ପ୍ରଧାନମନ୍ତ୍ରୀ ମୋଦିଙ୍କ ସର୍ବଦଳୀୟ ବୈଠକକୁ ମମତାଙ୍କ ନା

ନୂଆଦିଲ୍ଲୀ: ବିଜେପି ଓ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ଏକ ବୈଠକ ବସିବ। ଏଥିରେ ସବୁ ବିରୋଧୀ ଦଳର ମୁଖ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ହେଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି। ଏହି ସର୍ବଦଳୀୟ ବୈଠକରେ ମୋଦି ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ପ୍ରସ୍ତାବ ସମ୍ପର୍କରେ ସବୁ ଦଳଙ୍କ ସହ ଆଲୋଚନା କରି […]

ss

Hemant Lenka
  • Published: Tuesday, 18 June 2019
  • , Updated: 18 June 2019, 04:38 PM IST

ନୂଆଦିଲ୍ଲୀ: ବିଜେପି ଓ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସି ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ଏକ ବୈଠକ ବସିବ। ଏଥିରେ ସବୁ ବିରୋଧୀ ଦଳର ମୁଖ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିଲେ ହେଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି।

ଏହି ସର୍ବଦଳୀୟ ବୈଠକରେ ମୋଦି ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’ ପ୍ରସ୍ତାବ ସମ୍ପର୍କରେ ସବୁ ଦଳଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କରେ ମତ ଦେଇ ମମତା କହିଛନ୍ତି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଦିନିକିଆ କଥାବାର୍ତ୍ତାରେ ଏହି ସମସ୍ୟାର ସମାଧାନ ସମ୍ଭବ ନୁହେଁ। ଏଥିସହ ମମତା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ବିଷୟବସ୍ତୁ ଉପରେ ଶ୍ୱେତପତ୍ର ଜାରି କରିବାକୁ କହିଛନ୍ତି।  ଏହି ଶ୍ୱେତପତ୍ରକୁ ସମସ୍ତ ରାଜନୀତିକ ଦଳକୁ ପଠାଇ ସେମାନଙ୍କୁ ମତମତ ଦେବାକୁ ସମୟ ଦେବାକୁ ମଧ୍ୟ ମମତା ପରାମର୍ଶ ଦେଇଛନ୍ତି।  ୱାନ୍‌ ନେସନ, ୱାନ୍‌ ଇଲେକସନ୍‌ ସମ୍ପର୍କରେ ବିଶେଷଜ୍ଞଙ୍କ ମତାମତ ମଧ୍ୟ ନେବା ଜରୁରୀ। ଏପରି ନ କରି କେବଳ ବୈଠକ ଡାକିଲେ ସମସ୍ୟାର ସମାଧାନ ହେବନାହିଁ ବୋଲି ମମତା କହିଛନ୍ତି।

ମୋଦି-୧ ସରକାର କ୍ଷମତାକୁ ଆସିବା ଦିନଠାରୁ ହିଁ ‘ୱାନ୍‌ ନେସନ, ୱାନ୍‌ ଇଲେକସନ୍‌’କୁ ଗୁରୁତ୍ୱ ଦେଇ ଆସୁଛନ୍ତି। ହେଲେ ଏହାକୁ ଏକାଧିକ ବିରୋଧୀଦଳ ଅଗ୍ରାହ୍ୟ କରି ଆସୁଛନ୍ତି। ଏଣୁ ଏହି ପ୍ରସ୍ତାବ ସଂକ୍ରାନ୍ତରେ ସବିଶେଷ ଆଲୋଚନା କରିବା ଲାଗି ମୋଦି-୨ ସରକାର ଏହି ସର୍ବଦଳୀୟ ବୈଠକ ଡାକିଛନ୍ତି।

Related story