ପିଲାଙ୍କ ଆଗରେ ପତ୍ନୀ ଓ ଶାଶୂଙ୍କୁ ବୀଭତ୍ସ ହତ୍ୟା କରି ବିଷ ପିଇଦେଲେ

ଗୌହାଟୀ: ତ୍ରିପୁରାରେ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଶାଶୂଙ୍କୁ ପିଲାମାନଙ୍କ ଆଗରେ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ସେମାନଙ୍କ ଶବକୁ ପିଲାମାନଙ୍କ ଆଗରେ ଧାରୁଆ ଅସ୍ତ୍ରରେ ଖଣ୍ଡଖଣ୍ଡ କରିଦେଇଛନ୍ତି। ଖାଲି ସେତିକି ନୁହେଁ, ହତ୍ୟାକାଣ୍ତ ପରେ ବ୍ୟକ୍ତି ଜଣଙ୍କ ସେହିଠାରେ ବିଷ ମଧ୍ୟ ପିଇ ଦେଇଛନ୍ତି। ତ୍ରିପୁରାର ଧଲାଇ ଜିଲ୍ଲାରେ ସୋମବାର ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। […]

dsa

dsa

Hemant Lenka
  • Published: Tuesday, 12 January 2021
  • Updated: 12 January 2021, 06:12 PM IST

Sports

Latest News

ଗୌହାଟୀ: ତ୍ରିପୁରାରେ ଛାତି ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଶାଶୂଙ୍କୁ ପିଲାମାନଙ୍କ ଆଗରେ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ସେମାନଙ୍କ ଶବକୁ ପିଲାମାନଙ୍କ ଆଗରେ ଧାରୁଆ ଅସ୍ତ୍ରରେ ଖଣ୍ଡଖଣ୍ଡ କରିଦେଇଛନ୍ତି। ଖାଲି ସେତିକି ନୁହେଁ, ହତ୍ୟାକାଣ୍ତ ପରେ ବ୍ୟକ୍ତି ଜଣଙ୍କ ସେହିଠାରେ ବିଷ ମଧ୍ୟ ପିଇ ଦେଇଛନ୍ତି।

ତ୍ରିପୁରାର ଧଲାଇ ଜିଲ୍ଲାରେ ସୋମବାର ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସ୍ଥାନୀୟ ଲୋକମାନେ ପ୍ରଥମେ ଦୁଇ ଜଣ ମହିଳା ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଦୁଇଟି ପିଲା ଭୟରେ ଥରି କାନ୍ଦୁଥିବା ଜାଣିବା ପରେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ ପହଞ୍ଚିବା ପରେ ପଶ୍ଚିମ ତ୍ରିପୁରାର ହପାନିଆର ବ୍ୟକ୍ତି ଜଣଙ୍କ ସେହି ଘରର ଆଉ ଗୋଟିଏ ରୁମରେ ଅଚେତ ହୋଇ ପଡ଼ି ରହିଥିବା ଦେଖିବାକୁ ପାଇଥିଲା। ପୁଲିସ୍ କହିଛି, ଏହି ଘଟଣାରେ ଅଚେତ ହୋଇ ରୁମ୍‌ରେ ପଡ଼ିଥିବା ବ୍ୟକ୍ତିଙ୍କୁ ଗିରଫ କରିଛୁ। ତାଙ୍କର ଡାକ୍ତରୀ ପରୀକ୍ଷା ହୋଇଥିଲା। ତାଙ୍କ ଶରୀରୁ ବିଷାକ୍ତ ଦ୍ରବ୍ୟ ଠାବ ହୋଇଛି। କିନ୍ତୁ ସେ ବିପଦ ମୁକ୍ତ ଅଛନ୍ତି।

ଘଟଣା ପଛର କାରଣ ଏଯାଏ ଜଣାପଡ଼ିନାହିଁ। କାରଣ ବ୍ୟକ୍ତି ଜଣଙ୍କୁ ଏଯାଏ ଆମେ ଜେରା କରିନାହୁଁ। ବର୍ତ୍ତମାନ ଅଗରତାଲାର ଜବିପି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଜଣଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ଦୁଇ ଜଣ ପିଲାଙ୍କୁ ଧଲାଇ ଶିଶୁ କଲ୍ୟାଣ ଅଫିସରଙ୍କୁ ହସ୍ତାନ୍ତର କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମହିଳା ଜଣଙ୍କ ତାଙ୍କର ଦୁଇ ପିଲାଙ୍କ ସହ ମା’ଙ୍କ ଘରେ ଦୀର୍ଘ ୪ ମାସ ହେଲା ରହି ଆସୁଥିଲେ। ଏପରି କି ମହିଳା ଓ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ସମ୍ଭାବନା ରହିଥିଲା। ତେବେ ହଠାତ୍‌ କାହିଁକି ବ୍ୟକ୍ତି ଜଣଙ୍କ ଏଭଳି କାଣ୍ଡ ଘଟାଇଲେ, ତାହା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos