ଆକ୍ରମଣକୁ ବିଜେପିର ନାଟକ ବୋଲି କହିଲେ ମମତା

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବରିଷ୍ଠ ନେତା କୈଳାସ ବିଜୟଭର୍ଗୀୟାଙ୍କ କନଭୟ ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜନୀତିକ ତମ୍ବିତୋଫାନ ଦେଖିବାକୁ ମିଳିଛି। ଏହି ଆକ୍ରମଣ ପଛରେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି କର୍ମୀଙ୍କ ହାତ ରହିଛି ବୋଲି ବିଜେପି ଅଭଯୋଗ କରିଛି। ଏଥିସହ ଘଟଣାକୁ ବିରୋଧ କରି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ମଧ୍ୟ ଆରମ୍ଭ କରାଯାଇଛି। ଏସବୁ ଭିତରେ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। […]

j

j

Hemant Lenka
  • Published: Thursday, 10 December 2020
  • Updated: 10 December 2020, 08:59 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବରିଷ୍ଠ ନେତା କୈଳାସ ବିଜୟଭର୍ଗୀୟାଙ୍କ କନଭୟ ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜନୀତିକ ତମ୍ବିତୋଫାନ ଦେଖିବାକୁ ମିଳିଛି। ଏହି ଆକ୍ରମଣ ପଛରେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି କର୍ମୀଙ୍କ ହାତ ରହିଛି ବୋଲି ବିଜେପି ଅଭଯୋଗ କରିଛି।

ଏଥିସହ ଘଟଣାକୁ ବିରୋଧ କରି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ ମଧ୍ୟ ଆରମ୍ଭ କରାଯାଇଛି। ଏସବୁ ଭିତରେ ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଏହି ଆକ୍ରମଣ ଘଟଣାକୁ ବିଜେପିର ନାଟକ ବୋଲି କହିଛନ୍ତି।

କେନ୍ଦ୍ରର କୃଷି ଆଇନ ବିରୋଧରେ ପଶ୍ଚିମବଙ୍ଗରେ ଆୟୋଜିତ ଟିଏମସିର ୩ ଦିନିଆ ବିକ୍ଷୋଭ ସଭାରେ ଉଦବୋଧନ ଦେଇ ମମତା କହିଛନ୍ତି, “ଲୋକଲୋଚନକୁ ଆସିବା ପାଇଁ ବିଜେପି ଏଭଳି ଡ୍ରାମା କରୁଛି। ଦଳର ରାଲିରେ ଲୋକ ହେଉନାହାନ୍ତି। ତେଣୁ ବିଜେପି ଲୋକଙ୍କ ନିଜ ସପକ୍ଷକୁ ଆଣିବାକୁ ଚାହୁଁଛି। ବିଜେପି କ’ଣ ଏହି ଘଟଣା ପାଇଁ ଯୋଜନା କରିଥିଲା? ଭିଡିଓ ରେଡ୍ଡୀ କରି କେମିତି ବିଜେପିର ନେତା ଗାଡ଼ିରେ ଆସୁଥିଲେ? ଆପଣଙ୍କ ପାଖରେ ଏତେ ପରିମାଣର ବିଏସଏଫ ଓ ସିଆରପିଏଫ ଥାଉଥାଉ କେମିତି ଆପଣଙ୍କୁ କିଏ ଛୁଇଁ ପାରିବ?

ବିଜେପି ହିନ୍ଦୁ ଡ୍ରାମା କରୁଛି। ଏହା ଘୃଣାର ଡ୍ରାମା। ନରେନ୍ଦ୍ର ମୋଦି ବାବୁଙ୍କ ସରକାର କେବଳ ଡ୍ରାମା କରି ଜାଣନ୍ତି। ସେମାନେ ନିଜେ ଘଟଣା ଘଟାନ୍ତି। ଏହାର ଶୁଟିଂ କରି ସୋଶାଲ ମିଡିଆ ଓ ମିଡିଆରେ ଭାଇରାଲ କରନ୍ତି। ମିଡିଆ ମଧ୍ୟ ସେମାନଙ୍କୁ କିଛି ପଚାରେ ନାହିଁ। କେବଳ ନାଟକ ଚାଲିଛି। ସେମାନେ କହିବେ ପାକିସ୍ତାନ, ନେପାଳ ଓ ଇସ୍ରାଏଲ ଆମକୁ ଆକ୍ରମଣ କରିଛନ୍ତି।

ପ୍ରତିଦିନ ବିଜେପି କର୍ମୀମାନେ ହାତ ହତିଆର ଧରି ରାଲିକୁ ଆସୁଛନ୍ତି। ସେମାନେ ନିଜ ନିଜ ଭିତରେ ମାରପିଟ୍‌ ହେଉଛନ୍ତି। କିନ୍ତୁ ଦୋଷ ତୃଣମୂଳ କଂଗ୍ରେସକୁ ଦେଉଛନ୍ତି। ଥରେ ସମସ୍ତେ ଚିନ୍ତା କରନ୍ତୁ। ସେମାନେ ବିଏସଏଫ, ସିଆରପିଏଫ, ଆର୍ମି ଓ ସିଆଇଏସଫ ସହ ବୁଲୁଛନ୍ତି। ଏହା ସତ୍ତ୍ୱେ କାହିଁକି ଆପଣମାନେ ଏତେ ଭୟଭୀତ ହେଉଛନ୍ତି? ନଡ୍ଡାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ମିଳିଛି। ତଥାପି ବିଜେପି ସୁରକ୍ଷା କାହିଁକି ମାଗି ନଥିଲା?”

ମମତା ଦିଲ୍ଲୀ ଯିବା ବେଳେ ବିଜେପି ତାଙ୍କ ସହ ସମାନ କାଣ୍ଡ ଭିଆଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ମମତା କହିଛନ୍ତି, “ମୁଁ ଦିଲ୍ଲୀ ଯିବା ବେଳେ ସେମାନେ ମୋ ସହ କ’ଣ କରିଥିଲେ? ମୁଁ ଯେତେଥର ଦିଲ୍ଲୀ ଯାଇଛି, ବିଜେପି ନେତାମାନେ ଆମକୁ ଘେରାଉ କରିଛନ୍ତି।”

ଏଥିସହ ସେ ଗୋଟିଏ ଭିଡିଓ ଜାରି କରି କହିଛନ୍ତି, ଜେପି ନଡ୍ଡାଙ୍କ ଗାଡ଼ି ଖୁବ ଜୋରରେ ଯାଉଥିଲା, ଏଥିପାଇଁ ରାସ୍ତାରେ ଥିବା ପଥଚାରୀମାନେ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story