ଅସଦାଚରଣ କରି ବିଫଳ ହେବାରୁ, ୨ ମହିଳାଙ୍କ ଉପରେ ଚଢ଼ାଇ ଦେଲା ଗାଡ଼ି

ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ବ୍ୟକ୍ତି ୨୨ ବର୍ଷୀୟ ଯୁବତୀଙ୍କୁ ବାରମ୍ବାର ଅସଦାଚରଣ କରି ନିଜ ଯୋଜନାରେ ବିଫଳ ହେବାରୁ ଯୁବତୀଙ୍କ ପରିବାରର ୨ ଜଣ ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଛି। ଏହି ଘଟଣାରେ ଆଉ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଅନୁଯାୟୀ, କାର୍‌ଟି ଦ୍ରୁତ ଗତିରେ ଆସିବା ସହ ରାସ୍ତାରେ ଯାଉଥିବା ଦୁଇ ଜଣ ମହିଳାଙ୍କୁ ଧକ୍କା ଦେଉଛି। […]

s

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 07:48 PM IST

ବୁଲନ୍ଦଶହର: ଉତ୍ତର ପ୍ରଦେଶର ବୁଲନ୍ଦଶହରରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ବ୍ୟକ୍ତି ୨୨ ବର୍ଷୀୟ ଯୁବତୀଙ୍କୁ ବାରମ୍ବାର ଅସଦାଚରଣ କରି ନିଜ ଯୋଜନାରେ ବିଫଳ ହେବାରୁ ଯୁବତୀଙ୍କ ପରିବାରର ୨ ଜଣ ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରିଛି। ଏହି ଘଟଣାରେ ଆଉ ୨ ଜଣ ଆହତ ମଧ୍ୟ ହୋଇଛନ୍ତି।

ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଅନୁଯାୟୀ, କାର୍‌ଟି ଦ୍ରୁତ ଗତିରେ ଆସିବା ସହ ରାସ୍ତାରେ ଯାଉଥିବା ଦୁଇ ଜଣ ମହିଳାଙ୍କୁ ଧକ୍କା ଦେଉଛି। ଦୁର୍ଘଟଣା ପରେ ଲୋକମାନେ ସେଠାରେ ରୁଣ୍ଡ ହେବାରୁ କାର୍‌ଟି ଫେରାର ହୋଇଯାଉଛି। ପୁଲିସ୍‌ର ସୂଚନା ଅନୁଯାୟୀ, ପ୍ରାଣ ହରାଇଥିବା ଦୁଇ ଜଣ ମହିଳା ଦଳିତ ସଂପ୍ରଦାୟର। ସେମାନଙ୍କ ପରିବାରରେ ଥିବା ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ କାର୍‌ ଚଳାଉଥିବା ୩୦ ବର୍ଷୀୟ ବ୍ୟକ୍ତି ବାରମ୍ବାର ଅସଦାଚରଣ କରୁଥିଲା। ଏହାକୁ ବିରୋଧ କରିବାରୁ ବ୍ୟକ୍ତି ଜଣଙ୍କ ପ୍ରତିଶୋଧ ପରାୟଣ ହୋଇ ଯୁବତୀଙ୍କ ପରିବାର ଲୋକଙ୍କ ଉପରେ ରାଗ ଶୁଝାଇଥିବା ଅଭିଯୋଗ ହୋଇଛି।

ପୁଲିସ୍‌ ପ୍ରଥମେ ଏହା କେବଳ ଏକ ସାଧାରଣ ଦୁର୍ଘଟଣା ବୋଲି ଭାବୁଥିଲା। ହେଲେ ମୃତକଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣିବାରୁ ପୁଲିସ୍‌ ଗୁରୁତ୍ୱର ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଲେଖାହେବା ଯାଏ ଅଭିଯୁକ୍ତ ଜଣଙ୍କର କୌଣସି ପତ୍ତାମିଳିନାହିଁ।

Related story