାରେ ଆୟୋଜିତ ଗଣ ବିବାହ କାର୍ଯ୍ୟକ୍ରମରେ ମମତା ନାଚୁ ଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଗଣ ବିବାହ କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ସମୟରେ ମମତା ବାନାର୍ଜୀ ଅନ୍ୟ ଆଦିବାସୀ ମହିଳାଙ୍କ ସହ ମିଶି ନାଚିବା ଆରମ୍ଭ କରିଥିଲେ। ନୃତ୍ୟଶିଳ୍ପୀ ମାନଙ୍କ ହାତ ଧରି ଓ ସେମାନଙ୍କ ତାଳରେ ତାଳ ମିଶାଇ ମମତା ଗୋଡ଼ ମଧ୍ୟ ହଲାଇ ବେଶ ଚମତ୍କାର ଢଙ୍ଗରେ ନାଚିଥିଲେ। ପ୍ରଥମେ ଗୋଟିଏ ଗ୍ରୁପ୍ର ମହିଳାଙ୍କ ସହ ନାଚିବା ପରେ ସେ ଆଉ ଗୋଟିଏ ଗ୍ରୁପ୍ରେ ସାମିଲ ହୋଇଥିଲେ।
#WATCH | West Bengal CM Mamata Banerjee dances during a mass marriage ceremony in Falakata of Alipurduar district. pic.twitter.com/zIDyhRDS7x
— ANI (@ANI) February 2, 2021
ଏହାପୂର୍ବରୁ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ବାସନ୍ତୀ ହେମ୍ବ୍ରମଙ୍କ ସହ ମିଶି ମଧ୍ୟ ମମତା ନାଚିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।