ଜମ୍ମୁ-କଶ୍ମୀର ସମ୍ପର୍କରେ ଅପପ୍ରଚାର କରି ବ୍ୟକ୍ତି ଗିରଫ

ଜମ୍ମୁ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ କଟକଣା ବଳବତ୍ତର ରହିଛି। କିଛି ସ୍ଥାନରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତଥାପି କିଛି ବିଶୃଙ୍ଖଳାକାରୀ ଅପପ୍ରଚାର କରି ସ୍ଥିତିକୁ ବିଗାଡ଼ିବାକୁ ଚେଷ୍ଟା କରୁଛନ୍ତି। ଏହିକ୍ରମରେ ଉପତ୍ୟକାରେ ଅପପ୍ରଚାର କରି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଥିବା ଜଣେ ବ୍ୟକ୍ତିଙ୍କୁ ଆଜି ଗିରଫ କରାଯାଇଛି। ଜମ୍ମୁର ଏସ୍‌ପି ତେଜିନ୍ଦର ସିଂହ କହିଛନ୍ତି, “ଖୌର ଅଞ୍ଚଳରେ ରହୁଥିବା ଯଶବୀର ସିଂହ ଓରଫ ବାଦଶାହ ଓରଫ ଡନ୍‌ ଜମ୍ମୁ-କଶ୍ମୀରବାସୀଙ୍କ […]

ww

ww

Hemant Lenka
  • Published: Tuesday, 20 August 2019
  • Updated: 20 August 2019, 02:57 PM IST

Sports

Latest News

ଜମ୍ମୁ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ କଟକଣା ବଳବତ୍ତର ରହିଛି। କିଛି ସ୍ଥାନରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତଥାପି କିଛି ବିଶୃଙ୍ଖଳାକାରୀ ଅପପ୍ରଚାର କରି ସ୍ଥିତିକୁ ବିଗାଡ଼ିବାକୁ ଚେଷ୍ଟା କରୁଛନ୍ତି।

ଏହିକ୍ରମରେ ଉପତ୍ୟକାରେ ଅପପ୍ରଚାର କରି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଥିବା ଜଣେ ବ୍ୟକ୍ତିଙ୍କୁ ଆଜି ଗିରଫ କରାଯାଇଛି। ଜମ୍ମୁର ଏସ୍‌ପି ତେଜିନ୍ଦର ସିଂହ କହିଛନ୍ତି, “ଖୌର ଅଞ୍ଚଳରେ ରହୁଥିବା ଯଶବୀର ସିଂହ ଓରଫ ବାଦଶାହ ଓରଫ ଡନ୍‌ ଜମ୍ମୁ-କଶ୍ମୀରବାସୀଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଅପପ୍ରଚାର ଚଳାଉଥିଲା।

ଯଶବୀରର ଅପପ୍ରଚାର ଯୋଗୁ ରବିବାର ଦିନ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଅପପ୍ରଚାରକୁ ସତ ଭାବି ଲୋକମାନେ ପେଟ୍ରୋଲ ପମ୍ପଠାରୁ ଆରମ୍ଭ କରି ବିଭିନ୍ନ ଦୋକାନରେ ଭିଡ଼ ଜମାଇଥିଲେ।

ଏହି ଅପପ୍ରଚାର ଘଟଣା ସାମ୍ନାକୁ ଆସିବା ପରେ ଅଖନୁର ପୁଲିସ୍‌ ଷ୍ଟେସନରେ ଏକ ଏଫ୍‌ଆଇଆର ରୁଜୁ ହୋଇଥିଲା। ଏହାର ତଦନ୍ତ କରାଯିବା ପରେ ଘଟଣା ପଛରେ ଯଶବୀରର ହାତ ଥିବା ଜଣାପଡ଼ିଥିଲା। ଏହି କାରଣରୁ ତା’କୁ ଗିରଫ କରାଯାଇଛି। ଯଶବୀର ଜଣେ ଡ୍ରଗ୍ସ ନେଉଥିବା ବ୍ୟକ୍ତି ଏବଂ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ସେ ଏଭଳି କରୁଥିବା ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos