ରାଗିକି ଭାଷଣ ଦେଲେନି ମମତା, ମୋଦିଙ୍କୁ ଦେଲେ ଧନ୍ୟବାଦ

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଇଁ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ସରକାରଙ୍କ ପକ୍ଷରୁ ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବା ପାଇଁ ଏଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇ ଭାଷଣ ଦେବାକୁ ମନା କରି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ […]

cs

cs

Hemant Lenka
  • Published: Saturday, 23 January 2021
  • Updated: 23 January 2021, 09:24 PM IST

Sports

Latest News

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଇଁ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଭାରତ ସରକାରଙ୍କ ପକ୍ଷରୁ ନେତାଜୀଙ୍କ ଜନ୍ମଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବା ପାଇଁ ଏଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇ ଭାଷଣ ଦେବାକୁ ମନା କରି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ମମତା ଓ ମୋଦି ଉଭୟ ମେମୋରିଆଲ ବୁଲିବା ପରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ। ଏହାପରେ ମମତା ବାନାର୍ଜୀ ଭାଷଣ ଦେବାକୁ ଷ୍ଟେଜ ଉପରେ ଚଢ଼ିଥିଲେ। ହେଲେ ମୋଦିଙ୍କ ଉପସ୍ଥିତିରେ କିଛି ଲୋକ ତାଙ୍କ ବିରୋଧରେ ନାରାବାଜୀ କରିଥିଲେ। ଏଥିସହ ସେମାନେ ମୋଦି ମୋଦି ନାରା ଦେବା ସହ ଜୟ ଶ୍ରୀରାମ ବୋଲି ଚିତ୍କାର କରିଥିଲେ। ଏହା ଶୁଣି ମମତା ଭୀଷଣ ରାଗି ଯାଇଥିଲେ।

ଏଥିପାଇଁ ସେ ଭାଷଣ ଦେବାକୁ ମନା କରିଦେଇଛନ୍ତି। ସରକାରୀ କାର୍ଯ୍ୟକ୍ରମରେ କିଛି ମର୍ଯ୍ୟାଦା ରହିବା ଉଚିତ। ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ। ଏହି କାର୍ଯ୍ୟକ୍ରମ ସବୁ ଲୋକଙ୍କର ଓ ସବୁ ଦଳର ବୋଲି ସେ କହିବା ସହ ଭାଷଣ ନ ଦେଇ ନଥିଲେ।

ମମତା କେବଳ କହିଛନ୍ତି, ନେତାଜୀଙ୍କ ପାଇଁ କୋଲକାତାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦି ଓ ସଂସ୍କୃତି ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଉଛି। କିନ୍ତୁ କାହାକୁ ଡାକି ଆପଣମାନେ ଯେଉଁଭଳି ଭାବେ ଅପମାନିତ କଲେ, ତାହା ଠିକ୍‌ ନୁହେଁ। ଆପଣମାନଙ୍କ କ୍ଷେତ୍ରରେ ଏହା ଆଦୌ ଶୋଭା ଦେଉନାହିଁ। ଏହାକୁ ବିରୋଧ କରି ମୁଁ ଆଉ କିଛି କହିବାକୁ ଚାହୁଁନାହିଁ। ଜୟ ହିନ୍ଦ।

ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ବିଜେପି ଓ କ୍ଷମତାସୀନ ଟିଏମସି ମଧ୍ୟରେ ଟକରାଟକରି ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ପରସ୍ପରକୁ ତୀବ୍ର ସମାଲୋଚନା କରୁଛନ୍ତି। ଏସବୁ ଭିତରେ ଆଜି ନେତାଜୀଙ୍କ ଜୟନ୍ତୀ ପାଇଁ ଭିକ୍ଟୋରିଆ ମେମୋରିଆଲରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧାନକର ଗୋଟିଏ ଷ୍ଟେଜରେ ବସିଥିଲେ। କିନ୍ତୁ ମମତାଙ୍କ ଭାଷଣ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପୂର୍ବରୁ ନେତାଙ୍କ ସ୍ମୃତିରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଷା ଉଥୁପ୍ପା ‘ଏକଲା ଚଲୋ’ ଗୀତ ମଧ୍ୟ ପରିବେଷଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos